ଭାରତରେ ପାନି ପୁରୀ ବା ଗୁପଚୁପ କେବଳ ଷ୍ଟ୍ରିଟ୍ ଫୁଡ୍ ନୁହେଁ,ବରଂ ଏହା ଏକ ସ୍ୱାଦ ଲୋକଙ୍କ ପାଇଁ ଏକ ପ୍ରକାର ଇମୋସନ । ଯାହା ଖାଇଲେ କି ଗୁପଚୁପ ପାଇଁ ପେଟରେ ଜାଗା ଥାଏ । କାହିଁକି ନା ଏହି ଖଟା-ମିଠା ପାଣି, ମସଲାଦାର ଓ ଚଟପଟା ଆଳୁ ଏବଂ କୁରକୁରୀ ଗୁପଚୁପର ମିଶ୍ରଣ ସବୁ ବୟସର ଲୋକଙ୍କୁ ଆକର୍ଷିତ କରେ। ଏହି କାରଣରୁ ଏହି ଖାଦ୍ୟ ପ୍ରତ୍ୟେକ ରାସ୍ତାର ଗଳିକନ୍ଦି, କୋଣ ଅନୁକୋଣରେ ସହଜରେ ମିଳିଯାଏ। ହେଲେ ବର୍ତ୍ତମାନ ଏହା କେବଳ ଏବେ ସ୍ଵାଦ ପାଇଁ ନୁହେଁ ବଂର ଯଥେଷ୍ଟ ଆୟର ଉତ୍ସରେ ବିକଶିତ ହେଉଥିବା ପରି ମନେ ହେଉଛି।

ଏବେ ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଛି। ଯାହା ଏହି ଆଲୋଚନାକୁ ଆହୁରି ଚର୍ଚ୍ଚାକୁ ଆଣିଛି। ଭିଡିଓଟିକୁ କଣ୍ଟେଣ୍ଟ କ୍ରିଏଟର କ୍ୟାସି ପାରେରା ସେୟାର କରିଛନ୍ତି। ଭିଡିଓରେ, ଦାବି କରାଯାଇଛି ଯେ ଏକ ସାଧାରଣ ଗୁପଚୁପ ଷ୍ଟଲ୍ ଚଲାଉଥିବା ଜଣେ ବ୍ୟକ୍ତି ପ୍ରତି ମାସରେ ପ୍ରାୟ ୯୦ ହଜାର ରୋଜଗାର କରନ୍ତି। ଏହି ସଂଖ୍ୟା ଶୁଣି ଅନେକ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ହେଲେ ଅନ୍ୟମାନେ ମଧ୍ୟ ଏହାକୁ ନେଇ ଅନେକ ପ୍ରଶ୍ନ ଉଠାଇଛନ୍ତି।

ଗୁପଚୁପରୁ କେତେ ହୁଏ ରୋଜଗାର ?

ଭିଡିଓ ଅନୁସାରେ, ଏହି ଷ୍ଟଲ୍ ପ୍ରତିଦିନ ପ୍ରାୟ ୮୦ ରୁ ୧୦୦ ପ୍ଲେଟ୍ ଗୁପଚୁପ ବିକ୍ରି କରେ। ପ୍ରତି ପ୍ଲେଟ୍ ମୂଲ୍ୟ ପ୍ରାୟ ୩୦ ଟଙ୍କା ବୋଲି କୁହାଯାଇଛି। ଏହି ହିସାବକୁ ଆଧାର କରି, ଯଦି ହାରାହାରି ୧୦୦ ପ୍ଲେଟ୍ ବିକ୍ରି ହୁଏ। ତେବେ ମୋଟ ଦୈନିକ ପ୍ରାୟ ୩ ହଜାର ହେବ। ଯଦି ଏହି ସଂଖ୍ୟାକୁ ସମ୍ପୂର୍ଣ୍ଣ ମାସ ମଧ୍ୟରେ ଆକଳନ କରାଯାଏ, ତେବେ ଏହା ପ୍ରାୟ ୯୦ ହଜାର ହେବ। ବାର୍ଷିକ ଆଧାରରେ, ଏହି ଆୟ ପ୍ରାୟ ୧୦ ଲକ୍ଷରେ ପହଞ୍ଚିଥାଏ।

ସବୁଠାରୁ ଆଶ୍ଚର୍ଯ୍ୟକଥା ହେଲା ଏହି ଷ୍ଟଲ୍ ସାରା ଦିନ ଚାଲେନାହିଁ। ଭିଡିଓରୁ ଜଣାପଡ଼ିଛି ଯେ ଷ୍ଟଲ୍ କେବଳ ଅପରାହ୍ନ ୪ଟାରୁ ରାତି ୧୦ ଯାଏଁ ଖୋଲାଯାଏ । କହିବାକୁ ଗଲେ ଏହା ପ୍ରାୟ ଛଅ ଘଣ୍ଟା ସମୟ ଲାଗେ। ଏତେ କମ୍ ସମୟ ମଧ୍ୟରେ ଏତେ ଅଧିକ ବିକ୍ରି ପରିମାଣ ହାସଲ କରିବା ଅନେକଙ୍କୁ ଆଶ୍ଚର୍ଯ୍ୟ କରିଛି। ଏହି କାରଣରୁ ଭିଡିଓଟି ଜନସାଧାରଣଙ୍କ ମଧ୍ୟରେ ଏତେ ଶୀଘ୍ର ଭାଇରାଲ୍ ହୋଇଗଲା ଯେ ଦଶ ଲକ୍ଷରୁ ଅଧିକ ଭ୍ୟୁ ହୋଇଛି। ହଜାର ହଜାର ଲୋକ ଏହାକୁ ଲାଇକ୍ ଏବଂ କମେଣ୍ଟ ମଧ୍ୟ ଦେଇଛନ୍ତି।

କହିବାକୁ ଗଲେ ଏହି ଦାବିକୁ ସମସ୍ତେ ଅନ୍ଧ ଭାବରେ ବିଶ୍ଵାସ କରିନାହାଁନ୍ତି। ସୋସିଆଲ ମିଡିଆରେ, ଅନେକ ୟୁଜର୍ସ ଏହି ରୋଜଗାରର ବିଭିନ୍ନ ଦିଗ ବିଷୟରେ ଆଲୋଚନା ଆରମ୍ଭ କରିଛନ୍ତି। କେତେକ କହିଛନ୍ତି ଯେ ଭିଡିଓରେ ସଂଖ୍ୟାଗୁଡ଼ିକ ପ୍ରକୃତ ଖର୍ଚ୍ଚ ନୁହେଁ । ଅନେକ ଜଣେ କହିଥିଲେ ଯେ ଷ୍ଟଲ୍ ଚଳାଉଥିବା ବ୍ୟକ୍ତି ପ୍ରକୃତ ମାଲିକ କି କେବଳ ଜଣେ କର୍ମଚାରୀ। ଯଦି ସେ ଜଣେ କର୍ମଚାରୀ, ତେବେ ତାଙ୍କର ପ୍ରକୃତ ଦରମା ଉଲ୍ଲେଖିତ ସଂଖ୍ୟା ଅପେକ୍ଷା ଯଥେଷ୍ଟ କମ୍ ହୋଇପାରେ।

Also Read-Meert Moya: ବିଶ୍ୱର ପ୍ରଥମ ମାନବୀୟ ରୋବଟ୍: ଯାହା ମଣିଷ ପରି କରୁଛି ଚଲା-ବୁଲା