ଭୁବନେଶ୍ବର ୨୩।୧୦: ସମ୍ଭାବ୍ୟ ବାତ୍ୟାକୁ ନେଇ ରାଜ୍ୟ ସରକାର ଡାକିଲେ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ । ଅପରାହ୍ନ ୪ଟାରେ ରାଜସ୍ୱ ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିବାକୁ ଥିବା ଏହି ବୈଠକରେ ମୁଖ୍ୟ ଶାସନ ସଚିବ, ଏସଆରସି ଓ ୧୬ ଜିଲ୍ଲାର ଜିଲ୍ଲାପାଳ ଉପସ୍ଥିତ ରହିବେ । ଏହି ବୈଠକରେ ମୁକାବିଲା ନେଇ ପ୍ରସ୍ତୁତ ହେବ ରୋଡ୍ ମ୍ୟାପ୍ । ସବୁ ପ୍ରକାର ପ୍ରାକୃତିକ ବିପର୍ଯ୍ୟୟ ମୁକାବିଲା ପାଇଁ ସରକାର ପ୍ରସ୍ତୁତ ଅଛନ୍ତି । ପ୍ରାରମ୍ଭିକ ପ୍ରସ୍ତୁତିର ସମୀକ୍ଷା ହେବ । ସମ୍ଭାବ୍ୟ ବାତ୍ୟାର ଗତିପଥ, ଏହାର ପ୍ରଭାବକୁ ନେଇ ବି ଆଲୋଚନା ହେବ । ଜିଲ୍ଲା ପ୍ରଶାସନ ପ୍ରସ୍ତୁତ ଅଛି, ଲୋକେ ଭୟଭୀତ ହୁଅନ୍ତୁ ନାହିଁ ବୋଲି ରାଜସ୍ବ ମନ୍ତ୍ରୀ କହିଛନ୍ତି ।