ନୂଆଦିଲ୍ଲୀ: ବ୍ରିଟେନର ପ୍ରିମିୟମ ବାଇକ ନିର୍ମାତା କମ୍ପାନୀ ଟ୍ରାୟମ୍ପ ମୋଟରସାଇକେଲ(Triumph Motorcycles) ଭାରତୀୟ ବଜାରରେ ନିଜର ଲୋକପ୍ରିୟ ବୋନଭିଲ ଫ୍ୟାମିଲର ନୂଆ ମଡେଲ୍ Triumph Bonneville T40, T40 Black ଓ Bonneville T4 ରେଟ୍ରୋ ମୋଟର ସାଇକେଲ ଲଞ୍ଚ କରିଛି। ନୂଆ T40 ମଡେଲ୍କୁ ପୁରୁଣା ରେଟ୍ରୋ ଲୁକ ସହ ଲଞ୍ଚ କରିଥିବା ବେଳେ ଏଥିରେ ୩୫୦ ସିସି ଇଞ୍ଜିନ, ଟିଏଫ୍‌ଟି ଡିସ୍‌ପ୍ଲେ କ୍ରୁଜ କଣ୍ଟ୍ରୋଲର, ଏବିଏସ୍ ଭଲି ଆଧୁନିକ ଫିଚର୍ସ ଦିଆଯାଇଛି।

ନୂଆ T40କୁ ତିନୋଟି କଲର ଅପସନ ଯଥା- ଏଜିଆନ୍ ବ୍ଲୁ ଏବଂ ଫ୍ୟୁଜନ୍ ହ୍ୱାଇଟ୍, ମେରିଡେନ୍ ବ୍ଲୁ ଏବଂ ଟାଙ୍ଗରିନ୍ ଅରେଞ୍ଜ, ଓ ନ୍ୟୁ ଇଂଲଣ୍ଡ ହ୍ୱାଇଟ୍ ଏବଂ ଜେଟ୍ ବ୍ଲାକରେ ଲଞ୍ଚ କରାଯାଇଛି। ଏହାର ମୂଲ୍ୟ ଓ ଫିଚର୍ସଗୁଡ଼ିକ ବିଷଯରେ ଆସନ୍ତୁ ଜାଣିବା।

Triumph Bonneville T40 ମୂଲ୍ୟ ଓ ବୁକିଂ

ଭାରତରେ Triumph Bonneville T40ର ମୂଲ୍ୟ ୨ ଲକ୍ଷ ୭୯ ହଜାର ୯୯୯ (ଏକ୍ସ-ସୋରୁମ୍, ଦିଲ୍ଲୀ) ରଖାଯାଇଛି। ଏହାର ବ୍ଲାକ ଏଡିସନ ଅର୍ଥାତ୍ T40 Black ମଧ୍ୟ ସମାନ ମୂଲ୍ୟ ରହିବ। ତେବେ Bonneville T4କୁ ଟିକେ କମ୍ ଦାମ- ୨ ଲକ୍ଷ ୫୪ ହଜାର ୯୯୯ (ଏକ୍ସ ସୋରମୁ)ରେ ଲଞ୍ଚ କରାଯାଇଛି। ଅକ୍ଟୋବର ୭ ତାରିଖ ଠାରୁ ଏହା ବାଇକଗୁଡ଼ିକର ବୁକିଂ ଆରମ୍ଭ ହୋଇସାରିଥିବା ବେଳେ Bonneville T40 ଏବଂ T40 ବ୍ଲାକ୍ ଡିଷ୍ଟ୍ରୁବ୍ୟୁସନ ୨୦୨୬ ନଭେମ୍ବର ଦ୍ୱିତୀୟ ସପ୍ତାହରେ ଆରମ୍ଭ ହେବ।

Triumph Bonneville T40 ଫିଚର୍ସ

Bonneville T40 ର ସବୁଠାରୁ ଖାସ କଥା ହେଲା ଏହାର ଡିଜାଇନ । ବାଇକ୍ରେ କ୍ଲାସିକ୍ ଟଅରଡ୍ରପ୍ ଆକୃତିର ଫ୍ୟୁଲ ଟ୍ୟାଙ୍କ, ଗୋଲ ହେଡଲାଇଟ୍, ସ୍ପୋକବାଲା ଚକ ଓ ପଛପଟରେ ଟ୍ୱିନ୍-ଶକ୍ ସସପେନସନ୍ ଦିଆଯାଇଛି। ଏଥିସହିତ ଏକ ବ୍ରଶ୍-ଫିନିଶ୍ ପିଶୁଟର ସାଇଲେନ୍ସର, ଆଲୁମିନିୟମ୍ ଇଞ୍ଜିନ୍ କଭର ଏବଂ ହାତରେ ରଙ୍ଗ କରାଯାଇଥିବା କୋଚ୍ ଲାଇନିଂ ବାଇକ୍କୁ ଏକ ପ୍ରିମିୟମ୍ ଲୁକ୍ ଦେଇଛି।

ଏଥିସହିତ ୪ ଇଞ୍ଚର ଗୋଲ ଫୁଲ କଲର TFT ଡିସପ୍ଲେ ଦିଆଯାଇଛି। ଯେଉଁଥିରେ ସ୍ମାର୍ଟଫୋନ୍ କନେକ୍ଠିଭିଟି, ଫୋନ୍ ଓ ମ୍ୟୁଜିକ କଣ୍ଟ୍ରୋଲ ତଥା ନାଭିଗେସନର ସୁବିଧା ଦିଆଯାଇଛି । Triumph Navigation ଆପ୍ ବ୍ୟବହାର କରି, ରାଇଡର ବାଇକ୍ର ସ୍କ୍ରିନ୍ରେ ନାଭିଗେସନ୍ ଆକ୍ସେସ୍ କରିପାରିବେ। ଏଥିରେ କ୍ରୁଜ କଣ୍ଟ୍ରୋଲର ଓ ଫୋନ୍ ଚାର୍ଜ କରିବା ପାଇଁ USB-C ପୋର୍ଟ ମଧ୍ୟ ଦିଆଯାଇଛି। ବାଇକରେ ପାଞ୍ଚଟି ରାଇଡିଂ ମୋଡ୍- ରୋଡ୍, ରେନ୍, ଇକୋ, ଏବଂ ଦୁଇଟି କଷ୍ଟମ୍ ରାଇଡର୍ ମୋଡ୍ ଦିଆଯାଇଛି।

Bonneville T40ର ସିଟ୍ ଉଚ୍ଚତା ୭୯୦ ଏମଏମ୍ ରହିଥିବା ବେଳେ ଏକ୍ସସରି ଲୋ ସିଟ୍ ବ୍ୟବସ୍ଥାରେ ଏହାର ଉଚ୍ଚତାକୁ ରାଇଡର ୭୭୦ ଏମଏମ ପର୍ଯ୍ୟନ୍ତ କମାଇପାରିବେ। ଏହି ବାଇକ୍ରେ ଲିନ୍-ସେନ୍ସିଟିଭ୍ ଅପ୍ଟିମାଇଜ୍ଡ କର୍ଣ୍ଣରିଂ ABS, କର୍ଣ୍ଣରିଂ ଟ୍ରାକ୍ସନ୍ କଣ୍ଟ୍ରୋଲର ଦିଆଯାଇଛି। ଆଗପଟରେ ୧୮ ଇଞ୍ଚ ଓ ପଛଭାଗରେ ୧୭ ଇଞ୍ଚର ସ୍ପୋକବାଲା ଚକା ଦିଆଯାଇଛି। ଆଗ ପଟରେ ୪୩ ଏମଏମ ଫୋର୍କ ଓ ପଛର ପଟରେ ପ୍ରୀଲୋଡ ଏଡଜଷ୍ଟେବଲ ଟ୍ୱିନ ଶକ ସସ୍ପେନ୍ସସନ ଦିଆଯାଇଛି।

ଇଞ୍ଜିନ ଓ ପରଫର୍ମାନ୍ସ

ଟ୍ରାୟମ୍ପର ନୂଆ Bonneville T40ରେ ୩୫୦ସିସି, ଲିକ୍ୟୁଡ-କୁଲ୍ଡ, ସିଙ୍ଗଲ୍ ସିଲିଣ୍ଡର ଟିଆର ସିରିଜ୍ ଇଞ୍ଜିନ ଦିଆଯାଇଛି | ଏହି ଇଞ୍ଜିନ୍ ବୋନେଭିଲ୍ ପାଇଁ ସ୍ୱତନ୍ତ୍ର ଟ୍ୟୁନିଂ ଏବଂ ରୂପାନ୍ତରିତ ସିଲିଣ୍ଡର ହେଡ୍ ବ୍ୟବହାର କରାଯାଇଛି | ଏହି ଇଞ୍ଜିନ୍ ୭୦୦୦ ଆରପିଏମରେ ପ୍ରାୟ ୨୯ ପିଏସର ସର୍ବାଧିକ ପାୱାର ଏବଂ ୫,୫୦୦ ଆରପିଏମ୍ରେ ୩୧.୨ ଏନଏମର ଟର୍କ ଜେନେରେଟ କରେ | ୬-ସ୍ପିଡ୍ ଗିଅରବକ୍ସ ସହିତ ଇଞ୍ଜିନ ଆସୁଥିବା ବେଳେ ଏଥିରେ ସ୍ଲିପ୍-ଆସିଷ୍ଟ୍ କ୍ଲଚ୍ ମିଳିବ।

​​​​​​​