ଜଳେଶ୍ୱର ୨୦।୦୮ : ସୁବର୍ଣ୍ଣରେଖାରେ ବନ୍ୟା। ଆଜି ବି ବିପଦ ସଂକେତର ବହୁ ଉପରେ ପ୍ରବାହିତ ହେଉଛି ବନ୍ୟା ପାଣି । ରାଜଘାଟ ଠାରେ ବିପଦ ସଂକେତ ୧୦. ୩୬ ମିଟର ଥିବାବେଳେ ଏବେ ୧୧.୭୯ ମିଟର ଉପରେ ପ୍ରବାହିତ ହେଉଛି ପାଣି।

ସୁବର୍ଣ୍ଣରେଖାରେ ବନ୍ୟା ଆସିବାରୁ ଜଳେଶ୍ୱର ବ୍ଲକର ୧୦ରୁ ଅଧିକ, ବସ୍ତା ବ୍ଲକର ୩ରୁ ଅଧିକ ପଂଚାୟତ ଓ ବାଲିଆପାଳ ବ୍ଲକର ୮ରୁ ଅଧିକ ପଂଚାୟତର ୩୦ରୁ ଅଧିକ ଗାଁରେ ପାଣି ପଶି ଯାଇଛି । ଅନେକ ଘର ପାଣି ଘେରରେ ରହିଛି । ଶହ ଶହ ଲୋକ ଜଳବନ୍ଦୀ ଅବସ୍ଥାରେ ଅଛନ୍ତି । ହଜାର ହଜାର ହେକ୍ଟର ଚାଷ ଜମିରେ ବନ୍ୟା ପାଣି ଲହଡି ମାରୁଛି ।

Also Read:-ରୋହିତଙ୍କୁ ଭେଟିବାକୁ ସାଇକେଲରେ ଅନୁଗୋଳରୁ ମୁମ୍ବାଇ : କୁଣ୍ଢାଇ ପକାଇଲେ ହିଟମ୍ୟାନ୍, ମାଗିଲେ ଫୋନ୍ ପେ' ନମ୍ବର, କିନ୍ତୁ...

ସେହିପରି ଭୋଗରାଇ ବ୍ଲକର ୨୦ରୁ ଅଧିକ ପଞ୍ଚାୟତରେ ପାଣି ପଶି ଯାଇଛି । ଭୋଗରାଇର ୧୩୦ରୁ ଅଧିକ ଗାଁ ଜଳବନ୍ଦୀ ଅବସ୍ଥାରେ ରହିଛି । କିଛି ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇପଡିଛି । ଚଳିତ ବର୍ଷ ସୁବର୍ଣ୍ଣରରେଖା ନଦୀରେ ଏହା ହେଉଛି ଦ୍ୱତୀୟ ବନ୍ୟା ପାଣି। ସେପଟେ ଜିଲ୍ଲା ପ୍ରଶାସନ ବନ୍ୟା ମୁକାବିଲା କରିବା ପାଇଁ ସମ୍ପୂର୍ଣ୍ଣ ଭାବରେ ସଜାଗ ରହିଛି। ଅନେକ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇ ପଡିଥିବା ବେଳେ ଜିଲ୍ଲା ପ୍ରଶାସନ ବନ୍ୟା ମୁକାବିଲା କରିବା ପାଇଁ ସଜାଗ ରହିଛି ।