ବଲାଙ୍ଗିର ୨୨।୫: ଶିକ୍ଷା, ବ୍ୟବସାୟ, ରାଜନୀତି କ୍ଷେତ୍ରରେ ଦିଲ୍ଲୀକୁ ଯିବାକୁ ହେଉଥିଲା ନାନା ସମସ୍ୟା । କେତେବେଳେ ଟିଟିଲାଗଡରୁ ଦିଲ୍ଲୀ ତ ଆଉ କେତେବେଳେ ରାୟପୁର ଉପରେ ଭରସା କରିବାକୁ ପଡୁଥିଲା । ହେଲେ ଏହି ଦାବି ଏବେ ପୂରଣ ହୋଇଛି। ତାହା ପୁଣି ବହୁ ବାଦ ପ୍ରତିବାଦ ଭିତରେ ।

ଗତ କିଛି ଦିନ ତଳେ ବିଶାଖାପଟନମ୍-ଦିଲ୍ଲୀ-ଭାୟା ପ୍ରୟାଗରାଜକୁ ସ୍ଵତନ୍ତ୍ର ଟ୍ରେନ୍‌ ଚାଲିବା ନେଇ ଘୋଷଣା କଲେ କେନ୍ଦ୍ର ମନ୍ତ୍ରୀ ଆଜି ସେହି ଟ୍ରେନର ଶୁଭାରମ୍ଭ ହୋଇଛି । ହେଲେ ବଲାଙ୍ଗିର ଜିଲ୍ଲା ହେଡକ୍ବାର୍ଟର ଜନସନ ଷ୍ଟେସନରେ ରହଣି ନଥିଲା ଏହି ଟ୍ରେନ୍‌ର । ଏନେଇ ଗଣମାଧ୍ୟମ ସହ ସୋସିଆଲ ମିଡିଆରେ ଲୋକଙ୍କ ବଢିଥିଲା ଆକ୍ରୋଶ । ଏନେଇ ଆଜି ରେଳ ରୋକ ଆନ୍ଦୋଳନ ପାଇଁ ଦେଇଥିଲେ ଚେତାବନୀ । ହେଲେ ତାହା ପୂର୍ବରୁ ଦାବି ପୂରଣ ହେଲା । ବଲାଙ୍ଗିର ଜନସନ ଷ୍ଟେସନରେ ରହିଲା ଟ୍ରେନ। ଏନେଇ ବାଜା ବଜାଇ ଟ୍ରେନ୍‌କୁ ସ୍ୱାଗତ କରି ଲୋକଙ୍କୁ ମିଠା ବାଣ୍ଟିଲେ ସହରବାସୀ ।

Also Read:- ପ୍ରଚଣ୍ଡ ତାତିରେ ବିଦ୍ୟୁତ ଟେନସନ : ମଧ୍ୟରାତ୍ରିରେ ଜଳିଗଲା ଟ୍ରାନ୍ସଫର୍ମର, ଘଣ୍ଟା ଘଣ୍ଟା ଧରି ବିଦ୍ୟୁତ ବିଚ୍ଛିନ୍ନ

ଏଥିରେ ରେଳ ଉପଭୋକ୍ତା ସଙ୍ଘ ଠାରୁ ବହୁ ସଙ୍ଘଠନ, କମିଟି, ମହିଳା ସଂଗଠନ ସହ ବିଭିନ୍ନ ଦଳର ନେତା ସାମିଲ ହୋଇଥିଲେ । ଜିଲ୍ଲା ପରିଷଦ ଅଧ୍ୟକ୍ଷା, ପୌର ପରିଷଦ ଅଧ୍ୟକ୍ଷା ମଧ୍ୟ ଉପସ୍ଥିତ ରହି ଲୋକଙ୍କୁ ମିଠା ବାଣ୍ଟିଥିଲେ । ଏନେଇ ୨ଟି ଟିମ୍ ରହୁଥିବା ବେଳେ ଏହି ଟ୍ରେନକୁ ସମୟ ବଢ଼ାଇବା ଓ ଇସ୍ପାତ ଟ୍ରେନକୁ ସମୟ ସୀମାରେ ଚଳାଇବା ପାଇଁ ଏକ ଦାବି ପତ୍ର ମଧ୍ୟ ଦେଇଥିଲେ ।