ନୂଆଦିଲ୍ଲୀ: ଆନ୍ତର୍ଜାତୀୟ ଚେସ୍ ମ୍ୟାଚ ଚାଲୁଥାଏ। ବିଶ୍ୱବିଜେତାଙ୍କ ସହ ସେଲ୍ଫି ନେଲେ ବିଶ୍ୱର ଦ୍ୱିତୀୟ ନମ୍ବର ଖେଳାଳି। ହେଲେ ସେଲ୍ଫି ନେବା ପରେ ତାଙ୍କ ଫୋନ୍ ଛଡ଼ାଇ ନେଇଯାଇଥିଲେ ଟୁର୍ଣ୍ଣାମେଣ୍ଟ ଅଥରିଟି। କାହିଁକି ଓ କଣ ପାଇଁ ଏ ବ୍ୟବହାର ? ଏଭଳି ଘଟଣା ଘଟିଛି ଜର୍ମାନୀର ଗ୍ରେଙ୍କେ ଫ୍ରିଷ୍ଟାଇଲ୍ ଚେସ୍ ଫେଷ୍ଟିଭାଲରେ। ମ୍ୟାଚ୍ ପୂର୍ବରୁ, କାଜାକ୍‌ ଖେଳାଳି ଆଲୁଆ ନୁରମାନ୍ ମାଗନସ୍ କାର୍ଲସେନଙ୍କ ସହ ସେଲ୍ଫି ନେବାକୁ ଅନୁରୋଧ କରିଥିଲେ।

ବିନା ଦ୍ୱିଧାରେ ରାଜି ହୋଇଗଲେ କାର୍ଲସେନ। ତାଙ୍କ ସହିତ ଫଟୋ ଉଠାଇଲେ। ଏହା ପରେ ଟୁର୍ନାମେଣ୍ଟ ଅଧିକାରୀଙ୍କ ପାଖରେ କଥା ପହଞ୍ଚିଥିଲା। ତୁରନ୍ତ ନୁରମ୍ୟାନଙ୍କ ଫୋନ୍ ଛଡ଼ାଇ ନିଆଯାଇଥିଲା। ମ୍ୟାଚ୍ ସ୍ୱାଭାବିକ ଭାବରେ ଆରମ୍ଭ ହୋଇଥିଲା। ଏନେଇ ଆରମ୍ଭ ହୋଇଥିଲା ଚର୍ଚ୍ଚା ଓ ବିତର୍କ। ପ୍ରକୃତରେ ନିୟମ ରହିଛି କଣ ?

ଚେସ୍ ନିୟମ ଅନୁଯାୟୀ, ଖେଳ ସମୟରେ ସେଲ୍ଫି ନେବାର କଟକଣା ରହିଛି। ଠକେଇ ରୋକିବା ପାଇଁ ଇଲେକ୍ଟ୍ରୋନିକ୍ ଡିଭାଇସ୍ ବିଷୟରେ କଠୋର ନିୟମ ପାଳନ କରନ୍ତି ଚେସ୍ ଟୁର୍ଣ୍ଣାମେଣ୍ଟ ଅଥରିଟି। ଖେଳାଳିମାନେ ଖେଳ ସମୟରେ ଫୋନ୍ ବ୍ୟବହାର କରିପାରିବେ ନାହିଁ କିମ୍ବା ସେମାନଙ୍କ ପାଖରେ ଫୋନ୍ ରଖିପାରିବେ ନାହିଁ। ଯଦି ସ୍ପେଶାଲ ଅନୁମତି ଥାଏ, ତାହାହେଲେ ଫୋନ ରଖିପାରିବେ।

also read- RCBର ରନ୍‌ର ପାହାଡ ଆଗରେ ଆଣ୍ଠେଇଲା CSK : ୪୩ ରନରେ ଜିତିଲା ରୟାଲ୍ ଚ୍ୟାଲେଞ୍ଜର୍ସ୍ ବେଙ୍ଗାଲୁରୁ

ନିୟମଅନୁସାରେ ଡିଭାଇସଗୁଡ଼ିକୁ ବନ୍ଦ କରି ସୁରକ୍ଷିତ ଭାବରେ ରଖିବା ଆବଶ୍ୟକ। ଯେହେତୁ ନୁରମାନ ସେଲଫି ପାଇଁ ତାଙ୍କ ଫୋନ୍ ବ୍ୟବହାର କରିଥିଲେ, ଅଧିକାରୀମାନଙ୍କୁ ତୁରନ୍ତ ଏହାକୁ ସିଜ୍ କରିବାକୁ ପଡିଲା। ସେହି ଅପ୍ରୀତିକର ମୁହୂର୍ତ୍ତ ସତ୍ତ୍ୱେ, ଖେଳଟି ବିଳମ୍ବ ନକରି ଚାଲିଲା। ବିବାଦ ଭିତରେ ବି କାର୍ଲସେନ୍ ଟୁର୍ଣ୍ଣାମେଣ୍ଟରେ ତାଙ୍କର ଦୃଢ଼ ପ୍ରଦର୍ଶନ ଜାରି ରଖିଥିଲେ। ଶେଷରେ ନୁରମାନଙ୍କୁ ପରାସ୍ତ କରିଥିଲେ।

ଆଉ ଜଣେ ଖେଳାଳି କାର୍ଲସେନଙ୍କ ସହ ସେଲଫି ନେଇଥିଲେ, ଏବଂ ପରେ ଅଧିକାରୀମାନେ ତାଙ୍କ ଫୋନ୍ ମଧ୍ୟ ନେଇଯାଇଥିଲେ। ନୁରମାନ୍ ପରେ ସେୟାର କରିଥିଲେ ଯେ ଏହି ପୂର୍ବ ଘଟଣା ତାଙ୍କୁ ପ୍ରେରଣା ଦେଇଥିଲା। ଗତ ବର୍ଷ, ଏଟିଏନ୍ ବାକ୍ରଟ୍ ମଧ୍ୟ ଏକ ସେଲ୍ଫି ନେଇଥିଲେ। ମୁଁ ଭାବିଲି, ମୁଁ କାହିଁକି ନୁହେଁ? ମାଗନସ୍ ଏଥିରେ ରାଜି ହୋଇଥିବାରୁ ମୁଁ ବହୁତ କୃତଜ୍ଞ। ଏହା ସେ ଚେସବେସ୍ ଇଣ୍ଡିଆକୁ କହିଥିଲେ।