ଇନ୍ଦୋର: ମଧ୍ୟପ୍ରଦେଶର ଭୋପାଳର ଫ୍ୟାମିଲି କୋର୍ଟରେ ଏପରି ଏକ ମାମଲା ସାମ୍ନାକୁ ଆସିଛି, ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା କରାଯାଉଛି । । ଏଠାରେ ଜଣେ ପ୍ରେମିକା ତାଙ୍କ ବିବାହିତ ପ୍ରେମିକଙ୍କୁ ପାଇବା ପାଇଁ ୧.୫ କୋଟି ଟଙ୍କା ଦେବାକୁ ରାଜି ହୋଇଛନ୍ତି । ଏହି ପୂରା ଘଟଣାଟି ୯୦ ଦଶକର ଲୋକପ୍ରିୟ ଚଳଚ୍ଚିତ୍ର "ଜୁଦାଇ"ର କାହାଣୀକୁ ରିପିଟ୍ କରୁଛି, କିନ୍ତୁ ଏହା ପରଦାର ନୁହେଁ ବରଂ ବାସ୍ତବ ।

ଭୋପାଳର ଜଣେ ୪୨ ବର୍ଷୀୟ ସରକାରୀ କର୍ମଚାରୀ ତାଙ୍କ ନିଜ ବିଭାଗର ଜଣେ ମହିଳା ଅଧିକାରୀଙ୍କ ପ୍ରେମରେ ପଡ଼ିଥିଲେ । ମହିଳା ଜଣକ ପ୍ରେମିକଠାରୁ ୧୦ ବର୍ଷ ସାନ । ସମୟ ସହିତ ଦୁହେଁ ନିକଟତର ହେଲେ ଏବଂ ସେମାନଙ୍କ ଘରେ ଦୂରତା ମଧ୍ୟ ବଢ଼ିଥିଲା । ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ପ୍ରତିଦିନ ଝଗଡ଼ା ହେଲା । ଦୁହିଁଙ୍କ ୧୬ ଏବଂ ୧୨ ବର୍ଷର ଦୁଇ ଝିଅ ମଧ୍ୟ ଅଛନ୍ତି । ପରିସ୍ଥିତି ଏତେ ଜଟିଳ ହୋଇଗଲା ଯେ ବଡ଼ ଝିଅ ଫ୍ୟାମିଲି କୋର୍ଟର ଦ୍ୱାରସ୍ଥ ହେଲା ।

କୋର୍ଟରେ କାଉନସିଲିଂ ଆରମ୍ଭ ହେଲା । କୋର୍ଟରେ ସ୍ୱାମୀ ସ୍ପଷ୍ଟ ଭାବରେ କହିଥିଲେ ଯେ ସେ ତାଙ୍କ ପ୍ରେମିକା ସହିତ ରହିବାକୁ ଚାହାନ୍ତି ଏବଂ ଛାଡପତ୍ର ପାଇଁ ପ୍ରସ୍ତୁତ ଅଛନ୍ତି । ସେ ଏହା ମଧ୍ୟ ସ୍ୱୀକାର କରିଥିଲେ ଯେ ଘରୋଇ ଚାପରେ ସେ ଅସହ୍ୟ ହୋଇଯାଇଥିଲେ । ପ୍ରାୟ ପାଞ୍ଚ ବର୍ଷ ଧରି ଚାଲିଥିବା ଏହି ବିବାଦ ଶେଷରେ ଏକ ଆପୋଷ ସମାଧାନରେ ପହଞ୍ଚିଲା ।

ନିଜର ଏବଂ ତାଙ୍କ ଝିଅମାନଙ୍କର ଆର୍ଥିକ ସୁରକ୍ଷାକୁ ପ୍ରାଥମିକତା ଦେଇ ପତ୍ନୀ ଏକ ସ୍ପଷ୍ଟ ସର୍ତ୍ତ ରଖିଥିଲେ । ସେ ଏକ ଡୁପ୍ଲେକ୍ସ ଘର ଏବଂ ନଗଦ ୨୭ ଲକ୍ଷ ଟଙ୍କା ଦାବି କରିଥିଲେ । ଆଶ୍ଚର୍ଯ୍ୟଜନକ ଭାବରେ, ସ୍ୱାମୀଙ୍କ ପ୍ରେମିକା ତୁରନ୍ତ ପ୍ରସ୍ତାବକୁ ଗ୍ରହଣ କରିଥିଲେ । ସେ ଘର ଏବଂ ନଗଦ ସମେତ ୧.୫ କୋଟି ଟଙ୍କା ଦେବାକୁ ରାଜି ହୋଇଥିଲେ । ସେ କହିଥିଲେ ଯେ ସେ ତାଙ୍କ ପ୍ରେମିକଙ୍କ ପରିବାର ଅସୁରକ୍ଷିତ ହେଉ ବୋଲି ଚାହାନ୍ତି ନାହିଁ । ଏହା ହୁଏତ ଏକ ପ୍ରଥମ ଏବଂ ବରିଳ ଘଟଣା ଯେଉଁଠାରେ ଜଣେ ପ୍ରେମିକା ତାଙ୍କ ପ୍ରେମିକଙ୍କୁ ଜିତିବା ପାଇଁ ଏତେ ବଡ଼ ପରିମାଣର ଟଙ୍କା ଦେଇଛନ୍ତି ।