ଭୁବନେଶ୍ବର ୨୧।୬: ଭୁବନେଶ୍ୱର ମଞ୍ଚେଶ୍ୱର ଗାଡ଼କଣ ସାଇବିହାର ବସ୍ତିରେ ପରକୀୟା ପ୍ରୀତିରୁ ସୁଶୀଲ ସିଂଙ୍କୁ ହତ୍ୟା ମାମଲା । ସୁଶୀଲଙ୍କର ଦୁଇ ପତ୍ନୀ ଅଛନ୍ତି । କିଏ କରିବ ଶବ ସଂସ୍କାର, ଦୁଇ ପତ୍ନୀଙ୍କ ପରିବାର ପକ୍ଷରୁ ଶବ ବ୍ୟବଚ୍ଛେଦ ଗୃହ ନିକଟରେ ହାଇଡ୍ରାମା ଦେଖିବାକୁ ମିଳିଛି । ପ୍ରଥମ ପତ୍ନୀ ଶବ ନେବାକୁ କହୁଥିବା ବେଳେ ଦ୍ୱିତୀୟ ପତ୍ନୀ ସରୋଜିନୀ ସିଂ ମଧ୍ୟ ନେବାକୁ ଦାବି କରୁଛନ୍ତି । ପ୍ରଥମ ପତ୍ନୀଙ୍କ ଗୋଟିଏ ପୁଅ ଓ ଝିଅ ଥିବାବେଳେ ଦ୍ୱିତୀୟ ପତ୍ନୀଙ୍କ ଗୋଟିଏ ଝିଅ ଅଛନ୍ତି । ପ୍ରଥମ ପତ୍ନୀ ଚନ୍ଦ୍ରଶେଖରପୁର ଅଞ୍ଚଳରେ ରହୁଥିବା ବେଳେ ଦ୍ଵିତୀୟ ପତ୍ନୀ ଗାଡ଼କଣ ସାଇବିହାରରେ ରହୁଥିଲେ । ଶନିବାର ସୁଶୀଲ ସିଂଙ୍କୁ ହତ୍ୟା କରାଯାଇଥିବା ବେଳେ ପୋଷ୍ଟମର୍ଟମ ଶେଷ ହୋଇଥିଲା । ରବିବାର ଦୁଇ ପତ୍ନୀଙ୍କ ପରିବାର ମଧ୍ୟରେ ଦେଖାଦେଇଛି ବିବାଦ । ​​​​​​​