ନୂଆଦିଲ୍ଲୀ: ଭାରତୀୟ ବଜାରରେ ଅକ୍ଟୋବର ମାସରେ ଅନେକ ନୂଆ ସ୍ମାର୍ଟଫୋନ୍ ଆଣିବାକୁ ପ୍ରସ୍ତୁତ ହେଉଛି Vivo। କମ୍ପାନୀ ନିଶ୍ଚିତ କରିଛି ଯେ Vivo V80 ଏବଂ Vivo S2 FE ଅକ୍ଟୋବର ୬ରେ ଭାରତରେ ଲଞ୍ଚ ହେବ। ଏହା ସହ Vivo X Fold 6 ମଧ୍ୟ ଭାରତରେ ଲଞ୍ଚ ହୋଇପାରେ ବୋଲି ଚର୍ଚ୍ଚା ହେଉଛି।

X Fold 6 ପୂର୍ବରୁ ଚୀନ୍ରେ ଲଞ୍ଚ ହୋଇସାରିଛି। ଏବେ ଏହା ଅନ୍ୟ ଦେଶର ବଜାରରେ ମଧ୍ୟ ଆସି ସାରିଛି । ତେଣୁ ଭାରତରେ ଏହାର ଲଞ୍ଚ ନେଇ ଆଶା ବଢ଼ିଛି।ତେବେ କେତେ ହୋଇପାରେ X Fold 6ର ଦାମ? ଏକ ଇଟାଲୀୟ ଅନଲାଇନ୍ ରିଟେଲର ୱେବସାଇଟ୍ରେ Vivo X Fold 6ର ଦାମ ପ୍ରାୟ ୨.୨୧ ଲକ୍ଷ ଟଙ୍କା ହେବ। ଟ୍ୟାକ୍ସ ବାଦ ଦେଲେ ଏହାର ଦାମ ପ୍ରାୟ ୧.୮୧ ଲକ୍ଷ ଟଙ୍କା। ରିପୋର୍ଟ ଅନୁସାରେ, Vivo V80ର ପ୍ରାରମ୍ଭିକ ଦାମ ପ୍ରାୟ ୬୩,୦୦୦ ଟଙ୍କା ହୋଇପାରେ।

Vivo X Fold 6ରେ ୮.୦୨ ଇଞ୍ଚ AMOLED ଭିତର ଡିସ୍ପ୍ଲେ ମିଳିପାରେ। ଏହାର ରେଜୋଲୁସନ୍ ୨୫୦୪ × ୨୩୧୨ ପିକ୍ସେଲ୍ ଏବଂ ସର୍ବାଧିକ ୫,୦୦୦ ନିଟ୍ସ୍ ବ୍ରାଇଟନେସ୍ ରହିପାରେ। ଫୋନ୍ରେ MediaTek Dimensity 9500 Super Edition ପ୍ରୋସେସର୍ ଥିବା ଆଶା କରାଯାଉଛି। କ୍ୟାମେରାରେ ୨୦୦MP ମୁଖ୍ୟ କ୍ୟାମେରା, ୫୦MP ପେରିସ୍କୋପ୍ ଟେଲିଫୋଟୋ ଏବଂ ୫୦MP ଅଲ୍ଟ୍ରାୱାଇଡ୍ କ୍ୟାମେରା ମିଳିପାରେ।

ଏଥିରେ ୬,୯୦୦mAh ବ୍ୟାଟେରୀ ଓ ୮୦W ଫାଷ୍ଟ ଚାର୍ଜିଂ ରହିବାର ଆଶା ରହିଛି। Android 17 ଏବଂ IP58/IP59 ରେଟିଂ ମଧ୍ୟ ମିଳିପାରେ। ତେବେ ଚୀନ୍ ଭାର୍ସନ୍ରେ ୭,୦୦୦mAh ବ୍ୟାଟେରୀ ରହିଛି।

Vivo V80ରେ ୬.୫୯ ଇଞ୍ଚ 1.5K OLED ଡିସ୍ପ୍ଲେ ରହିବ। ଏହାର ରିଫ୍ରେସ୍ ରେଟ୍ ୧୪୪Hz ହେବ। ଡିସ୍ପ୍ଲେର ସ୍ଥାନୀୟ ସର୍ବାଧିକ ବ୍ରାଇଟନେସ୍ ୫,୦୦୦ ନିଟ୍ସ୍ ପର୍ଯ୍ୟନ୍ତ ହୋଇପାରେ। ଫୋନ୍ରେ ZEISS କ୍ୟାମେରା ସିଷ୍ଟମ୍ ରହିବ। ଏଥିରେ ୫୦MP ମୁଖ୍ୟ କ୍ୟାମେରା, ୫୦MP ନାଇଟ୍ ଟେଲିଫୋଟୋ ଏବଂ ୫୦MP ଗ୍ରୁପ୍ ସେଲ୍ଫି କ୍ୟାମେରା ରହିବ।

 

Vivo ପକ୍ଷରୁ ନିଶ୍ଚିତ କରାଯାଇଥିବା ଫିଚର୍ ମଧ୍ୟରେ ୭,୨୦୦mAh ବ୍ୟାଟେରୀ, ୯୦W ଚାର୍ଜିଂ, Android 17 ଏବଂ OriginOS 7 ରହିଛି। ଅକ୍ଟୋବର ୬ରେ Vivo V80 ଓ S2 FEର ଲଞ୍ଚ ପରେ ଭାରତୀୟ ବଜାରରେ ଏହି ଫୋନ୍ଗୁଡ଼ିକର ଦାମ ଓ ସମ୍ପୂର୍ଣ୍ଣ ଫିଚର୍ ବିଷୟରେ ସ୍ପଷ୍ଟ ସୂଚନା ମିଳିବ।