ଲସ୍ ଏଞ୍ଜେଲେସ୍ : ସ୍ପେନର ଷ୍ଟାର ଗୋଲକିପର ଉନାଇ ସିମୋନ ପୁଣିଥରେ ନିଜର ଦମଦାର ପ୍ରଦର୍ଶନରେ ଫୁଟବଲ ପ୍ରେମୀଙ୍କ ହୃଦୟ ଜିତିଛନ୍ତି। ତାଙ୍କ ନାମରେ ଯୋଡ଼ି ହୋଇଛି ଆଉ ଏକ ନୂଆ ରେକର୍ଡ, ଯାହାକୁ ନେଇ ସାରା ବିଶ୍ୱରେ ଚର୍ଚ୍ଚା ଜୋର ଧରିଛି। ସ୍ପେନ ଜାତୀୟ ଦଳର ଭରସାଯୋଗ୍ୟ ଗୋଲକିପର ଉନାଇ ସିମନ ନିଜର ଲଗାତାର ଉତ୍କୃଷ୍ଟ ପ୍ରଦର୍ଶନ ବଳରେ ଏକ ନୂଆ କୀର୍ତ୍ତିମାନ ସ୍ଥାପନ କରିଛନ୍ତି। ତାଙ୍କ ଦ୍ରୁତ ପ୍ରତିକ୍ରିୟା, ଚମତ୍କାର ସେଭ୍ ଏବଂ ଚାପ ମଧ୍ୟରେ ଶାନ୍ତ ରହି ଖେଳିବାର କ୍ଷମତା ତାଙ୍କୁ ବିଶ୍ୱର ଶ୍ରେଷ୍ଠ ଗୋଲକିପରମାନଙ୍କ ମଧ୍ୟରେ ସ୍ଥାନ ଦେଇଛି।ଏହି ନୂଆ କୀର୍ତ୍ତିମାନ କେବଳ ଉନାଇ ସିମୋନଙ୍କ ପାଇଁ ନୁହେଁ, ବରଂ ସ୍ପେନ ଫୁଟବଲ ପାଇଁ ମଧ୍ୟ ଏକ ବଡ଼ ସଫଳତା ବୋଲି ବିବେଚନା କରାଯାଉଛି।

ମ୍ୟାଚ୍ ପରେ ସମର୍ଥକ ଓ ଫୁଟବଲ ବିଶେଷଜ୍ଞମାନେ ତାଙ୍କ ପ୍ରଦର୍ଶନର ଭରପୂର ପ୍ରଶଂସା କରିଛନ୍ତି। ସେ ଏକାଧାରରେ ୪୧୯ ମିନିଟ୍ ଧରି ଗ୍ରାଉଣ୍ଡ୍ରେ ଗୋଲ୍ କିପିଙ୍ଗ କରିଛନ୍ତି ଓ ପ୍ରତିପକ୍ଷ ଦଳକୁ ଗୋଟିଏ ହେଲେ ଗୋଲ୍ କରିବାକୁ ସୁଯୋଗ ଦେଇ ନଥିଲେ । ସ୍ପେନ ଏପର୍ଯ୍ୟନ୍ତ ଖେଳିଥିବା ସମସ୍ତ ୪ଟି ଯାକ ମ୍ୟାଚରେ କ୍ଲିନ ସିଟ୍ ପାଇଛି । ସିମୋନ ଇଟାଲୀ ଗୋଲ୍ କିପର ୱାଲଟର ଜେଙ୍ଗାଙ୍କ ରେକର୍ଡ ଭାଙ୍ଗିଛନ୍ତି। ୧୯୯୦ ବିଶ୍ୱକପରେ ଜେଙ୍ଗା କ୍ରମାନ୍ୱୟରେ ୫୧୭ ମିନିଟ୍ ଧରି ଗୋଲ୍ କିପିଙ୍ଗ କରିବା ସହ ପ୍ରତିପକ୍ଷକୁ ଗୋଟିଏ ହେଲେ ଗୋଲ କରିବାକୁ ସୁଯୋଗ ଦେଇ ନଥିଲେ। ସିମନଙ୍କ ରେକର୍ଡ ଗିନିଜ ବୁକ ଅଫ୍ ବିଶ୍ୱ ରେକର୍ଡରେ ସ୍ଥାନ ପାଇଛି।

ସିମନଙ୍କ ରେକର୍ଡ ୨୦୨୨ କତାର ବିଶ୍ୱକପରୁ ଆରମ୍ଭ ହୋଇଥିଲା। ଜାପାନ ବିପକ୍ଷ ଅନ୍ତିମ ଗ୍ରୁପ୍ ମ୍ୟାଚରେ ସ୍ପେନ୍ ୧-୨ ଗୋଲ୍ରେ ପରାଜିତ ହୋଇଥିଲା। ଏହି ମ୍ୟାଚର ୪୮ତମ ମିନିଟ୍ରେ ରିତସୁ ଡୋଆନ ଓ ୫୧ତମ ମିନିଟ୍ରେ ଆଓ ତାନାକା ଗୋଲ୍ କରିଥିଲେ। ଏହା ପରଠୁ କୌଣସି ଦଳ ସ୍ପେନ ବିପକ୍ଷରେ ପିଲ୍ମ ଗୋଲ୍ କରି ନାହାନ୍ତି। ଉକ୍ତ ମ୍ୟାଚର ୩୯ ମିନିଟ୍ ସହ ରାଉଣ୍ଡ-୧୬ରେ ମରକ୍କୋ ବିପକ୍ଷ ମ୍ୟାଚରେ ୧୨୦ ମିନିଟ୍ ପର୍ଯ୍ୟନ୍ତ କୌଣସି ଗୋଲ୍ ହୋଇ ନଥିଲା। ଅବଶ୍ୟ ପରେ ସ୍ପେନ୍ ଟାଇବ୍ରେକରରେ ପରାଜିତ ହୋଇ ବିଦାୟ ନେଇଥିଲା । ଚଳିତ ବିଶ୍ୱକପୂର ୪ଟି ମ୍ୟାଚର ୩୬୦ ମିନିଟ୍ ମଧ୍ୟରେ ସ୍ପେନ ବିପକ୍ଷରେ କାବୋ ଭେର୍ଦେ, ସାଉଦି ଆରବ, ଉରୁଗୁଏ ଓ ଅଷ୍ଟ୍ରିୟା ଗୋଲ୍ କରି ନାହାନ୍ତି।

ଜେଙ୍ଗା ୧୯୯୦ ବିଶ୍ୱକପରେ କ୍ରମାନ୍ଵୟରେ ୫ଟି ମ୍ୟାଚରେ ଯଥାକ୍ରମେ ଅଷ୍ଟ୍ରିୟା, ୟୁଏସଏ, ଚେକୋସ୍ଲୋଭାକିଆ, ଉରୁଗୁଏ ଓ ଆୟର୍ଲାଣ୍ଡ ବିପକ୍ଷରେ କ୍ଲିନ ସିଟ୍ ହାସଲ କରିଥିଲେ। ସ୍ପେନ ଖେଳାଳି ଭାବେ ସେ ଆଇକର କ୍ୟାସିଲାସଙ୍କ ୪୭୬ ମିନିଟ୍ ରେକର୍ଡ ମଧ୍ୟ ଭଙ୍ଗ କରିଥିଲେ। କ୍ୟାସିଲାସ୍ ୨୦୧୦ ଓ ୨୦୧୪ ବିଶ୍ଵକପରେ ଏହି ରେକର୍ଡ ସ୍ଥାପନ କରିଥିଲେ। ଚଳିତ ବିଶ୍ଵକପରେ ସେନ୍ର ସୁଦୃଢ଼ ଡିଫେନ୍ସ ଭଙ୍ଗ କରିବାରେ ଏପର୍ଯ୍ୟନ୍ତ କୌଣସି ଦଳ ସଫଳ ହୋଇପାରି ନାହାନ୍ତି। ୪ଟି ମ୍ୟାଚରେ ସ୍ପେନ୍ ଗୋଲ ପୋଷ୍ଟ ଉପରେ ମାତ୍ର ୪ଟି ଗୋଲ୍ ପ୍ରୟାସ କରାଯାଇଛି। ସିମନ ସହଜରେ ପ୍ରୟାସ ଅଟକାଇଛନ୍ତି। ତେବେ ଉନାଇ ସିମୋନଙ୍କ ଏହି ନୂଆ ରେକର୍ଡ ସହ ସ୍ପେନ ଫୁଟବଲ ଆଉ ଏକ ଗୌରବମୟ ଅଧ୍ୟାୟ ଲେଖିଛି। ଆଗାମୀ ମ୍ୟାଚ୍ଗୁଡ଼ିକରେ ମଧ୍ୟ ତାଙ୍କଠାରୁ ଏଭଳି ଦମଦାର ପ୍ରଦର୍ଶନର ଆଶା ରହିଛି।