ଆସ୍କା ୧୧।୨: PUCC ଫାଇନ୍ କମାଇବା ଯୋଜନା ଚାଲିଛି । PUCC ନେଇ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ବଡ଼ ସୂଚନା । ସମସ୍ତଙ୍କୁ PUCC କରିବା ବାଧ୍ୟତାମୂଳକ କହିଲେ ପରିବହନ ମନ୍ତ୍ରୀ । ଆହୁରି ମଧ୍ୟ ଟୋଲ୍ ଗେଟ୍‌ରେ PUCC ଫାଇନ୍ କମାଇବା ପାଇଁ ଯୋଜନା ଚାଲିଥିବା ମନ୍ତ୍ରୀ କହିଛନ୍ତି । ୧୦ ହଜାର ଟଙ୍କା ଫାଇନ୍କୁ କମ୍ କରିବାକୁ ଆଲୋଚନା ଚାଲିଛି । ରାଜ୍ୟରେ ବାୟୁ ପ୍ରଦୂଷଣ ନେଇ କଡ଼ାକଡ଼ି ହୋଇଥିଲା PUCC ନିୟମ । ଯାହାର ଗାଡ଼ି ଅଛି, PUCC କରିବାକୁ ସରକାର କହିଥିଲେ ବୋଲି ମନ୍ତ୍ରୀ କହିଛନ୍ତି ।

ଏ ଖବର ବି ପଢ଼ନ୍ତୁ:- ତ୍ରିକୋଣୀୟ ପ୍ରେମ ପାଇଁ ତଣ୍ଟି କାଟିବା ମାମଲା, ଦିନେଶକୁ ଧରି କ୍ରାଇମ୍ ସିନ୍ ରିକ୍ରିଏସନ୍ କରିବ ପୋଲିସ

ସୂଚନାଯୋଗ୍ୟ ଯେ, ମଙ୍ଗଳବାର ପ୍ରଦୂଷଣ ପ୍ରମାଣପତ୍ର ପାଇବାକୁ ହେଲେ ବକେୟା ଚାଲାଣ ପୈଠ କରିବାକୁ ହେବ । ମଙ୍ଗଳବାର ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇବା ସହିତ ଏ ସମ୍ପର୍କୀତ ଜନସ୍ୱାର୍ଥ ମାମଲାର ଅନ୍ତ ଘଟାଇଥିଲେ ହାଇକୋର୍ଟ । ସେଣ୍ଟ୍ରାଲ ମୋଟର ଭେହିକିଲ ରୁଲ୍ ୧୬୭ ସବ୍ କ୍ଲଚ୍ ୧୨ ଅନୁସାରେ ବକେୟା ଚାଲାଣ ଥିଲେ PUCC ପାଇଁ ଆବେଦନ କରିହେବ ନାହିଁ ବୋଲି ହାଇକୋର୍ଟ କହିଥିଲେ ।

ଏ ଖବର ବି ପଢ଼ନ୍ତୁ:- ସାମ୍ନାକୁ ଆସିଲା ସିସିଟିଭି… ରକ୍ତ ଜୁଡୁବୁଡୁ ହୋଇ ଜୀବନ ବିକଳରେ ଦୌଡୁଛନ୍ତି ସତ୍ୟବ୍ରତ

ଅବଶ୍ୟ ଗତ ୨୭ ଜାନୁଆରୀରେ ହାଇକୋର୍ଟ ଯେଉଁ ଅନ୍ତରୀଣ ନିର୍ଦ୍ଦେଶ ଦେଇଥିଲେ, ସେହି ମୁତାବକ PUCC ନଥିଲେ ପେଟ୍ରୋଲ ମିଳିବା ନେଇ ଜାରି ହୋଇଥିବା କଟକଣା କାର୍ଯ୍ୟକାରୀ ହୋଇନଥିଲା । କିନ୍ତୁ ନିକଟରେ ପରିବହନ ବିଭାଗ ପକ୍ଷରୁ ଏକ ସତ୍ୟପାଠ ଦାଖଲ କରାଯାଇଥିଲା । ଯେଉଁଥିରେ ସଂଶୋଧିତ ମୋଟର ଭେହିକଲ ରୁଲ୍ ବାବଦରେ କୋର୍ଟଙ୍କୁ ଅବଗତ କରାଯାଇଥିଲା । ଯାହା ସମ୍ପର୍କରେ ମଙ୍ଗଳବାର ଆଡଭୋକେଟ୍ ଜେନେରାଲ କୋର୍ଟରେ ଯୁକ୍ତି ଉପସ୍ଥାପନ କରିଥିଲେ । ହାଇକୋର୍ଟ ଏହାକୁ ଗ୍ରହଣ କରିବା ସହିତ ଦାୟର ଜନସ୍ୱାର୍ଥ ମାମଲା ଉପରେ ପୂର୍ଣ୍ଣଚ୍ଛେଦ ଟାଣିଥିଲେ କୋର୍ଟ ।

ଏ ଖବର ବି ପଢ଼ନ୍ତୁ:- ସରକାରୀ ଟଙ୍କାରେ ଗଢ଼ିଥିଲେ କଳାସାମ୍ରାଜ୍ୟ, ଏବେ ଜୁନିଅର ଆସିଷ୍ଟାଣ୍ଟଙ୍କ ଘରେ ପଶିଲା ଭିଜିଲାନ୍ସ

ଗତ ଡିସେମ୍ବର ୨୦ ତାରିଖରେ ଜାରି ହୋଇଥିବା ନିର୍ଦ୍ଦେଶନାମାରେ ଉଲ୍ଲେଖ ଥିଲା ଯେ, ଗାଡି ମାଲିକଙ୍କ  PUCC ନଥିଲେ ତାଙ୍କୁ ପେଟ୍ରୋଲ କି ଡିଜେଲ ମନା । ଏନେଇ ବିଭିନ୍ନ ତୈଳ ବିକ୍ରୟକାରୀ କମ୍ପାନୀକୁ ଲେଖାଯାଇଥିବା ଚିଠିକୁ ବିରୋଧ କରି ହାଇକୋର୍ଟରେ ଦାୟର ହୋଇଥିଲା ଜନସ୍ୱାର୍ଥ ମାମଲା । ମୋଟର ଯାନ ଆଇନ ୧୯୮୮ ଓ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ ୧୯୮୯ ଉଲଂଘନ କରି ଏହି ନିର୍ଦ୍ଦେଶନାମା ଜାରି କରାଯାଇଛି ବୋଲି ଜନସ୍ୱାର୍ଥ ମମାଲାରେ ଉଲ୍ଲେଖ କରାଯାଇଥିଲା । ଗାଡିର PUCC ପ୍ରମାଣପତ୍ର ନଥିବା ଯାନ ମାଲିକଙ୍କୁ ପେଟ୍ରୋଲ କିମ୍ବା ଡିଜେଲ ବିକ୍ରୟ ନକରିବା ଗାଡି ମାଲିକଙ୍କର ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଥିବା କୋର୍ଟକୁ ଦର୍ଶାଇଥିଲେ ଆବଦେନକାରୀଙ୍କ ଓକିଲ । ଏଥିସହିତ ଗାଡିର ପ୍ରଦୂଷଣ ପରୀକ୍ଷା ପୂର୍ବରୁ କୌଣସି ଚାଲାଣ ନଥିବା ନେଇ ଯେଉଁ ସର୍ତ୍ତ ଧାର୍ଯ୍ୟ କରାଯାଇଥିଲା ତାହା ବେଆଇନ ବୋଲି ଆବେଦନକାରୀ ଦର୍ଶାଇଥିଲେ ।

ଏ ଖବର ବି ପଢ଼ନ୍ତୁ:- ​​​​​​​ ମାମାଲି ଖୋଲିଲେ ଦିନେଶ ଗୁମର: ଲିଜା ପ୍ରେମରେ ଅନ୍ଧ ହେଲା, ମୋତେ ପଚାରିଲାନି

ତେବେ ମାମଲାରେ ପୂର୍ଣ୍ଣଚ୍ଛେଦ ପରେ କାହାକୁ PUCC ମିଳିବ ଓ କାହାକୁ ମିଳିବନି ଚିନ୍ତା ବଢ଼ିଲାଣି । ବକେୟା ଚାଲାଣ ପୈଠ ନ କଲେ ଗାଡ଼ିକୁ ପ୍ରଦୂଷଣ ପ୍ରମାଣପତ୍ର ମିଳିବ ନାହିଁ । ଯଦି କୌଣସି ଗାଡ଼ି ବିରୋଧରେ ନିୟମ ଉଲଂଘନ ନେଇ ଚାଲାଣ ବିଚାରାଧୀନ ଥାଏ ତେବେ ସଂପୃକ୍ତ ଗାଡ଼ିକୁ PUCC ନ ଦେବାକୁ ରାଜ୍ୟ ସରକାର ଗ୍ରହଣ କରିଥିବା ନିଷ୍ପତିରେ ହସ୍ତକ୍ଷେପ କରିବାକୁ ହାଇକୋର୍ଟ ମନା କରିଛନ୍ତି । ବକେୟା ଚାଲାଣ ଥିଲେ PUCC ପାଇଁ ମନା କରାଯିବା ପ୍ରସଙ୍ଗ ସଂଶୋଧିତ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ ଅନୁସାରେ ବୈଧ ବୋଲି ହାଇକୋର୍ଟ ମତ ଦେଇଛନ୍ତି । PUCC ନ ଥିବା ଗାଡ଼ିକୁ ଟାଙ୍କିରେ ତେଲ ପକାଇବାକୁ ଅନୁମତି ନ ଦେବା ପାଇଁ ପୂର୍ବରୁ ତୈଳ କମ୍ପାନୀଗୁଡ଼ିକୁ ଚିଠି ଲେଖାଯାଇଥିବା ବେଳେ ଏ ସଂପର୍କିତ ନିଷ୍ପତ୍ତି ସରକାର ପ୍ରତ୍ୟାହାର କରିଛନ୍ତି । ସଂଶୋଧିତ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ ଅନୁସାରେ ଚାଲାଣ ଥିବା ଗାଡ଼ିକୁ PUCC ନ ଦେବାକୁ ନିଆଯାଇଥିବା ନିଷ୍ପତି ବୈଧ କେନ୍ଦ୍ରୀୟ ମୋଟର ଯାନ ନିୟମାବଳୀ (ସଂଶୋଧିତ) ସଂପର୍କିତ ବିଜ୍ଞପ୍ତି ୨୦୨୬ ଜାନୁଆରୀ ୨୦ରେ ପ୍ରକାଶ ପାଇଥିଲା ।