ନୂଆଦିଲ୍ଲୀ: ଲୋହିତ ସାଗର ଓ ବାବ-ଅଲ-ମଣ୍ଡେଭ ରାସ୍ତାରେ ସ୍ୱେଜ କେନାଲକୁ ସଂଯୋଗ କରୁଥିବା ମାର୍ଗ ଉପରେ ସଂକଟ ଘନେଇଛି। ପୂର୍ବରୁ ହର୍ମୁଜ ବନ୍ଦ ପଡିଥିବା ବେଳେ ଚଳିତ ସପ୍ତାହରେ ହୁତି ୟେମେନ ସୀମା ପାର ସାଉଦୀ ଆରବକୁ ଟାର୍ଗେଟ୍ କରିଛନ୍ତି। ଏଥିରେ ହୁତୀମାନେ ଲୋହିତ ସାଗରରେ ଏକ ଗୁରୁତ୍ୱପୂର୍ଣ୍ଣ ବନ୍ଦର ପୋର୍ଟ ମୋଖାକୁ ନିଜ ନିୟନ୍ତ୍ରଣକୁ ନେଇ ଯାଇଛନ୍ତି। ଏହାଛଡା ସେମାନେ ବାବ-ଅଲ-ମଣ୍ଡେଭ ପ୍ରଣାଳୀରେ ଥିବା ପେରିମ ଆଇଲ୍ୟାଣ୍ଡକୁ ମଧ୍ୟ ନିଜ ନିୟନ୍ତ୍ରଣରେ ରଖିଛନ୍ତି ।

କିଛି ସ୍ଥାନରେ ବାବ-ଅଲ-ମଣ୍ଡେଭର ଚୌଡା ମାତ୍ର ୧୨.୫ ମାଇଲ । ଏହା ଏସିୟା ଓ ମଧ୍ୟପ୍ରାଚ୍ୟରୁ ଆସୁଥିବା କାର୍ଗେ ସିପ୍ ଓ ଟ୍ୟାଙ୍କରଙ୍କ ଲାଗି ଏକ ସଂକିର୍ଣ୍ଣ ମାର୍ଗ ଯାହା ସ୍ୱେଦ କେନାଲକୁ ସଂଯୋଗ କରେ। ଏଥିରେ ପେରିମ ଆଇଲ୍ୟାଣ୍ଡରେ ସିପିଙ୍ଗ ଲାଇନର ଦୂରତା ୩ ମାଇଲରୁ ବି କମ୍ ଓ ଏହା ହୁତିଙ୍କ ମିଜାଇ ଓ ଡ୍ରୋନ ରେଞ୍ଜ ମଧ୍ୟରେ ରହିଛି। ଏଣୁ ଏହା ଏବେ ଏକ ବଡ଼ ସଂକଟ ଭାବେ ଉଭା ହୋଇଛି। ଇରାନ ହର୍ମୁଜ ଷ୍ଟ୍ରେଟ୍ କୁ ବନ୍ଦ କରିବା ପରେ ସାଉଦୀ ଆରବ ଉତ୍ପାଦିତ ତୈଳକୁ ଇଷ୍ଟ-ୱେଷ୍ଟ ପାଇଲାଇନ ଜରିଆରେ ଲୋହିତ ସାଗରରେ ଥିବା ପୋର୍ଟ ପର୍ଯ୍ୟନ୍ତ ପହଞ୍ଚାଉଥିଲା। ଏଣୁ ବାବ-ଅଲ-ମଣ୍ଡେଭ ପ୍ରଣାଳୀ ଉପରେ ବିଶ୍ୱର ନିର୍ଭରତା ବଢି ଯାଇଥିଲା। ହେଲେ ଗତ ଗୁରୁବାରର ଆକ୍ରମଣ ପରେ ସାଉଦୀ ଆରବ ପାଇପ ଲାଇନକୁ ବନ୍ଦ କରିଦେଇଛି।

ହୁତିଙ୍କ ଯୋଗୁ ଏବେ ଲୋହିତ ସାଗରରେ ଜାହାଜ ଚଳାଚଳ ଅସମ୍ଭବ ହୋଇପଡିଛି। ଏଣୁ ବିଶ୍ୱର ଏନର୍ଜି କରିଡୋର ଧିରେ ଧିରେ ବନ୍ଦ ହେବାରେ ଲାଗିଛି। ଏସିୟାରେ ବାଣିଜ୍ୟ ପାଇଁ ବାବ-ଅଲ-ମଣ୍ଡେଭ ରାସ୍ତାରେ ଲୋହିତ ସାଗର ଓ ଗଲ୍ଫ ଅଫ ଏଡେନ ଦେଇ ସିଧା ଆରବ ସାଗରକୁ ପହଞ୍ଚି ହେଉଥିଲା। ସେହିପରି ୟୁରୋପ ଯିବା ପାଇଁ ବାବ-ଅଲ-ମଣ୍ଡେଭରେ ଲୋହିତ ସାଗରକୁ ପହଞ୍ଚି ସ୍ୱେଜ କେନାଲ ହୋଇ ଭୂମଧ୍ୟ ସାଗର ରାସ୍ତା ନିଆଯାଏ। ସାଉଦୀ ଆରବରର ଅଧିକାଂଶ ତୈଳ ଏସିୟ ଦେଶଙ୍କୁ ଯାଏ । ଏସିଆ ପହଞ୍ଚିବା ଲାଗି ଏବେ ବାବ-ଅଲ-ମଣ୍ଡେଭ ରାସ୍ତା ମଧ୍ୟ ବନ୍ଦ ହୋଇଯାଇଛି।

ଏଥିରେ ଏବେ ସାଉଦୀ ଆରବ ନିକଟରେ ଆଉ ଏକ ରାସ୍ତା ରହିଛି, ତାହା ହେଉଛି ପାଇପଲାଇନ ଜରିଆରେ ଉତ୍ପାଦିତ ତୈଳକୁ ସିଧା ଉତ୍ତର ସ୍ୱେଜ କେନାଲକୁ ପହଞ୍ଚାଇବା। ତେବେ ଏସିୟା ଲାଗି ଭୂମଧ୍ୟ ସାଗରର ଏହି ରାସ୍ତା ଅତ୍ୟନ୍ତ ଦୀର୍ଘ ଓ ଖର୍ଚ୍ଚ ବହୁଳ। ହର୍ମୁଜକୁ ବାଇପାସ୍ କରୁଥିବା ଇଷ୍ଟ-ୱେଷ୍ଟ ପାଇପ ଲାଇନ ଉପରେ ଆକ୍ରମଣ ପରଠାରୁ ଏହା ବନ୍ଦ ରହିଛି। ଆମେରିକା-ଇରାନ ଉତ୍ତେଜନା କାଳରୁ ହର୍ମୁଜ ପ୍ରଣାଳୀରେ ଇନ୍ଧନ ଯୋଗାନ ସମ୍ଭବ ହୋଇ ପାରୁନଥିବା ବେଳେ ଏହି ପାଇ ଲାଇନ ସାଉଦୀ ଆରବ ପାଇଁ ମୁଖ୍ୟ ବିକଳ୍ପ ଥିଲା।

ପାଇପଲାଇନ ଯୋଗେ ତୈଳ ବୋଝେଇ ନେଇ ଜାହାଜ ରେଡ ସିରୁ ସ୍ୱେଜ କେନାଲ ରାସ୍ତାରେ ୟୁରୋପକୁ ପହଞ୍ଚିବା ବେଶ୍ ସହଜ ହେଉଥିଲା। ହେଲେ ବାବ-ଅଲ-ମାଣ୍ଡଭ ବନ୍ଦ ହେବା ପରେ ଜାହାଜଙ୍କୁ ଆଫ୍ରିକା ମହାଦ୍ୱୀପର କେପ ଅଫ ଗୁଡହୋପ ରାସ୍ତାରେ ଯିବାକୁ ପଡିବ। ଏହା ଅତ୍ୟନ୍ତ ଦୀର୍ଘ ଓ ମହଙ୍ଗା ରାସ୍ତା, କେବଳ ଇଷ୍ଟ-ୱେଷ୍ଟ ପାଇପଲାଇନ ତୈଳ ଏହି ରାସ୍ତାରେ ପଠା ଯାଇ ପାରିବ। ହେଲେ ଏବେ ଏହି ପାଇପଲାଇନ ମଧ୍ୟ ହୁତିଙ୍କ ଯୋଗୁ ବନ୍ଦ ହୋଇଯାଇଛି।