କଟକ।ଜଗତସିଂହପୁର ୨୨।୮: ଆଗକୁ ଆସୁଛି ରାକ୍ଷୀ ପୂର୍ଣ୍ଣିମା, ତା ପରେ ଜନ୍ମାଷ୍ଟମୀ ଆଉ ଗଣେଶ ପୂଜା । ସାଧାରଣତଃ ରାକ୍ଷୀ ପୂର୍ଣ୍ଣିମାରେ ମିଠାର ଅଧିକ ଚାହିଦା ରହିଥାଏ । ଚିନି ଦର ବଢ଼ିବା ପରେ ଏବେ ମିଠା ଦର ବଢ଼ିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ରାଜ୍ୟରେ ଚିନି ଦର କେଜି ପ୍ରତି ୬୫ରୁ ୭୦ ରହିଛି । ଗତ ୧୫ଦିନ ଭିତରେ ଚିନି ଦର କିଲୋ ପ୍ରତି ୨୦ରୁ ୨୫ଟଙ୍କା ବଢି ସାରିଲାଣି । ଚିନି ଦରରେ ଅହେତୁକ ବୃଦ୍ଧି ପାଇଥିବାରୁ ଏବେ ମିଠା ଦର ବୃଦ୍ଧି ପାଇବାର ଆଶଙ୍କା ସୃଷ୍ଟି ହୋଇଛି । ଚିନି ଉତ୍ପାଦନ କମୁଥିବା ବେଳେ ପାର୍ବଣ ପୂର୍ବରୁ ଚିନି ଓ ମିଠାର ଚାହିଦା ବୃଦ୍ଧି ହେବ । ଚିନି ଦର ବୃଦ୍ଧି କାରଣରୁ ଦୋକାନୀ ମାନେ ମିଠା ଦର ବଢ଼ାଇବାକୁ ବାଧ୍ୟ ହେବେ ବୋଲି କହିଛନ୍ତି ।

ସେପଟେ କଟକ ଓ ଭୁବନେଶ୍ୱରରେ କିଛିଦିନ ହେବ ଖାଦ୍ୟ ସୁରକ୍ଷା ଟିମ୍ ଦ୍ୱାରା ବ୍ୟାପକ ପରିମାଣର ଅପମିଶ୍ରିତ ପନିର, ଛେନା ଜବତ କରି ନଷ୍ଟ କରାଯାଇଛି । ପ୍ରଶାସନର କଟକଣା ଏବଂ ଚଢ଼ାଉ ଯୋଗୁଁ ଅସଲି ଛେନା ଓ ଦୁଗ୍ଧଜାତ ସାମଗ୍ରୀର ବ୍ୟବହାର ବୃଦ୍ଧି ପାଇବ । ମାତ୍ର ନକଲି ଛେନା ଓ ଦୁଗ୍ଧଜାତ ଦ୍ରବ୍ୟର ପରିମାଣ ବଜାରରେ ହ୍ରାସ ପାଇଛି । ଛେନା, ପନିର ଓ ଖୁଆ ଭଳି ଜିନିଷର ବଜାରରେ ଅଭାବ ଦେଖା ଦେଇଥିବାରୁ, ଏହାର ପ୍ରଭାବ ମଧ୍ୟ ମିଠା ଦର ଉପରେ ପଡିବ ବୋଲି ମିଠା ବ୍ୟବସାୟୀ ମତ ଦେଇଛନ୍ତି ।

Also Read:- ବ୍ଲୁ ଲେକ୍‌ ବୁଲିବାକୁ ଆସିଥିଲେ ୩ ଛାତ୍ର, ପାଣିରେ ବୁଡ଼ି ୨ ଜଣ ନିଖୋଜ

ଚିନିର ଅହେତୁକ ଦରଦ ବୃଦ୍ଧି ଓ ନକଲି ଦୁଗ୍ଧଜାତ ଦ୍ରବ୍ୟ ଉପରେ ପ୍ରଶାସନିକ କଟକଣା ପାର୍ବଣରେ ମିଠା ବଜାରକୁ ଫିକା କରିଦେବାର ଆଶଙ୍କା ସୃଷ୍ଟି ହୋଇଛି ।

Watch Video: