ରାୟଗଡ଼ା: ରାୟଗଡ଼ା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ସୁନାଖଣ୍ଡି ପଞ୍ଚାୟତରେ ଏକ ଅଜବ ଘଟଣା ଦେଖିବାକୁ ମିଳିଛି। ମଧ୍ୟରାତ୍ରୀରେ ଘରେ ପଶି ରଖାଯାଇଥିବା ଭାତ, ଡାଲି ଓ ମାଣ୍ଡିଆ ଜାଉ ପିଇଲା ଦନ୍ତାହାତୀ । ଆଉ ଖାଲି ସେତିକି ନୁହେଁ ଫେରିବା ବେଳେ ଗାଁକୁ ଲାଗିଥିବା ସପୁରୀ ବଗିଚା ମଧ୍ୟ ନଷ୍ଟ କରିଦେଇଛି। ଘଟଣା ଘଟିଛି କଲ୍ଯାଣସିଂହପୁର ବ୍ଲକର ଉପରପୋଲି ଗାଁରେ।

ସୂଚନା ଅନୁସାରେ, ଶୁକ୍ରବାର ବିଳମ୍ବିତ ରାତି ପ୍ରାୟ ୧ଟା ସମୟରେ ଗାଁର କୁଲି ହୁଇକାଙ୍କ ଘରେ ସମସ୍ତେ ଶୋଇ ଥିବା ସମୟରେ ଗୋଟିଏ ଜଙ୍ଗଲୀ ଦନ୍ତା ହାତୀ ଆସି ଉତ୍ପାତ କରିଥିଲା । ହାତୀଟି ଘର ବାଡ଼ ଓ କାନ୍ଥ ଭାଙ୍ଗି ଶୁଣ୍ଢରେ ଭାତ ଡାଲି ତରକାରୀ ପେଜ ସବୁ ଖାଇଯାଇଥିଲା। ଆଉ ଏହା ଦେଖି ଭୟଭୀତ ହୋଇପଡ଼ିଥିଲେ ପରିବାର ଲୋକ।

Also Read: ହୋଟେଲରେ ଡିଲ୍, ଜଙ୍ଗଲରୁ ଉଦ୍ଧାର ଓରାଙ୍ଗଉଟାନ୍ ; ଫେରାର ମାଲିକକୁ ଧରିବାକୁ ଜାଲ ବିଛାଇଲା STF

ତେବେ ଖାଇସାରିବା ପରେ ହାତୀଟି ସପୁରୀ ଚାଷ ଜମି ନଷ୍ଟ କରିବା ସହ ଜଙ୍ଗଲକୁ ପଳାଇଯାଇଥିଲା। ଖବର ପାଇ ବନ ବିଭାଗର କର୍ମଚାରୀମାନେ ପହଞ୍ଚି ତଦନ୍ତ ଜାରି ରଖିଥିବା ସହ ଆଖ ପାଖ ଗାଁରେ ଲୋକ ଙ୍କୁ ହାତୀ ପ୍ରତି ସାବଧାନ କରାଇବା ସହ ଜଙ୍ଗଲକୁ ଯିବାକୁ ମନା କରିଥିବା ସୂଚନା ମିଳିଛି।