ଆସିକା ୧୬।୦୯ : ମୂର୍ତ୍ତି ବିସର୍ଜନ ବେଳେ ଅଘଟଣ । ଘୋଡ଼ାହାଡ଼ ନଦୀରେ ବୁଡ଼ି ଦୁଇ ନାବାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଦୁଇ ଜଣ ନାବାଳକ ଗୁରୁତର ହୋଇଛନ୍ତି । ଗୁରୁତର ଅବସ୍ଥାରେ ନାବାଳକଙ୍କୁ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଖବର ଅନୁଯାୟୀ, ଧୁମଧାମରେ ଗଣେଷ ପୂଜା ପରେ ଆରମ୍ଭ ହୋଇଥିଲା ବିସର୍ଜନ । ମହାପ୍ରଭୁଙ୍କ ମୂର୍ତ୍ତି ବିସର୍ଜନ ବେଳେ ହଠାତ୍ ଦୁଇ ଜଣ ନାବାଳକ ଘୋଡ଼ାହାଡ ନଦୀରେ ବୁଡ଼ିଯାଇଥିଲା । ଯାହାକୁ ଦେଖି ସ୍ଥାନୀୟ ଲୋକେ ତୁରନ୍ତ ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ । ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ଆରମ୍ଭ କରିଥିଲେ ଉଦ୍ଧାର କାର୍ଯ୍ୟ । ହେଲେ ସେତେବେଳକୁ ହୋଇସାରିଥିଲା ବହୁ ବିଳମ୍ବ । ପାଣିରେ ବୁଡ଼ିବା ଲାଗି ଦୁଇ ନାବାଳକଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଦୁଇ ନାବାଳକ ଗୁରୁତର ହୋଇଥିଲା । ତୁରନ୍ତ ଦୁଇ ଗୁରୁତରଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

Also Read:-ଘରେ ଚାଲିଥିଲା ସେକ୍ସ୍ ରାକେଟ, ପଶିଗଲା ପୋଲିସ !

ତେବେ ‎ମୃତ ନାବାଳକ ମାନେ ହେଲେ ହିଞ୍ଜିଳି ଗଜପତି ମାର୍ଗର ୧୪ ବର୍ଷିୟ ଆଦର୍ଶ ସାହୁ ଏବଂ ହିଂଜିଳି ଗାୟତ୍ରୀ ନଗରର ପ୍ରୀତମ ସାମେଲି ବୋଲି ଜଣାପଡିଛି l ‎‎ଦୁଇ ଗୁରୁତର ନାବାଳକକୁ ହିଞ୍ଜିଳି ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି । ହିଞ୍ଜିଳି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଛି ।