ମୁମ୍ଵାଇ ୦୮।୧୦; ବଲିଉଡର ବରିଷ୍ଠ ଅଭିନେତା ନାନା ପାଟେକରଙ୍କ ପରଲୋକ ଘଟିଛି। ୭୫ ବର୍ଷ ବୟସରେ ସେ ଏହି ଦୁନିଆକୁ ବିଦାୟ ଦେଇଛନ୍ତି। ଯାହା ବିଟାଉନ ଏବଂ ମରାଠୀ ସିନେମା ଜଗତରୁ ମର୍ମାହତ କରିଛି। ପ୍ରଖ୍ୟାତ ଅଭିନେତା ନାନା ପାଟେକର ଭୋର୍ ପ୍ରାୟ ୩ଟା ୩୦ ସମୟରେ ତାଙ୍କୁ ଡୋନା ପାଉଲାସ୍ଥିତ ମଣିପାଲ ହସ୍ପିଟାଲକୁ ଅଣାଯାଇଥିଲା। ଡାକ୍ତରମାନେ କହିଛନ୍ତି ଯେ ହସ୍ପିଟାଲରେ ପହଞ୍ଚିବା ପୂର୍ବରୁ ହିଁ ତାଙ୍କର ମୃତ୍ୟୁ ହୋଇସାରିଥିଲା। ତାଙ୍କ ବିୟୋଗ ଖବର ବଲିଉଡ ଚଳଚ୍ଚିତ୍ର ଜଗତରେ ଶୋକର ଛାୟା ଖେଳାଇ ଦେଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଗୋଆର ଡୋନା ପାଉଲା ସ୍ଥିତ ଘରେ ତାଙ୍କୁ ଅଚେତ ଅବସ୍ଥାରେ ପାଇ ତୁରନ୍ତ ଡାକ୍ତରଖାନା ନିଆଯାଇଥିଲା। ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡିଛି ଯେ ହୃଦ୍ଘାତ (କାର୍ଡିଆକ୍ ଆରେଷ୍ଟ) ଯୋଗୁଁ ଆଜି ସକାଳ ପ୍ରାୟ ୫:୨୦ ମିନିଟ୍ ସମୟରେ ତାଙ୍କର ପରଲୋକ ହୋଇଛି। ଡାକ୍ତରଖାନାରେ ଡାକ୍ତରମାନେ ପ୍ରାୟ ୪୫ ମିନିଟ୍ ଧରି ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା କରିଥିଲେ ମଧ୍ୟ କୌଣସି ରେସପନ୍ସ ମିଳିନଥିଲା। ତାଙ୍କର ଏଭଳି ଆକସ୍ମିକ ମୃତ୍ୟୁ ଖବର ଶୁଣି ସମଗ୍ର ଚଳଚ୍ଚିତ୍ର ଜଗତ ଓ ପ୍ରଶଂସକଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି।

ଅଭିନୟ ଯାତ୍ରା ଓ କ୍ୟାରିୟର

୧୯୭୮ ମସିହାରେ 'ଗମନ୍' ଚଳଚ୍ଚିତ୍ର ଜରିଆରେ ନିଜର ଅଭିନୟ ଯାତ୍ରା ଆରମ୍ଭ କରିଥିବା ନାନା ପାଟେକର ଥିଲେ ଜଣେ ଅନନ୍ୟ ପ୍ରତିଭାସମ୍ପନ୍ନ ଅଭିନେତା। 'ପରିନ୍ଦା', 'ପ୍ରହାର', 'କ୍ରାନ୍ତିବୀର', 'ଖାମୋଶୀ' ଏବଂ 'ଅବ୍ ତକ୍ ଛପନ୍' ଭଳି ଅନେକ ସୁପରହିଟ୍ ଫିଲ୍ମ ମାଧ୍ୟମରେ ସେ ଦର୍ଶକଙ୍କ ହୃଦୟରେ ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ।

ଫିଟନେସ୍ ଏବଂ ଆଗାମୀ ପ୍ରୋଜେକ୍ଟ

ମୃତ୍ୟୁର କିଛି ଦିନ ପୂର୍ବରୁ ମଧ୍ୟ ସେ ନିଜର ଫିଟନେସ୍ ପାଇଁ ବେଶ୍ ଚର୍ଚ୍ଚାରେ ଥିଲେ। ଇନଷ୍ଟାଗ୍ରାମରେ ଭାଇରାଲ ହୋଇଥିବା ଏକ ଭିଡିଓରେ ତାଙ୍କୁ ବିନା କୌଣସି ବାଧାରେ କ୍ରମାଗତ ଭାବେ ୧୫ଟି 'ଟ୍ରାଇସେପ୍ ଡିପ୍ସ' କରୁଥିବାର ଦେଖିବାକୁ ମିଳିଥିଲା। ଖୁବଶୀଘ୍ର ତାଙ୍କୁ 'ହାଉସ୍ଫୁଲ୍ ୫', ବିଶାଲ ଭରଦ୍ୱାଜଙ୍କ "ଓ'ରୋମିଓ" ଏବଂ "ସୁବେଦାର" ଭଳି ଆଗାମୀ ଚଳଚ୍ଚିତ୍ରମାନଙ୍କରେ ମଧ୍ୟ ଦେଖିବାକୁ ମିଳିଥାନ୍ତା।କହିବାକୁ ଗଲେ ଏକ ଅନନ୍ୟ ଅଭିନୟ ଶୈଳୀ ଓ ନିଖୁଣ ବ୍ୟକ୍ତିତ୍ୱର ଅଧିକାରୀ ନାନା ପାଟେକରଙ୍କ ବିୟୋଗରେ ଭାରତୀୟ ସିନେମା ଜଗତର ଏକ ଯୁଗର ଅନ୍ତ ଘଟିଛି।