ଭୁବନେଶ୍ୱର ୧୯।୧୨ : ଝାରପଡ଼ା ଜେଲରୁ କଏଦୀ ‌ଫେରାର। ଛୁଟିରେ ଯାଇ ଆଉ ଜେଲକୁ ଫେରିଲେନି। ଏନେଇ ଜଣାପଡ଼ିବା ପରେ ଝାରପଡ଼ା ଜେଲ ଅଧୀକ୍ଷକ ସର୍ବେଶ୍ବର ସାହୁ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜୁ କରିଛନ୍ତି । ଦୁଇ କଏଦୀ ‌ହେଲେ ହତ୍ୟା ଆସାମୀ ସୁଶୀଲ ଦିଗାଲ ଓ ନାବାଳିକା ଦୁଷ୍କର୍ମକା‌ରୀ ରଞ୍ଜିତ ନାୟକ ।

ଖବର ଅନୁଯାୟୀ, ଝାରପଡ଼ା ଜେଲରେ ସଜ୍ଜା କାଟୁଥିବା ସୁଶିଲ ଦିଗଲ ପୂର୍ବରୁ ବହୁ ବାର ପାରୋଲ ଛୁଟିରେ ଯାଇ ଘରକୁ ଫେରିଥିଲା । କିନ୍ତୁ ୨୦୨୪ ମସିହାରେ ପାରୋଲ ଛୁଟିରେ ଘରକୁ ଯାଇ ଆଉ ଫେରି ନଥିଲା। ଘଟଣାକୁ ଦେଢ଼ ବର୍ଷ ବିତିଯାଇଥିଲେ ମଧ୍ୟ ଏବେ ଯାଏ ଜେଲକୁ ଫେରି ନାହିଁ କିମ୍ବା ଜେଲ କର୍ତ୍ତୃପକ୍ଷଙ୍କ ନିକଟରେ କିଛି ଖୋଜ ଖବର ନାହିଁ। ଏନେଇ ଜଣାପଡ଼ିବା ପରେ ଲକ୍ଷ୍ମୀସାଗର ଥାନାରେ ଏକ ମାମଲା ରୁଜୁ କରିଛନ୍ତି। କେବଳ ସେ ନୁହନ୍ତି ନାବାଳିକା ଦୁଷ୍କର୍ମ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସଜ୍ଜା କାଟୁଥିବା ରଞ୍ଜିତ ନାୟକ ଗତ ଅକ୍ଟୋବର ୧ ତାରିଖରେ ଫଲୋ ଛୁଟିରେ ଯାଇଥିଲା। ସେ ଅକ୍ଟୋବର ମାସ ଶେଷ ସୁଦ୍ଧା ଫେରିବା କଥା। କିନ୍ତୁ ଦୁଇ ମାସ ହେବ ନ ଫେରିବାରୁ ଏହାକୁ ନେଇ ଆଉ ଏକ ମାମଲା ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ହୋଇଛି। ତେବେ ବଡ଼ କଥା ହେଉଛି ହତ୍ୟ‌ା ଆସାମୀ ୨୦୨୪ ମସିହାରୁ ଜେଲକୁ ଫେରି ନାହିଁ। ଏହାକୁ ନେଇ ‌କାହା ପାଖରେ ଖବର ନଥିଲା। ଦୁଇ ବର୍ଷ ପରେ ଏହା ଜଣାପଡ଼ିବା ପରେ ଥାନାରେ ମାମଲା ରୁଜୁ କରାଯାଇଛି।