ନୂଆଦିଲ୍ଲୀ: ଇରାନ ସହ ଜାରି ସଂଘର୍ଷ ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ବୁଧବାର ବେଜିଂରେ ପହଞ୍ଚିଛନ୍ତି । ସେଠାରେ ସେ ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିବେ । ଏହି ଆଲୋଚନାରେ ବାଣିଜ୍ୟ, ଇରାନ ଯୁଦ୍ଧ ଏବଂ ଆମେରିକା ଦ୍ୱାରା ତାଇୱାନଙ୍କୁ ହତିଆର ବିକ୍ରି ପରି ପ୍ରସଙ୍ଗ ରହିଛି ।

ଦୁଇ ରାଷ୍ଟ୍ରାଧ୍ୟକ୍ଷଙ୍କ ମଧ୍ୟରେ ଗୁରୁତ୍ୱପୂର୍ଣ୍ଣ ଦ୍ୱିପାକ୍ଷିକ ଆଲୋଚନା ଗୁରୁବାର ଆରମ୍ଭ ହେବ । ଏହି ଗସ୍ତରେ ଟ୍ରମ୍ପଙ୍କ ସହ ଆମେରିକାର ବହୁ ଟେକ୍ କମ୍ପାନିର ସିଇଓ ମଧ୍ୟ ସାମିଲ ଅଛନ୍ତି । ଏମାନଙ୍କ ମଧ୍ୟରେ ସ୍ପେସ୍ ଏକ୍ସ ଇସିଓ ଏଲନ ମସ୍କ, ଏନଭିଡିଆ ସିଇଓ ଜେନସେନ ହୁଆଙ୍ଗ ଅଛନ୍ତି । ହ୍ୱାଇଟ୍ ହାଉସ୍ ଛାଡ଼ିବା ପୂର୍ବରୁ ମଙ୍ଗଳବାର ଟ୍ରମ୍ପ୍ ଆମେରିକା-ଚୀନ ସମ୍ପର୍କ ଉପରେ ବଡ଼ ଟିପ୍ପଣୀ କରିଥିଲେ । ସେ କହିଥିଲେ, "ଆମେ ଦୁହେଁ ସୁପରପାୱାର । ମିଲିଟାରୀ ସାମର୍ଥ୍ୟରେ ଆମେ ପୃଥିବୀରେ ଶକ୍ତିଶାଳୀ । ଦ୍ୱିତୀୟରେ ଚୀନ ।"