ଢେଙ୍କାନାଳ ୧୦।୦୨ : ଜାଳେଣୀ କାଠ ସଂଗ୍ରହ ପାଇଁ ଜଙ୍ଗଲକୁ ଯାଇଥିଲେ । ହେଲେ କିଏ ଜାଣିଥିଲା ଜଙ୍ଗଲରେ ଘଟିବ ଅଘଟଣ । ଢେଙ୍କାନାଳ ଜିଲ୍ଲା ସଦର ରେଞ୍ଜ ପାଟପୁରୀ ସଂରକ୍ଷିତ ଜଙ୍ଗଲରେ ହାତୀ ଆକ୍ରମଣରେ ତିନି ଜଣଙ୍କର ମୃତ୍ୟୁ ହୋଇଯାଇଛି । ବାକି ଆଉ ତିନି ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ତୁରନ୍ତ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏ ଖବର ବି ପଢନ୍ତୁ:- ଅଶ୍ଲୀଳ ନୃତ୍ୟ ମାମଲା, ବଲାଙ୍ଗୀର କୋର୍ଟରେ ହାଜର ହେଲେ ନିଶା ମହାରଣା

ଖବର ଅନୁଯାୟୀ, ୧୦ ରୁ ୧୫ ଜଣ ମହିଳା କାଠ ସଂଗ୍ରହ ପାଇଁ ସଦର ରେଞ୍ଜ ପାଟପୁରୀ ସଂରକ୍ଷିତ ଜଙ୍ଗଲକୁ ଯାଇଥିଲେ । ହେଲେ ଜଙ୍ଗଲରେ ହାତୀ ପଲଙ୍କ ହାବୁଡ଼ରେ ପଡିଯାଇଥିଲେ ସମସ୍ତ ମହିଳା । ଜାଳେଣୀ ସଂଗ୍ରହ ପାଇଁ ଯାଇଥିବା ମହିଳାଙ୍କୁ ହାତୀପଲ ଆକ୍ରମଣ କରିଥିଲେ । ଯେଉଁଥିରେ କିଛି ମହିଳା ଜୀବନ ବିକଳରେ ଦୌଡି ପଳାଇଥିଲେ । ହେଲେ କିଛି ମହିଳା ହାତୀଙ୍କ ହାବୁଡ଼ରେ ପଡିଯାଇଥିଲେ । ଯାହାଫଳରେ କି ହାତୀପଲ ସେମାନଙ୍କୁ ଆକ୍ରମଣ କରିଥିଲେ । ତେବେ ଏହି ହାତୀପଲଙ୍କ ଆକ୍ରମଣରେ ତିନି ଜଣ ମହିଳାଙ୍କର ମୃତ୍ୟୁ ହୋଇଥିବା ଆଉ ତିନି ଜଣ ଗୁରୁତର ହୋଇଛନ୍ତି । ସମସ୍ତ ମୃତାହତଙ୍କୁ ଉଦ୍ଧାର କରି ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଏ ଖବର ବି ପଢନ୍ତୁ:- ବିନା ଲାଞ୍ଚରେ ରାଜସ୍ବ ସେବା ଦେବାପାଇଁ ସରକାର ପ୍ରସ୍ତୁତ ଅଛନ୍ତି

ତେବେ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଥିବା ମହିଳାମାନେ ହେଲେ ଇନ୍ଦୁମତି ପ୍ରଧାନ, କୁନ୍ତଳା ପ୍ରଧାନ, ଟୁନି ଦେହୁରୀ । ସମସ୍ତ ମୃତାହତ ଢେଙ୍କାନାଳ ଜିଲ୍ଲା ସଦର ଥାନା ଲୋଚାପଲ୍ଲୀ ଗାଁର ବୋଲି ଜଣାପଡିଛି । ବାକି ବର୍ତ୍ତମାନ ସୁଦ୍ଧା ଗୁରୁତର ଥିବା ମହିଳାଙ୍କ ପରିଚୟ ମିଳିନାହିଁ । ଅନ୍ୟପଟେ ପୋଲିସ ଏବଂ ବନବିଭାଗ ଟିମ୍ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ଏ ଖବର ବି ପଢନ୍ତୁ:- କମିଗଲା ସୁନା-ରୁପା ରେଟ୍, ଆଗକୁ ବଢିଯିବ...ଶୀଘ୍ର କିଣି ନିଅନ୍ତୁ