କୋରାପୁଟ ୨୨।୮: କୋରାପୁଟ ପାଇନ୍ ଜଙ୍ଗଲରେ ଯୁବତୀଙ୍କୁ ଗଣଦୁଷ୍କର୍ମ ମାମଲାରେ ଗିରଫ ହେଲେ ସମସ୍ତ ଅଭିଯୁକ୍ତ । ପୂର୍ବରୁ ଜଣେ ଅଭିଯୁକ୍ତ ଗିରଫ ହୋଇଥିବା ବେଳେ ଅନ୍ୟ ୨ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି କୋରାପୁଟ ପୋଲିସ । ଗିରଫ ଅଭିଯୁକ୍ତ ମାନେ ହେଲେ ଜୟପୁର ଟାଉନ୍ ଥାନା ଅଞ୍ଚଳର ବରୁଣ ହିଆଲ, ସଦର ଅଞ୍ଚଳର ସନ୍ୟାସୀ ଗମାଙ୍ଗୋ ଓ ନବରଙ୍ଗପୁର ଅଞ୍ଚଳର ସୁରେନ୍ଦ୍ର ହରିଜନ ।

Also Read:- ରାକ୍ଷୀ ପୂର୍ବରୁ ମିଠା ବଜାରକୁ ଲାଗିପାରେ ଝଟ୍‌କା, ଚିନି ଦର ବଢ଼ିବାରୁ ଦର ବଢ଼ାଇବାକୁ ବ୍ୟବସାୟୀଙ୍କ ସଙ୍କେତ

ଗତ ୫ ତାରିଖରେ ଜୟପୁର ଅଞ୍ଚଳର ଜଣେ ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ କୋରାପୁଟ-ଜୟପୁର ୨୬ ନମ୍ବର ଜାତୀୟ ରାଜପଥ କଡ଼ରେ ଥିବା ପାଇନ୍ ଜଙ୍ଗଲକୁ ଫଟୋ ସୁଟିଂ ପାଇଁ ଯାଇଥିଲେ । ଏହି ସମୟରେ ତିନି ଜଣ ଯୁବକ ସେଠାରେ ପହଞ୍ଚି ଛୁରୀ ଦେଖାଇ ଭୟଭୀତ କରିବା ସହ ଯୁବତୀଙ୍କ ସହ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।

Watch Video:​​​​​​​​​​​​​​​​​​​​​