ଢେଙ୍କାନାଳ ୨୬।୭: ପୁରୀରୁ ସୁନାବେଶ ଦେଖି କାର ଯୋଗେ ଘରକୁ ଫେରୁଥିବା ବେଳେ ଗୋଟିଏ ପରିବାର ସଡ଼କ ଦୁର୍ଘଟଣାର ସମ୍ମୁଖୀନ ହୋଇଛନ୍ତି । ସମସ୍ତଙ୍କୁ ନେଇ ଘରକୁ ଫେରୁଥିବା କାରଟି ରାସ୍ତା ପାର୍ଶ୍ୱରେ ଥିବା ଏକ ଗଛରେ ଧକ୍କା ହୋଇଛି । ପୁରୁଣା କଟକ ସମ୍ବଲପୁର ରାସ୍ତାର ଢେଙ୍କାନାଳ ଜିଲ୍ଲା ରାସୋଳ ଥାନା ଅନ୍ତର୍ଗତ ସୁକିଆ ବାଉତି ମନ୍ଦିର ନିକଟରେ ଏହି ଦୁର୍ଘଟଣା ଘଟିଛି ।

ଦୁର୍ଘଟଣା ସ୍ଥଳରୁ କାରରେ ଥିବା ୫ ଜଣଙ୍କୁ ଉଦ୍ଧାର କରାଯାଇ ପ୍ରଥମେ ହିନ୍ଦୋଳ ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । କାରରେ ଥିବା ଗୋଟିଏ ପରିବାରର ଦୁଇ ମହିଳାଙ୍କ ସମେତ ୩ ଜଣ ଆହତ ହୋଇଥିବା ବେଳେ ଦୁଇ ଜଣ ପୁରୁଷ ଗୁରୁତର ହୋଇଥିବା ଜଣାପଡିଛି । ଗୁରୁତର ଦୁଇ ଜଣଙ୍କୁ ଜିଲ୍ଲା ମୁଖ୍ୟ ଡାକ୍ତରଖାନାକୁ ସ୍ଥାନାନ୍ତରିତ କରାଯାଇଥିଲା । ମାତ୍ର ସେମାନଙ୍କ ଅବସ୍ଥା ଅତି ଗୁରୁତର ଯୋଗୁଁ କଟକ ସ୍ଥାନାନ୍ତରିତ କରାଯାଇଛି ।

Also Read:- ଜଗତସିଂହପୁର ଜିଲ୍ଲାର ସବୁ ସ୍କୁଲ ଓ ଅଙ୍ଗନଓ୍ବାଡି କେନ୍ଦ୍ର ଛୁଟି ଘୋଷଣା, ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ନିଷ୍ପତ୍ତି

ଦୁର୍ଘଟଣାର ସମ୍ମୁଖୀନ ଏହି ପରିବାର ରାସୋଳ ଥାନା ଅନ୍ତର୍ଗତ କଳିଙ୍ଗା ଗ୍ରାମର ହେମନ୍ତ ବେହେରାଙ୍କ ପରିବାର ବୋଲି ଜଣାପଡିଛି । ହେମନ୍ତଙ୍କ ସହିତ ତାଙ୍କ ଭାଇ ଏହି ଦୁର୍ଘଟଣାରେ ଗୁରୁତର ହୋଇଛନ୍ତି । କାର୍‌ରେ ଡ୍ରାଇଭରଙ୍କ ସମେତ ମୋଟ୍ ୬ ଜଣ ଥିଲେ ।