ନ୍ୟୁୟର୍କ,|୦୬:ସାଧାରଣ ଘାସ କାଟୁଥିବା ବ୍ୟକ୍ତି କେତେ ବା ରୋଜଗାର କରିପାରେ । ହିସାବ କଲେ ଦରମା ୧୦-୧୨ ହଜାରରୁ ବେଶି ହେବନି । ଏପରି କାମ କରୁଥିବା ଲୋକଙ୍କୁ ସମାଜରେ ସେତେ ଗୁରୁତ୍ୱ ମିଲେନି । ସମ୍ନାନ ବି କେହି ଦିଅନ୍ତିନି । କିନ୍ତୁ ଆମେରିକାରେ ପୁରା ଅଲଗା ସ୍ଥିତି । ଏଠାରେ ଘାସ କାଟୁଥିବା ବ୍ୟକ୍ତିଙ୍କ ପାଖରେ ଅଛି ଦାମୀ କାର୍ ଏବଂ ବଡ ଘର ।

ରିପୋର୍ଚ ଅନୁସାରେ, ଭାରତୀୟ କଣ୍ଟେଣ୍ଟ୍ କ୍ରିକେଟର ଇଶ୍ୱର ଯାଦବ ସୋସିଆଲ ମିଡିଆରେ ଏକ ଭିଡିଓ ପୋଷ୍ଟ କରିଛନ୍ତି । ଯାହାକୁ ନେଇ ନେଟିଜେନ୍ସ ରିଆକ୍ଟ କରିବା ଆରମ୍ଭ କଲେଣି । ଭିଡିଓରେ ଦେଖିବାକୁ ମିଳିଛି ଯେ, ଆମେରିକାରେ ବ୍ଲୁ-କଲର ଅର୍ଥାତ ଚାକିରିରେ ଅଧିକ ଦରମା ମିଳୁଛି । ଦରମା ଏତେ ଯେ ଜଣେ ବ୍ୟକ୍ତି ଦାମୀ ଗାଡି କିଣିପାରିବ । ଏହାସହ ଭିଡିଓରେ ରାସ୍ତା କଡରେ ଏକ କାର୍ ନଜର ଆସିଛି । ଏହି କାରଟି ଘାସ କାଟୁଥିବା ବ୍ୟକ୍ତିଙ୍କର ବୋଲି ୟୁଟ୍ୟୁବର ଦାବି କରିଛନ୍ତି ।

Also Read :- Crude Oil Prices Rise After US Iran Peace Deal: ପୁଣି ବଢ଼ିଲା ଅଶୋଧିତ ତୈଳ ଦର, ଆମେରିକା-ଇରାନ ଶାନ୍ତି ଚୁକ୍ତି ପରେ ଏମିତି ହେଲା କାହିଁକି ?

ଭାଇରାଲ ହେଉଥିବା ଏହି ଭିଡିଓରେ ଆହୁରି ଭାରତୀୟ ୟୁଟ୍ୟୁବର ଜଣଙ୍କ କହିଛନ୍ତି ଯେ, ସ୍ଥାନୀୟ ଘାସ କଟାଳିମାନେ ମାସକୁ ୧୦ରୁ ୧୫ ଲକ୍ଷ ଟଙ୍କା ଆୟ କରୁଛନ୍ତି । ଫଳରେ ସେମାନେ ଅଡି କାର୍ ଚଲେଇ ପାରୁଛନ୍ତି । ଯାହାକୁ ନେଇ ୟୁଜର ଅନେକ ରିଆକ୍ସନ ଦେଉଛନ୍ତି ।

ଇଶ୍ୱର ଆହୁରି କହିଛନ୍ତି ଯେ, ଆମେରିକାରେ ସମ୍ମାନ ମିଳେ । ଘଣ୍ଟା ପ୍ରତି ଦରମା ମିଳିଥାଏ । ଘାସ କାଟୁଥିବା ଏହି ବ୍ୟକ୍ତି ବଡ ଗାଡି ଚଢୁଛନ୍ତି । ସେ କେବଳ ଏକ ବଗିଚାର ଯତ୍ନ ନେଉଛନ୍ତି । ଏହାର ଦେଖାରଖା କରୁଛନ୍ତି । କୌଣସି କାମ ଛୋଟ ନୁହେଁ ବୋଲି ଆମେରିକୀୟ ମାନେ ଭାବିଥାନ୍ତି ।

ୟୁଟ୍ୟୁବରଙ୍କ ଭିଡିଓ ଭାଇରାଲ ହେଲା ପରେ ମିଶ୍ରିତ ପ୍ରତିକ୍ରିୟା ଆସିଛି । କିଛି ୟୁଜର୍ସ ଆମେରିକାର ଦାରିଦ୍ର୍ୟ ବାବଦରେ ମତ ଦେଉଛନ୍ତି । ଆଉ କେହି ଏହା ସତ ନୁହେଁ ବରଂ ମିଛ ଭିଡିଓ ବୋଲି କମେଣ୍ଟ ଦେଉଛନ୍ତି ।