ନୂଆଦିଲ୍ଲୀ,୨୮/୦୪ : ଯୁଦ୍ଧ ବନ୍ଦ ଲାଗି ବୁଝାମଣା କରିବା ପାଇଁ ଇରାନ ପାଖରେ ଆଉ ମାତ୍ର ଦୁଇ ଦିନ ସମୟ ଅଛି । ଏହି ଅବଧି ଶେଷ ହୋଇଯିବା ପରେ ଇରାନର କୌଣସି ତୈଳ ପାଇପ ଲାଇନ ସୁରକ୍ଷିତ ରହିବ ନାହିଁ । ସବୁ ଭିତରୁ ଫାଟିବା ଆରମ୍ଭ କରିବ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ ଇରାନକୁ ଏଭଳି ନୂଆ ଚେତାବନୀ ଦେଇଛନ୍ତି।

​​​​​​​Also Read :-Indonesia Train Accident: ଇଣ୍ଡୋନେସିଆରେ ଦୁଇଟି ଟ୍ରେନ୍ ଧକ୍କା : ୭ଜଣଙ୍କର ମୃତ୍ୟୁ, ୮୦ରୁ ଅଧିକ ଆହତ

ଟ୍ରମ୍ପଙ୍କ ଧମକ

ଏକ ଗଣମାଧ୍ୟମକୁ ଦେଇଥିବା ସାକ୍ଷାତକାରରେ ଟ୍ରମ୍ପ୍ କହିଛନ୍ତି, ଇଗନ ଯଦି ତୈଳ ଆମଦାନି ଜାରି ରଖି ନପାରେ, ତେବେ ଏହାର ପାଇପଲାଇନ ଯାନ୍ତ୍ରିକ ଭାବେ ଏବଂ ପ୍ରାକୃତିକ କାରଣରୁ ଖରାପ ହୋଇଯିବ । ଥରେ ପାଇପଲାଇନ ଫାଟିଯିବା ପରେ ଇରାନ ଏହାକୁ ନିଜ କ୍ଷମତା ଅନୁସାରେ, ପୁନର୍ବାର ପ୍ରସ୍ତୁତ କରିପାରିବ ନାହିଁ । ପୂର୍ବ ଉତ୍ପାଦନ କ୍ଷମତା ଅନୁସାରେ, ଏହା ମାତ୍ର ୫୦% କାମ କରିପାରିବ । ଇରାନ ଯଦି ଚାହେଁ, ତେବେ ଆମେରିକା ସହ ସିଧାସଳଖ ଆଲୋଚନା କରିପାରିବ। ଆମ ପାଖକୁ ସେମାନେ ଆସିପାରିବେ କିମ୍ବା ଫୋନ୍ ବି କରିପାରିବେ। ଆମ ପାଖରେ ଉତ୍ତମ ତଥା ସୁରକ୍ଷିତ ରସ୍ତା ଖୋଲା ଅଛି।

ଅନ୍ୟପକ୍ଷରେ ଇରାନର ତୈଳ ଭିତ୍ତିଭୂମିକୁ ଆକ୍ରମଣ କରାଯିବା ନେଇ ଆମେରିକା ରାଷ୍ଟ୍ରପତିଙ୍କ ଧମକ ଦେବା ପରେ ଇରାନ ଏହାର କଡ଼ା ଜବାବ ଦେଇଛି। ଇରାନ ଉପରାଷ୍ଟ୍ରପତି କହିଛନ୍ତି ଯେ, ଇରାନର ଭିତ୍ତିଭୂମିକୁ କ୍ଷତି ପହଞ୍ଚାଇବାରେ ଆମେରିକାକୁ ସହଯୋଗ କରୁଥିବା ଦେଶଗୁଡ଼ିକ ଉପରେ ୪ ଗୁଣା ପ୍ରତିଶୋଧ ନିଆଯିବ। ଇରାନର ଉପରେ ଆକ୍ରମଣର ପରିଣତି ଅତ୍ୟନ୍ତ ଭୟଙ୍କର ହେବ।

ଏହାସହ ସେ ଏକ୍ସରେ ପୋଷ୍ଟ କରିଛନ୍ତି, ଯଦି ହର୍ମୋଜ୍ ଅବରୋଧ ଯୋଗୁ ଇରନର କୌଣସି ତୈଳ କୂଅ କିମ୍ବା କୌଣସି ଭିତ୍ତିଭୂମି କ୍ଷତିଗ୍ରସ୍ତ ହୁଏ ତେବେ ଆକ୍ରମଣକାରୀଙ୍କୁ ସମର୍ଥନ କରୁଥିବା ଦେଶଗୁଡ଼ିକର ସମାନ ଭିତ୍ତିଭୂମିର ୪ ଗୁଣା ଅଧିକ କ୍ଷତି ଘଟିବ। ଆମ ଗଣିତ ଅଲଗା। ଗୋଟିଏ ତୈଳ ଭଣ୍ଡାର ବଦଳରେ ୪ଟି ତୈଳ ଭଣ୍ଡାର ନଷ୍ଟ କରାଯିବ ବୋଲି ସେ କହିଛନ୍ତି ।