ଭୁବନେଶ୍ୱର ୧୫।୦୮ : ଆଜି ବର୍ଷା କମିଛି। ଦୁଇଟି ନଦୀ ଜଳକା ଓ ବୈତରଣୀରେ ବନ୍ୟା ଆସିଥିଲା। ଆଜି ଆଖୁଆପଦାରେ ବୈତରଣୀ କମିଲାଣି। ଆହୁରି କମୁଛି ବୋଲି ସୂଚନା ଦେଇଛନ୍ତି ଜଳସଂପଦ ବିଭାଗର ସର୍ବୋଚ୍ଚ ଯନ୍ତ୍ରୀ ଦିଲ୍ଲୀପ ରାଉତ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବୈତରଣୀରେ ବନ୍ୟା କମୁଛି ଓ ଆସନ୍ତାକାଲି ସୁଦ୍ଧା ପୁରା କମିଯିବ। ଜଳକା ଯୋଗୁଁ ବସ୍ତା ଓ ବାଲେଶ୍ୱରରେ ଜଳ ନିଷ୍କାସନ ସମସ୍ୟା ହେଉଛି। ତେବେ ଏହା ବିପଦ ସଂକେତ ତଳକୁ ଆସିଲାଣି। ବୁଢାବଳଙ୍ଗରେ ପାଣି କମିଲାଣି। ସେଠି ବନ୍ୟା ନାହିଁ। ବ୍ରହ୍ମଣୀରେ ବି ବନ୍ୟା ନାହିଁ। ମହାନଦୀରରେ ଆଦୌ ବନ୍ୟା ନାହିଁ. ହୀରାକୁଦରେ ପର୍ଯ୍ୟାପ୍ତ ଜଳ ଧାରଣ କ୍ଷମତା। ଛତିଶଗଡରେ ବି ବର୍ଷା ନାହିଁ। ସୁବର୍ଣ୍ଣରେଖା ଆଜି ରାତିରେ ରାଜଘାଟରେ ବଢ଼ିପାରେ। ତେବେ ଭଦ୍ରକ, ବାଲେଶ୍ୱର, ଯାଜପୁର ସମେତ କେନ୍ଦ୍ରାପଡ଼ା ଓ ଜଗତସିଂହପୁରର କିଛି ଅଞ୍ଚଳ ଜଳବନ୍ଦୀ ଅଛି. ସେଠି ତିନିରୁ ୪ ଦିନ ଲାଗିବ ପାଣି କମିବାକୁ ।