ବାରିପଦା ୨୯।୭: କ୍ରମାଗତ ଭାବେ ବଢ଼ୁଛି ଝାଡ଼ଖଣ୍ଡର ଗାଲୁଡ଼ିହ ବ୍ୟାରେଜରେ ଜଳସ୍ତର । ବୁଧବାର ସକାଳ ୮ଟା ସୁଦ୍ଧା ବ୍ୟାରେଜର ୫ଟି ସ୍ପିଲୱେ ଗେଟ୍ ଖୋଲାଯାଇଛି । ବ୍ୟାରେଜର ଜଳସ୍ତର ୯୨.୮୦ ମିଟରରେ ପହଞ୍ଚିଥିବା ବେଳେ ଏହା ବୃଦ୍ଧି ପାଇବା ଆଶଙ୍କା କରାଯାଉଛି ।

ଖୋଲାଯାଇଥିବା ୫ଟି ସ୍ପିଲୱେ ଗେଟ୍ ଦେଇ ପ୍ରତି ସେକେଣ୍ଡରେ ୧୬୪୫.୭୬ କ୍ୟୁମେକ୍ସ ପାଣି ସୁବର୍ଣ୍ଣରେଖା ନଦୀକୁ ନିଷ୍କାସିତ ହେଉଛି । ଏହା ବ୍ୟତୀତ ଜିଆରଏମସି (GRMC) କେନାଲର ୩ଟି ଗେଟ୍ ପ୍ରତ୍ୟେକ ୧.୬୦ ମିଟର ଖୋଲା ରହିଥିବା ବେଳେ ସେଥି ମଧ୍ୟ ଦେଇ ୭୨.୩୬ କ୍ୟୁମେକ୍ସ ପାଣି ଛଡ଼ାଯାଉଛି । ଅନ୍ୟପକ୍ଷରେ ଜିଏଲଏମସି (GLMC) କେନାଲକୁ କୌଣସି ପାଣି ଛଡ଼ାଯାଉନାହିଁ ।

Also Read:- ରାସ୍ତା ଉପରେ ସୁ ସୁ ହୋଇ ଚାଲିଥିଲା ପାଣି ; ମାନିଲେନି ଯୁବକ, ବାଇକ୍ ସହ ଭାସିଗଲେ

ଗାଲୁଡ଼ିହ ବ୍ୟାରେଜରୁ ବିପୁଳ ପରିମାଣରେ ଜଳ ନିଷ୍କାସନ ହେଉଥିବାରୁ ସୁବର୍ଣ୍ଣରେଖା ନଦୀର ତଳିଆ ଅଞ୍ଚଳରେ ଜଳସ୍ତର ବୃଦ୍ଧି ପାଇବାର ସମ୍ଭାବନା ରହିଛି । ଏହାକୁ ଦୃଷ୍ଟିରେ ରଖି ନଦୀକୂଳବର୍ତ୍ତୀ ଅଞ୍ଚଳର ଲୋକଙ୍କୁ ସତର୍କ ରହିବାକୁ ପ୍ରଶାସନ ପକ୍ଷରୁ ପରାମର୍ଶ ଦିଆଯାଇଛି ।