ୱାସିଂଟନ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗୁରୁବାର ତାଙ୍କ ସୋସିଆଲ ମିଡିଆରେ ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ (ଏଫବିଆଇ)ର ପୂର୍ବ ନିର୍ଦ୍ଦେଶକ ଜେମସ୍ କୋମୀଙ୍କ ଏକ ପୋଷ୍ଟକୁ ସମାଲୋଚନା କରି ଉଲ୍ଲେଖ କରିଛନ୍ତି ଯେ ମିଃ କୋମୀ ମୋତେ ହତ୍ୟା କରିବା ଲାଗି ଗୁଇନ୍ଦା ବାର୍ତ୍ତା ସେୟାର କରିଥିଲେ। ଟ୍ରମ୍ପ ତାଙ୍କ ସୋସିଆଲ ମିଡିଆ ଟ୍ରୁଥ ସୋସାଲରେ ’୮୬ ୪୭’ ବାକ୍ୟାଂଶ ଉଲ୍ଲେଖ କରି ଏହାକୁ ଏକ ମାଫିଆ ଶବ୍ଦ (ମବ ଟର୍ମ) ବୋଲି ଉଲ୍ଲେଖ କହିଛନ୍ତି।

ଟ୍ରମ୍ପ ଦାବି କରିଛନ୍ତି ଯେ ‘୮୬’ ଟର୍ମ ଅପରାଧୀଙ୍କ ଦ୍ୱାରା ହତ୍ୟା ଲାଗି ଉପଯୋଗ ହୋଇଥାଏ। ଏଥିରେ ଟର୍ମ ୪୭ ଅର୍ଥାତ ଆମେରିକାର ୪୭ତମ ରାଷ୍ଟ୍ରପତି ମାନେ ସ୍ୱଂୟଂ ନିଜେ ଟ୍ରମ୍ପ ବୋଲି ଉଲ୍ଲେଖ କରିଛନ୍ତି। ଟ୍ରମ୍ପ ଅଭିଯୋଗ କରିଛନ୍ତି ଯେ ଜେମସ୍ କୋମୀ ସେସେଲସ୍ ସମୁଦ୍ର କୂଳରୁ ’୮୬ ୪୭’ ବାର୍ତ୍ତା ପ୍ରେରଣ କରି ହତ୍ୟା ଲାଗି ନିର୍ଦ୍ଦେଶ ଦେଇଥିଲେ। ଉଲ୍ଲେଖଯୋଗ୍ୟ ଯେ ଆମେରିକାରେ ୮୬କୁ କୌଣସି ଜିନିଷକୁ ହଟାଇବାକୁ ଅଥବା ରଦ୍ଦ କରିବା ପାଇଁ କୋଡ ୱାର୍ଡ ଭାବେ ବ୍ୟବହାର କରାଯାଇଥାଏ।

କୋମୀ ଏହି ଛବିକୁ ଏକ ରାଜନୈତିକ ବାର୍ତ୍ତା ରୂପେ ସେୟାର କରିଥିଲେ ଓ କୌଣସି ହିଂସାତ୍ମକ ଉଦ୍ଦେଶ୍ୟକୁ ସେ ଅସ୍ୱୀକାର କରିଛନ୍ତି। ଏପ୍ରିଲ ୨୮ ତାରିଖ ଦିନ କୋମୀଙ୍କ ବିରୋଧରେ ରାଷ୍ଟ୍ରପତିଙ୍କ ଜୀବନକୁ ବିପଦରେ ପକାଇବା ପାଇଁ ଅଭିଯୋଗ ହୋଇଥିଲା। ଏହା ପରେ ଏପ୍ରିଲ ୨୯ ତାରିଖ ଦିନ କୋମୀ ଅଧିକାରୀଙ୍କ ଆଗରେ ଆତ୍ମସମର୍ପଣ କରିଥିବା ବେଳେ ତାଙ୍କୁ ବିନା କୌଣସି ସର୍ତ୍ତରେ ମୁକ୍ତ କରି ଦିଆଯାଇଛି। କୋମୀ ନିଜକୁ ନିର୍ଦ୍ଦୋଷ କହିଥିବା ବେଳେ ତାଙ୍କ ବିରୋଧରେ ଅଭିଯୋଗକୁ ଅଗ୍ରାହ୍ୟ କରିଛନ୍ତି। କୋମୀଙ୍କ ବିରୋଧରେ ଟ୍ରମ୍ପ ପ୍ରଶାସନର ଏହା ଦ୍ୱିତୀୟ ମାମଲା। ଏହା ପୂର୍ବରୁ ୨୦୨୫ରେ ତାଙ୍କ ବିରୋଧରେ ଏକ ମାମଲା ଚାଲିଥିଲା, ଯାହାକୁ ପରେ ଖାରଜ କରିଦିଆଯାଇଥିଲା।