ବେଙ୍ଗାଲୁରୁ, ୩୧/୦୮: ବୈଭବ ସୂର୍ଯ୍ୟବଂଶୀଙ୍କ ବଡ ରେକର୍ଡ । ରଚିଲେ ଇତିହାସ । ଦଲୀପ ଟ୍ରଫିରେ ବୈଭବ ଏପରି କିଛି କାରନାମା କରିଛନ୍ତି । ବେଙ୍ଗାଲୁରୁରେ ସେଣ୍ଟ୍ରାଲ ଜୋନ୍ ବିପକ୍ଷରେ ଦଲୀପ ଟ୍ରଫି ୨୦୨୬ର ପ୍ରଥମ ସେମିଫାଇନାଲରେ ବୈଭବ ଦମଦାର ବ୍ୟାଟିଂ କରି ୪୨ ବଲରୁ ଅର୍ଧଶତକ ପୂରା କରିଛନ୍ତି । ସେ ସୋମବାର ଇଷ୍ଟ୍ ଜୋନ୍ ତରଫରୁ ପ୍ରଥମ ପାଳିରେ ୮୧ ବଲରୁ ୯୨ ରନ୍ ସ୍କୋର କରିଛନ୍ତି । ଏଥିରେ ୭ଟି ଚଉକା ସାମିଲ ଅଛି । ଏହା ତାଙ୍କର ପ୍ରଥମ ଶ୍ରେଣୀ କ୍ୟାରିଅରର ସର୍ବାଧିକ ସ୍କୋର୍ ଅଟେ ।

ଦମଦାର ବ୍ୟାଟିଂ କରି ବୈଭବ ୫୭ ବର୍ଷ ତଳର ରେକର୍ଡ ଭାଙ୍ଗି ଦେଇଛନ୍ତି । ବୈଭବ ଏବେ ଦଲୀପ ଟ୍ରଫିରେ ସବୁଠୁ କମ୍ ବୟସରେ ଅର୍ଧଶତକ ଲଗାଇଥିବା ବ୍ୟାଟର ହୋଇଯାଇଛନ୍ତି । ସେ ସ୍ୱର୍ଗତ ଲକ୍ଷ୍ମଣ ସିଂଙ୍କ ରେକର୍ଡ ଭାଙ୍ଗିଛନ୍ତି । ଲକ୍ଷ୍ମଣ ୧୯୬୯ରେ ୧୬ ବର୍ଷ ଏବଂ ୨୩ ଦିନରେ ଏହି ଉପଲବ୍ଧି ହାସଲ କରିଥିଲେ । ବୈଭବ ଏବେ ୧୫ ବର୍ଷ ୧୭୫ ଦିନରେ ଅର୍ଧଶତକ ହାସଲ କରିଛନ୍ତି । ଅନ୍ୟମାନଙ୍କ ମଧ୍ୟରେ ପିୟୁଷ ଚାଓ୍ୱଲା ୧୬ ବର୍ଷ ୩୦୭ ଦିନରେ ଅର୍ଧଶତକ ହାସଲ କରିଥିଲେ ।

ବୈଭବଙ୍କ ପ୍ରଦର୍ଶନ ଏଥିପାଇଁ ଖାସ୍ କାରଣ ସେ ଖୁବ୍ କମ୍ ଦିନରେ ଘରୋଇ କ୍ରିକେଟରେ କମ୍ ବୟସରେ ନିଜର ପରିଚୟ ସୃଷ୍ଟି କରିପାରିଛନ୍ତି । ସେମିଫାଇନାଲର ପ୍ରଥମ ଦିନରେ ତାଙ୍କୁ ନେତୃତ୍ୱ ନେବାକୁ ପଡିଥିଲା । ଇଷ୍ଟ ଜୋନ୍ ପକ୍ଷରୁ ନିୟମିତ ଅଧିନାୟକ ଇଶାନ କିଷାନ ଆହତ ହେଲା ପରେ ସେ ପଡିଆ ଛାଡିବାକୁ ବାଧ୍ୟ ହୋଇଥିଲେ । ଫଳରେ ଉପ ଅଧିନାୟକ ବୈଭବ ଅଧିନାୟକ ଦାୟିତ୍ୱ ତୁଲାଇଥିଲେ ।

Also Read :- ଶ୍ରୀଲଙ୍କା ହାତରୁ ଛଡ଼ାଇ ନିଆଗଲା ୨୦୨୭ ଚାମ୍ପିଅନ୍ସ ଟ୍ରଫିର ଆୟୋଜନ ଅଧିକାର, ବଡ଼ ନିଷ୍ପତ୍ତି ନେଲା ଆଇସିସି

ଇଶାନଙ୍କ ଅନୁପସ୍ଥିତିରେ ବୈଭବ ଘଣ୍ଟେ ଧରି ଦଳର ମଙ୍ଗ ସମ୍ଭାଳିଥିଲେ । ଅଧିନାୟକ ଭାବେ ସଫଳ ଡିଆରଏସ ମଧ୍ୟ ନେଇଥିଲେ । ଫଳରେ ଗୋଟିଏ ମ୍ୟାଚରେ ସେ ଦମଦାର ବ୍ୟାଟିଂ କରି ନିଜର ନେତୃତ୍ୱ ଦକ୍ଷତାର ପ୍ରମାଣ ଦେଇଛନ୍ତି । ସୂଚନାଯୋଗ୍ୟ, ଏହାପୂର୍ବରୁ ନର୍ଥ ଇଷ୍ଟ ବିପକ୍ଷ ମୁକାବିଲାରେ ବୈଭଭ ୮ ରନ୍ ସ୍କୋର କରିଥିଲେ । କିନ୍ତୁ ବୋଲିଂ କରି ଦୁଇଟି ଗୁରୁତ୍ୱପୂର୍ଣ୍ଣ ଓ୍ୱିକେଟ୍ ନେଇଥିଲେ ।