କଳାହାଣ୍ଡି: ଲାଞ୍ଚ ନେବା ବେଳେ ଧରାପଡ଼ିଲେ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଜଳଛାୟା ପ୍ରକଳ୍ପ କାର୍ଯ୍ୟାଳୟର ମନରେଗା ଆସିଷ୍ଟାଣ୍ଡ ପ୍ରୋଗ୍ରାମ ଅଧିକାରୀ ପ୍ରିୟଙ୍କା ଜେନା। ପ୍ରୋଗ୍ରାମ ଅଧିକାରୀ ଜଣକ ଏକ ବନ୍ଧ ନିର୍ମାଣ କାର୍ଯ୍ୟ ପାଇଁ ଅଭିଯୋଗକାରୀଙ୍କଠାରୁ ୩୫ ହଜାର ଟଙ୍କା ଲାଞ୍ଚ ଦାବି କରିଥିଲେ l ଏନେଇ ଭିଜିଲାନ୍ସ ବିଭାଗରେ ଅଭିଯୋଗ ହେବା ପରେ ତାଙ୍କୁ ଧରିବା ପାଇଁ ଯୋଜନା କରାଯାଇଥଲା l

ତେବେ ଯୋଜନା ଅନୁଯାୟୀ ଇରିଗେସନ କଲୋନୀ ଛକ ନିକଟରେ ପ୍ରିୟଙ୍କା ଜେନା ଅଭିଯୋଗକାରୀଙ୍କଠାରୁ ୩୫ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜିଲାନ୍ସ ଅଧିକାରୀମାନେ ତାଙ୍କୁ କାବୁ କରିଥିଲେ। ଘଟଣାସ୍ଥଳରୁ ତାଙ୍କ ବ୍ୟାଗରୁ ୩୫ ହଜାର ଟଙ୍କା ଜବତ କରିଥିଲା ଭିଜିଲାନ୍ସ l

Also Read: ଆଇଟିଡିଏ ଯନ୍ତ୍ରୀଙ୍କ ୫ମ ଲକରରୁ ବାହାରିଲା କେଜିଏରୁ ଅଧିକ ସୁନା, ରବିବାର ଗିରଫ କରିଥିଲା ଭିଜିଲାନ୍ସ

ଏହା ପରେ ଭିଜିଲାନ୍ସ ବିଭାଗ ପକ୍ଷରୁ ରାମସାଗର ପଡ଼ାରେ ଥିବା ପ୍ରୋଗ୍ରାମ ଅଧିକାରୀଙ୍କ ଭଡ଼ା ଘର ଏବଂ ସରକାରୀ କାର୍ଯ୍ୟାଳୟରେ ଏକାକାଳୀନ ଚଢ଼ାଉ ଜାରି ରଖିଛି ଭିଜିଲାନ୍ସ l ତାଙ୍କ ନିକଟରେ ଥିବା ସମ୍ପତ୍ତି, ଦସ୍ତାବେଜ ଏବଂ ଆର୍ଥିକ କାରବାର ସମ୍ପର୍କରେ ଯାଞ୍ଚ ଚାଲିଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ମିଳିଛି l