ଭୁବନେଶ୍ବର ୧୫।୫: ପେଟ୍ରୋଲ, ଡିଜେଲକୁ ନେଇ ସବୁଆଡେ ଏବେ ସଙ୍କଟର ସ୍ଥିତି ଉପୁଜିଥିବା ବେଳେ ଏହା ଧିରେ ଧିରେ ଲୋକଙ୍କ ଜୀବନ ଜୀବିକା ଉପରେ ମଧ୍ୟ ପ୍ରଭାବ ପକାଇଲାଣି । ତେବେ ଏଭଳି ସ୍ଥିତିରେ ରାଜ୍ୟରେ ଯେପରି ଯାତ୍ରୀ ପରିବହନ ପ୍ରଭାବିତ ହେବନାହିଁ, ସେ ଦୃଷ୍ଟିରୁ ପ୍ରତ୍ୟେକ ଜିଲ୍ଲାରେ ୨ଟି ଲେଖାଏଁ ପେଟ୍ରୋଲ ପମ୍ପ ରିଜର୍ଭ ରଖିବାକୁ ନିଷ୍ପତ୍ତି ହୋଇଛି ।

ଶୁକ୍ରବାର ଘରୋଇ ବସ୍ ମାଲିକ ସଙ୍ଘ ଏବଂ ଟ୍ରକ୍ ମାଲିକ ସଙ୍ଘ ସହିତ ବୈଠକ ପରେ ଏଭଳି କହିଛନ୍ତି ତୈଳ ବିପଣନ କମ୍ପାନୀର ଉଚ୍ଚ ପଦସ୍ଥ ଅଧିକାରୀ । ଯାହାକୁ ଘରୋଇ ବସ୍ ମାଲିକ ସଙ୍ଘ ସ୍ୱାଗତ କରିଛି ।

Also Read:- ଗୋଟିଏ ଅଫିସ୍‌ରେ ୩ ବର୍ଷରୁ ଅଧିକ ରହିଲେ ହେବ ବଦଳି, ରାଜସ୍ୱ କର୍ମଚାରୀଙ୍କ ବଦଳି ଓ ରୋଟେସନ୍ ଶୀଘ୍ର ସାରିବାକୁ ନିର୍ଦ୍ଦେଶ

ହେଲେ ଟ୍ରକ୍ ମାଲିକ ମହାସଂଘ ବୈଠକ ପରେ ନିରାଶା ଜଣାଇଛି । ଟ୍ରକ୍ ଗୁଡିକ କିପରି ଚାଲି ପାରିବ, ମାଲ ପରିବହନ କିପରି ବ୍ୟବସ୍ଥିତ ହୋଇ ପାରିବ ସେନେଇ କୌଣସି ନିର୍ଯ୍ୟାସ ବାହାରିଲା ନାହିଁ ବୋଲି ମହାସଂଘ କହିଛି ।