ନୂଆଦିଲ୍ଲୀ, ୦୧|: ଭାରତୀୟ କୃଷକ ଏବେ ଲାଭବାନ ହେବେ । ବଢିବ ସେମାନଙ୍କ ଆୟ । ବଜେଟରେ ଏପରି କିଛି ଘୋଷଣା କରିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ଅର୍ଥମନ୍ତ୍ରୀ କହିଛନ୍ତି ଯେ, କୃଷିକୁ ଡିଜିଟାଲକରଣ କରାଯିବ । ଏକ ପବ୍ଲିକ୍ ଡିଜିଟାଲ ନେଟଓ୍ୱର୍କ ପ୍ରତିଷ୍ଠା ହେବ । କୃଷିକ୍ଷେତ୍ରରେ ଏଆଇର ପ୍ରୟୋଗ ହେବ । ଚାଷ ଏବଂ ଚାଷୀଙ୍କୁ ଏହା ସାହାଯ୍ୟରେ ସଶକ୍ତ କରାଯିବ । କିପରି ସେମାନଙ୍କ ଜୀବନଜୀବିକା ବୃଦ୍ଧି କରାଯାଇପାରିବ ସେନେଇ ସରକାର ଫୋକସ କରୁଛନ୍ତି । କୃଷକଙ୍କ ସମସ୍ୟାର ସମାଧାନ ପାଇଁ ଏକ ସମନ୍ବୟ ପ୍ଲାଟଫର୍ମର ବିକାଶ ହେବ ।

ଆହୁରି ମଧ୍ୟ ଭାସିନି ପ୍ରୟୁକ୍ତିବିଦ୍ୟା ବ୍ୟବହାର କରାଯାଇ ଡିଜିଟାଲ ଗ୍ରୀନ୍ ଯୋଜନା ହେବ । ଏଥିରେ ବିଭିନ୍ନ ଭାଷାରେ କୃଷକଙ୍କ ସମସ୍ୟାର ସମାଧାନ କରାଯିବ । ଆଗକୁ ଅଧିକରୁ ଅଧିକ ଆଞ୍ଚଳିକ ଭାବେ ଏଥିରେ ସାମିଲ ହେବ । ସେହିପରି ମାଟି ଏବଂ ପାଣିପାଗ ବାବଦରେ କୃଷକଙ୍କୁ ସମସ୍ତ ସୂଚନା ଦିଆଯିବ । ଉତ୍ପାଦନ ବୃଦ୍ଧି ପାଇଁ ପଦକ୍ଷେପ ନିଆଯିବ । ସେହିପରି କୃଷକମାନେ ଏକ୍ସପର୍ଟଙ୍କ ପରାମର୍ଶ ମଧ୍ୟ ନେଇପାରିବେ ।