ନୂଆଦିଲ୍ଲୀ: ଆମେରିକା ନୌସେନା ହର୍ମୁଜ ଜଳମାର୍ଗକୁ ସମ୍ପୂର୍ଣ୍ଣ ବନ୍ଦ କରିଦେଲେ ତୈଳ ଓ ଗ୍ୟାସ୍ ପରିବହନ ଲାଗି ଅନ୍ୟ କେତେକ ବିକଳ୍ପ ରହିଛି। ହେଲେ ତାହା ଅଧିକ ସମୟ ଓ ଖର୍ଚ୍ଚ ଲାଗିବ । ଯାହାର ପ୍ରଭାବ ସିଧାସଳଖ ସାଧାରଣ ଲୋକଙ୍କ ଉପରେ ପଢିବ। ହର୍ମୁଜ ବନ୍ଦ ହେଲେ ସମଗ୍ର ବିଶ୍ବ ପ୍ରଭାବିତ ହେବ।

ୟୁଏଇ ପାଇପ ଲାଇନ

ୟୁଏଇର ପୂର୍ବତଟ ପାଇପ ଲାଇନ ଏକ ବିକଳ୍ପ ହୋଇପାରିବ । ଏହା ହର୍ମୁଜ ପ୍ରଣାଳୀ ବାହାରେ ଓମାନ ଉପସାଗରରେ ରହିଛି। କିନ୍ତୁ ଏହାର କ୍ଷମତା ଦୈନିକ ମାତ୍ର ୧.୫ ନିୟୁତରୁ ୧.୮ ନିୟୁତ ବ୍ୟାରେଲ ରହିଛି। ହର୍ମୁଜ ଦେଇ ପ୍ରତିଦିନ ଆସୁଥିବା ତୈଳ ତୁଳନାରେ ଏହା ଓଟ ମୁହଁରେ ଜିରା ସଦୃଶ। ବିଶ୍ବର ଆବଶ୍ୟକତା ପୂରଣ କରିବାରେ ଏହା ସମ୍ଭବ ହୋଇପାରିବନାହିଁ।

ସାଉଦି ଇଷ୍ଟ-ୱେଷ୍ଟ ପାଇପ୍ ଲାଇନ

ସାଉଦି ଆରବ ପାଖରେ ଏକ ବଡ ବିକଳ୍ପ ରହିଛି। ଯାହାକୁ ପେଟ୍ରୋଲାଇନ ବା ଇଷ୍ଟ-ୱେଷ୍ଟ ପାଇପ୍ ଲାଇନ କୁହାଯାଉଛି। ଏହା ୧୨୦୦ କି.ମି ଲମ୍ବା ପାଇପ ଲାଇନ ଯାହା ଅଶେଧିତ ତୈଳକୁ ପାରସ୍ୟ ଉପସାଗରରୁ ଲୋହିତ ସାଗରର ଗାନୁବ ବନ୍ଦର ପର୍ଯ୍ୟନ୍ତ ନେଇଯାଉଛି । ଏହାର କ୍ଷମତା ଦୈନିକ ୫ ନିୟୁତରୁ ୭ ନିୟୁତ ବ୍ୟାରେଲ। ଟେକ୍ନିକାଲ ଦୃଷ୍ଟିରୁ ହର୍ମୁଜକୁ ଏକାଲ ତୈଳ ପରିବହନ କରିବାରେ ଏହା ସବୁଠୁ ବଡ ବିକଳ୍ପ। କିନ୍ତୁ ଲୋହିତ ସାଗରରେ ଚାଲିଥିବା ସଂଘର୍ଷକୁ ବିଚାରକୁ ନେଲେ ଏହା ଚୈନ ପରିବହନ ଲାଗି ସମ୍ପୂର୍ଣ୍ଣ ସୁରକ୍ଷିତ ନୁହେଁ ।

ଲୋହିତ ସାଗର ଓ ସୁଏଜ କେନାଲ ଚାଲେଞ୍ଜ

ଯେଉଁ ଜାହାଜ ହର୍ମୁଜରୁ ବର୍ଷି ଅନ୍ୟ ବାଟେ ଯିବାକୁ ଚାହିଁବ ତା ସାମ୍ନାରେ ବାବ୍ ଅଲ୍-ମଣ୍ଡେବ ଜଳମାର୍ଗ ଓ ସୁଏଜ କେନାଲ ବିପଦ ରହିଛି। ୟୁରୋପ ଓ ଆମେରିକା ଯିବାକୁ ହେଲେ ଏହି ରାସ୍ତା ଅବଶ୍ୟ ଛୋଟ, କିନ୍ତୁ ସେହି ଅଞ୍ଚଳରେ ଲାଗି ରହିଥିବା ଆଞ୍ଚଳିକ ସଂଘର୍ଷ ଓ ତ୍ରୋନ ଆକ୍ରମଣର ବିପଦ ରହିଛି । ହୋର୍ମୁଳ ସହିତ ଲୋହିତ ସାଗର ଅଞ୍ଚଳ ଯଦି ଅଶାନ୍ତ ରୁହେ ତେବେ ବୈଶ୍ୱକ ବଣିଜ୍ୟ କାରବାରର ପୁରା ଚେନ୍ ଧ୍ୱସ୍ତ ହୋଇଯିବ । ଜାହାଜଗୁଡିକୁ ହଜାର ହଜାର ମାଇଲ ଟକ୍ଟର କଟି ଯିବାକୁ ପଡିବ।

କେପ୍ ଅଫ୍ ଗୁଡ୍ ହୋପ୍ର ଲମ୍ବା ରାସ୍ତା

ଯେତେବେଳେ ସବୁ ଛୋଟ ରାସ୍ତା ବନ୍ଦ କିମ୍ବା ଅଶାନ୍ତ ହୋଇପଡିବ ସେତେବେଳେ ଜାହାଜଗୁଡିକ ନିକଟରେ ଦକ୍ଷିଣ ଆଫ୍ରିକାର କେପ୍ ଅଫ୍ ଗୁଡ ହୋପ୍ ଭଳି ପାରମ୍ପରିକ ଲମ୍ବା ରାସ୍ତା ହିଁ ରହିବ। ୟୁରୋପ ଯିବାକୁ ହେଲେ ଏହି ରାସ୍ତାରେ ହଜାର ହଜାର ମାଇଲ୍ ଅଧିକ ଅତିକ୍ରମ କରିବାକୁ ହେବ। ଫଳରେ କେବଳ ଜାହାଜ ପହଞ୍ଚିବାକୁ ଅଧିକ ସମୟ ଲାଗିବ ନାହିଁ ବରଂ ଇନ୍ଧନ ଓ ଶ୍ରମଶକ୍ତିର ଖର୍ଚ୍ଚ ଏତେ ବଢ଼ିଯିବ ଯେ ସାଧାରଣ ଲୋକଙ୍କ ପାଖରେ ପହଞ୍ଚିବାକୁ ଥିବା ସାମଗ୍ରୀ ଓ ତୈଳର ମୁଲ୍ୟ ବଢ଼ିଯିବ। ଯାହାର ପ୍ରଭାବ ସେମାନଙ୍କ ଉପରେ ପଡିବ।

ଇରାକ ଓ କୁଏତ ଅସହାୟ

ହୋର୍ମୁଳ ବନ୍ଦ ହେବାର ସବୁଠାରୁ ଅଧିକ ପ୍ରଭାବ ସେହି ସବୁ ଦେଶ ଉପରେ ପଡିବ ଯେଉଁମାନେ ଭୌଗୋଳିକ ଦୃଷ୍ଟିରୁ ପାରସ୍ୟ ଉପସାଗର ଭିତରେ ରହିଛନ୍ତି। ସେମାନଙ୍କ ମଧ୍ୟରେ ଇରାଜ, ହୁଏତ ଓ ଜାତାର ଭଳି ଦେଶ ଅଛନ୍ତି। ସେମାନଙ୍କ ପାଖରେ ନିଜ ଦେଶରୁ ତେଲ ଓ ଗ୍ୟାସ୍ ବିଦେଶକୁ ପଠାଇବା ଲାଗି ହୋର୍ମୁଜ ବ୍ୟତୀତ ଅନ୍ୟ କୌଣସି ବଡ ସମୁଦ୍ର ବାଟ ନାହିଁ । ଯଦି ହୋର୍ମୁଜ ସମ୍ପୂର୍ଣ୍ଣ ବନ୍ଦ ହୋଇଯିବ ତେବେ ଏସବୁ ଦେଶର ଅର୍ଥନୀତି ପ୍ରଭାବିତ ହେବ। ଇରାନ ମଧ୍ୟ ଏହା ଭିତରେ ରହିଛି। କିନ୍ତୁ ହୋର୍ମୁଜ ଉପରେ ଇରାନ ତାର ନିୟନ୍ତ୍ରଣ ରଖିଛି।

ଇରାନ ଡ୍ରୋନ ଓ ମିସାଇଲ ବିପଦ

ବିକଳ୍ପ କଥା ଚିନ୍ତା କରିବା ଯେତିକି କଷ୍ଟକର ତାକୁ ସୁରକ୍ଷିତ ରଖିବା ସେତିକି କଠିନ। ଇରାନ ସ୍ପଷ୍ଟ କରିଦେଇଛି କି ଯଦି ହୋମୁଁଜକୁ ସମ୍ପୂର୍ଣ ରୂପେ ବନ୍ଦ କରିଦିଆଯିବ ତେବେ ୟୁଏଇର ଫୁଜୈରାହ ବନ୍ଦର ଭଳି ଅନ୍ୟ ବିକଳ୍ପ ରାସ୍ତାକୁ ସୁରକ୍ଷିତ ରଖିବାକୁ ଦେବନାହିଁ । ଇରାନ ପାଖରେ ଦୂରଗାମୀ ଡ୍ରୋନ ଓ ବାଲିଷ୍ଟିକ ମିସାଇଲର ଭଣ୍ଡାର ରହିଛି। ଯାହା ମାଧ୍ୟମରେ ସେ ଓମାନ ଉପସାଗର ଓ ଆଖପାଖ ଅଞ୍ଚଳରେ ଥିବା ପାଇପ ଲାଇନକୁ ଟାର୍ଗେଟ କରିପାରେ । ଅର୍ଥାତ ଦିକଳ୍ପ ରାସ୍ତା ରହିଥିଲେ ମଧ୍ୟ ସୁରକ୍ଷା ଦୃଷ୍ଟିରୁ ତାହା ଆଦୌ ନିରାପଦ ନୁହେଁ ।

ପାଇପ୍ ଲାଇନର ସୀମିତ କ୍ଷମତା

ପ୍ରକୃତ ସତକଥା ହେଉଛି ବିଶ୍ୱର କୌଣସି ପାଇପ ଲାଇନ କିମ୍ବା ବିକଳ୍ପ ଜଳମାର୍ଗ ହୋର୍ମୁଳର ସ୍ଥାନ ନେଇପାରିବ ନାହିଁ । ହୋର୍ମୁ ଜରେ ପ୍ରତିଦିନ ୨୦-୨୧ ନିୟୁତ ବ୍ୟାରେଲ ଅଶୋଧିତ ତୈଳ ପରିବହନ ହୋଇଥାଏ। ଯଦି ସେହି ଅଞ୍ଚଳରେ ରହିଥିବା ସବୁ ପାଇପ୍ ଲାଇନର କ୍ଷମତାକୁ ଯୋଡି ଦିଆଯିବ ତେବେ ତାହା ଦୈନିକ ୮-୯ ନିୟୁତ ବାରେଲରୁ ଅଧିକ ବୋଝ ସମାଳି ପାରିବ ନାହିଁ । ଅବଶିଷ୍ଟ ୧୨ ନିୟୁତ ବ୍ୟାରେଲ ତୈଳର ଅଭାବ ସମସ୍ତ ବିଶ୍ବରେ ଇନ୍ଧନ ସଙ୍କଟ ସୃଷ୍ଟି କରିବ।