ଭଦ୍ରକ ୦୮।୦୭ : ଭଦ୍ରକରେ ଅଛି ଗାଡି , ଚାଲାଣ କଟିଛି ନୟାଗଡରେ । ପୁଣି ଚାରି ଚକିଆ ଗାଡି ନାଁରେ ଆସିଛି ଦୁଇ ଚକିଆ ଗାଡିର ଫାଇନ । ବାଇକ ଚଳାଇବା ବେଳେ ଫୋନରେ କଥା ହେବା ପାଇଁ ଆସିଛି ୫ ହଜାର ଟଙ୍କାର ଫାଇନ। ଏପରି ମନଇଚ୍ଛା ଫାଇନ୍ ଚାଲାଣ କାଟିବା ଘଟଣା ପରେ ପଦାରେ ପଡିଛି ପରିବହନ ବିଭାଗର କାମ।

ଖବର ଅନୁଯାୟୀ, ମଙ୍ଗଳବାର ସନ୍ଧ୍ୟାରେ ଭଦ୍ରକ ସହର ଆରଡ଼ି ଛକ ବାସିନ୍ଦା କ୍ଷିତୀଶ ସାମନ୍ତ ବେହେରାଙ୍କ ମୋବାଇଲକୁ ନୟାଗଡ଼ ପୋଲିସ ଲାଇନ ଲେନରୁ ପରିବହନ ବିଭାଗ ତରଫରୁ ୫ହଜାର ଟଙ୍କାର ଫାଇନ ମେସେଜ ଆସିଥିଲା । ଏହା ପରେ ଅନଲାଇନ୍ ରେ ନୋଟିସ ପାଇଥିଲେ । OD02 CA 1742 ନମ୍ବରର ବାଇକ ଚଳାଉଥିବା ବେଳେ ଫୋନରେ କଥା ହେବା ପାଇଁ ପରିବହନ ବିଭାଗର ଫାଇନ୍ ନୋଟିସ୍ ଆସିଥିଲା।

Also Read:-Anshula-Reception କପୁର ପାର୍ଟି ବବିଙ୍କ ଜଲୱା, ବୋଲ୍ଡ ଲୁକ୍‌ରେ ନଜର ଆସିଲେ ଜାହ୍ନବୀ; ଲାଇମ୍‌ ଲାଇଟ୍‌ ଲୁଟିଲେ ରେଖା

ତେବେ ଏହି ଚାଲାଣ କ୍ଷିତୀଶଙ୍କୁ ବେଶ ଆଶ୍ଚର୍ଯ୍ୟ କରିଛି। ସଂପୃକ୍ତ ଗାଡି ନମ୍ବର କାର ର । ଏଣେ କାର ଟି ଭଦ୍ରକରେ ଥିବା ସେ ସିସିଟିଭି ଫୁଟେଜରେ ଦେଖାଇଛନ୍ତି। କାରଟି ଭଦ୍ରକରେ ଥିବା ବେଳେ ନୟାଗଡ଼ ଆରଟିଓ କିପରି ସଂପୃକ୍ତ ନମ୍ବରରେ ବାଇକର ଚାଲାଣ ପଠାଇଲେ, ତାକୁ ନେଇ ପ୍ରଶ୍ନ ଉଠିଛି । । ଏଣେ ଫାଇନରେ ଥିବା ଫଟୋରେ ଜଣେ ଯୁବକ ବାଇକ୍ ଚଳାଇବା ବେଳେ ମୋବାଇଲ୍ ରେ କଥା ହେଉଥିବା ଦେଖା ଯାଉଛି । କୌଣସି ଯାଞ୍ଚ ନକରି ପରିବହନ ବିଭାଗ ଏପରି ଚାଲାଣ ପଠାଇବା ପଛରେ ଆରଟିଓ ବିଭାଗର ଦାୟିତ୍ବହୀନତାକୁ ସେ ଦାୟୀ କରିଛନ୍ତି । ତୁରନ୍ତ ଘଟଣାର ସମାଧାନ ପାଇଁ ସେ ଦାବି ମଧ୍ୟ କରିଛନ୍ତି । ...