ମୁମ୍ବାଇ : ବିଜୟ ତାମିଲନାଡ଼ୁର ମୁଖ୍ୟମନ୍ତ୍ରୀ ହେବା ପରେ ବାନ୍ଧବୀ ତଥା ଅଭିନେତ୍ରୀ ତ୍ରିଶା କ୍ରିଷ୍ଣନନଙ୍କୁ ନେଇ ଚର୍ଚ୍ଚା ଜୋର। ଦୁଇଜଣଙ୍କ ଅଫେଆର୍ ଓ ବିବାହକୁ ନେଇ କେତେ କଣ ଚର୍ଚ୍ଚା ହେଉଛି। ଏହାରି ଭିତରେ ତ୍ରିଶାଙ୍କ ପୂର୍ବତନ ପ୍ରେମିକ ରାଣା ଦଗୁବତୀ ବି ଚର୍ଚ୍ଚାର ପରିସରକୁ ଆସିଛନ୍ତି।

ସାଉଥ୍ ସିନେମାରେ ଦିନେ ଖୁବ୍ ଚର୍ଚ୍ଚିତ କପଲ୍ ଥିଲେ ତ୍ରିଶା କ୍ରିଷ୍ଣନ୍ ଓ ରାଣା ଦଗୁବତୀ। ବର୍ଷ ବର୍ଷ ଧରି, ସେମାନଙ୍କ ସମ୍ପର୍କକୁ ନେଇ ସାଉଥ୍ ଇଣ୍ଡଷ୍ଟ୍ରି ଉଠୁଥିଲା ପଡ଼ୁଥିଲା। କିନ୍ତୁ ସେମାନେ ନିଜ ସଂପର୍କକୁ କେବେ ସାର୍ବଜନୀନ କରି ନଥିଲେ। କାରଣ ଉଭୟ ସେମାନଙ୍କର ବ୍ୟକ୍ତିଗତ ଜୀବନକୁ ସିକ୍ରେଟ୍ ରଖିବାକୁ ପସନ୍ଦ କରିଥିଲେ। କେବଳ ସେମାନଙ୍କ ବିଷୟରେ ଦୀର୍ଘ ସମୟ ଧରି କଳ୍ପନାଜଳ୍ପନା ଜାରି ରହିଥିଲେ। ରାଣା ଥରେ ‘କଫି ୱିଥ୍ କରଣ ସିଜିନ୍-6’ ରେ ଏହି ବିଷୟରେ ଖୋଲାଖୋଲି ଭାବରେ ଆଲୋଚନା କରିଥିଲେ।

ରାଣା ଏସ.ଏସ. ରାଜାମୌଲି ଏବଂ ପ୍ରଭାସଙ୍କ ସହିତ ‘କଫି ୱିଥ୍ କରଣ ସିଜିନ୍-6’ରେ ପହଞ୍ଚିଥିଲେ। ଶୋ'ର "ରାପିଡ୍ ଫାୟାର" ରାଉଣ୍ଡ୍ ସମୟରେ, କରଣ ଜୋହର ରାଣା ଏବଂ ତ୍ରିଶାଙ୍କ ସଂପର୍କକୁ ନେଇ ପ୍ରଶ୍ନ କରିଥିଲେ। ଅଭିନେତା ସେମାନେ ଡେଟ୍ କରିଥିବା ସତ୍ୟକୁ ଅସ୍ୱୀକାର କରିନଥିଲେ। ବରଂ ସେ ପରିପକ୍ୱତା ସହିତ ସେମାନଙ୍କ ସମ୍ପର୍କ ବିଷୟରେ କହିଥିଲେ। ରାଣା କହିଥିଲେ, "ସେ ଦଶ ବର୍ଷ ଧରି ମୋର ବନ୍ଧୁ। ଆମେ ବହୁତ ଦିନ ଧରି ବନ୍ଧୁ ଥିଲୁ, ଏବଂ ଆମେ ଡେଟ୍ କରିଥିଲୁ। ତଥାପି, ମୁଁ ଭାବୁଛି ଏହା କାମ କରିନଥିଲା।" ଏହି ସ୍ପଷ୍ଟ ସ୍ୱୀକାରୋକ୍ତି ତୁରନ୍ତ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା। ଯଦିଓ ସେମାନଙ୍କର ପ୍ରେମ ସମ୍ପର୍କ ସଫଳ ହୋଇନଥିଲା, କିନ୍ତୁ ସେମାନଙ୍କ ବନ୍ଧୁତା ତାଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ଥିଲା।

ରାଣା ଏବଂ ତ୍ରିଶା ଅନେକ ବର୍ଷ ଧରି ସମ୍ପର୍କରେ ଥିଲେ। ପରେ ସେମାନଙ୍କ ଭିତରେ ବାଦ ବିବାଦ ଦେଖା ଦେଇଥିଲା। ଯାହା ଖାବର ମିଳୁଥିଲେ ବି ସେମାନେ ଏ ବିଷୟରେ କେବେ ସାର୍ବଜନୀନ ଭାବେ କଥା ହେଉନଥିଲେ। ଆଉ ବ୍ରେକଅପ୍ ପରେ ସେମାନଙ୍କ ଫଟୋ ଓ ଭିଡିଓ ଖୁବ୍ ଭାଇରାଲ୍ ହୋଇଥିଲା।

ରାଣା ପରବର୍ତ୍ତୀ ସମୟରେ ବ୍ୟକ୍ତିଗତ ଜୀବନରେ ଆଗକୁ ବଢ଼ିଥିଲେ। ସେ ଉଦ୍ୟୋଗୀ ମିହିକା ବଜାଜଙ୍କୁ ବିବାହ କରିଥିଲେ। ଅନ୍ୟପକ୍ଷରେ, ତ୍ରିଶା ତାଙ୍କ ବ୍ୟକ୍ତିଗତ ସମ୍ପର୍କକୁ ନେଇ କିନ୍ତୁ ଚୁପ୍ ରହୁଥିଲେ। ବର୍ତ୍ତମାନ, ତ୍ରିଶା ଥାଲାପଥି ବିଜୟଙ୍କ ସହିତ ପ୍ରେମ ସଂପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି। ଚେନ୍ନାଇରେ ବିଜୟଙ୍କ ଶପଥ ଗ୍ରହଣ ଉତ୍ସବରେ ତ୍ରିଶାଙ୍କ ଉପସ୍ଥିତି ପରେ ଏହି କଳ୍ପନାଜଳ୍ପନା ଆହୁରି ତୀବ୍ର ହୋଇଛି।

 Also Read- Trisha Krishnan : ବିଜୟ CM ହେବା ପରେ ତ୍ରିଶା କଲେ ପ୍ରପୋଜ ! ହଇଚଇ ସୃଷ୍ଟି କଲା ଅଭିନେତ୍ରୀଙ୍କ କ୍ରିପ୍ଟିକ୍ ପୋଷ୍ଟ