ନ୍ୟୁୟର୍କ,୨୦|୦୧ :ପାଗଳ ହୋଇଗଲେଣି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍ । ଘାରିଛି ସାମ୍ରାଜ୍ୟବାଦୀ ଚିନ୍ତାଧାରା । ପ୍ରଥମେ ଭେନେଜୁଏଲାରେ ଆକ୍ରମଣ କରି ସେଠାକାର ରାଷ୍ଟ୍ରପତି ନିକୋଲାସ ମାଦୁରୋଙ୍କୁ ଅପହରଣ କରିଥିଲେ । ପରେ ଗ୍ରୀନଲ୍ୟାଣ୍ଡ୍ ଉପରେ ପକାଉଛନ୍ତି ଆଖି । ଆଉ ଏବେ କାନାଡାକୁ ମଧ୍ୟ ଆମେରିକାର ଅଂଶ ବୋଲି ସେ କହିଛନ୍ତି । ନିଜ ସୋସିଆଲ ମିଡିଆ ପ୍ଲାଟଫର୍ମ ଟ୍ରୁଥରେ ସେ ଆମେରିକାର ଏକ ମ୍ୟାପ୍ ପୋଷ୍ଟ କରିଛନ୍ତି । ଯେଉଁଥିରେ ରହିଛି କାନାଡା ଏବଂ ଗ୍ରୀନଲ୍ୟାଣ୍ଡ୍ ।

ସୋସିଆଲ ସାଇଟ୍ ଟ୍ରୁଥରେ ଟ୍ରମ୍ପ୍ ଏକ ଫଟୋ ପୋଷ୍ଟ କରିଛନ୍ତି । ଏଥିରେ ଦେଖିବାକୁ ମିଳିଛି ଯେ ଏକ କୋଠରୀରେ ଟ୍ରମ୍ପ୍ ବସିଛନ୍ତି । ତାଙ୍କ ସହ ଆଉ କିଛି ରାଷ୍ଟ୍ରମୁଖ୍ୟ ବସିଛନ୍ତି । ଯେପରିକି ଫ୍ରାନ୍ସ ରାଷ୍ଟ୍ରପତି ଏମାନୁଏଲ ମାକ୍ରନ୍, ଇଟାଲୀର ଜର୍ଜିଆ ମେଲୋନୀ, ୟୁକେ ପ୍ରଧାନମନ୍ତ୍ରୀ କେଇର୍ ଷ୍ଟାର୍ମରଙ୍କ ସହ ୟୁରୋପୀୟ ସଙ୍ଘର ନେତା ବସିଛନ୍ତି ।

ସେହିପରି ଆଉ ଏକ ଫଟୋ ସେ ପୋଷ୍ଟ କରିଛନ୍ତି । ଯେଉଁଥିରେ ତାଙ୍କ ସହ ଉପ ରାଷ୍ଟ୍ରପତି ଜେଡି ଭାନ୍ସ ଏବଂ ୟୁଏସ ସେକ୍ରେଟାରୀ ଅଫ୍ ଷ୍ଟେଟ୍ ମାକ୍ରୋ ରୁବିଓ ରହିଛନ୍ତି । ଏହାସହ ଗ୍ରୀନଲ୍ୟାଣ୍ଡରେ ଟ୍ରମ୍ପ୍ ଆମେରିକାର ପତାକାକୁ ଉତ୍ତୋଳନ କରୁଛନ୍ତି । ତେବେ ଏହି ସବୁ ଫଟୋ ଏଆଇ ଦ୍ୱାରା ଏଡିଟ୍ ହୋଇଛି । ଯାହାକୁ ଟ୍ରମ୍ପ୍ ପୋଷ୍ଟ୍ କରିଛନ୍ତି ।

କାନାଡାକୁ ନେଇ କଣ କହିଥିଲେ ଟ୍ରମ୍ପ୍?

ଆମେରିକାର ରାଷ୍ଟ୍ରପତି ଲଗାତାର ଭାବେ କାନାଡା ୟୁଏସର୫୧ତମ ରାଜ୍ୟ ବୋଲି କହି ଆସୁଛନ୍ତି । ତାଙ୍କ କହିବା କଥା ହେଲା, ଅନେକ ଫାଇଦା ପାଉଛି କାନାଡା । ୟୁଏସରୁ ମିଳୁଥିବା ସବସିଡି ପାଇଁ କାନାଡାରେ ବିକାଶ ହେଉଛି । ଏପରିକି ଆମେରିକାର ୨୦୦ବିଲିୟନ ଡଲାର ପ୍ରତିବର୍ଷ ଖର୍ଚ୍ଚ ହେଉଛି । ଏହାଠୁ ୟୁଏସ ସହ ମିଶିଯିବା ଭଲ ବୋଲି ସେ କହିଥିଲେ ।

କାହିଁକି ଗ୍ରୀନଲ୍ୟାଣ୍ଡ୍ ଜରୁରୀ ?

ଗ୍ରୀନଲ୍ୟାଣ୍ଡରେ ପ୍ରାୟ ୫୭ହଜାର ଲୋକ ବସବାସ କରନ୍ତି । ଏଠାରେ ଡେନମାର୍କର ଶାସନ ଚାଲେ । ଅର୍ଥାତ ଗ୍ରୀନଲ୍ୟାଣ୍ଡ ଉପରେ ଡେନମାର୍କର ଅଧିକ ନିୟନ୍ତ୍ରଣ ରହିଛି ।ଏହାସହଅନେକ ରେୟାର ଆର୍ଥର ଭଣ୍ଡାରର ଗନ୍ତାଘର ହେଉଛି ଗ୍ରୀନଲ୍ୟାଣ୍ଡ। ଯାହା ଭବିଷ୍ୟତ ପାଇଁ ଖୁବ୍ ଦରକାର । ଏପରିକିବିଶ୍ୱର୨୦ପ୍ରତିଶତ ସ୍ୱଚ୍ଛ ଜଳର ଉତ୍ସ ଏଠାରେ ରହିଛି ।