ପୁରୀ ୦୫।୦୭ : ଅଣସର ଘରେ ଥିବା ମହାପ୍ରଭୁଙ୍କ ଚାଲିଛି ଗୁପ୍ତ ଉପଚାର। ଅଣସର ଷଷ୍ଠୀ ଅବସରରେ ଆଜି ମହାପ୍ରଭୁଙ୍କୁ ଓଷ ବା ଔଷଧ ଲାଗି କରାଯିବ। ଏହା ଆସନ୍ତା ୩ ଦିନ ଧରି ଚାଲିବ। ଶନିବାର ଅଣସରର ପଞ୍ଚମୀ ତିଥିରେ ଶ୍ରୀବିଗ୍ରହଙ୍କୁ ଫୁଲୁରି ତେଲ ଲାଗି କରାଯାଇଥିଲା। ଫୁଲୁରି ତେଲ ଓ ଓଷ ଲାଗି ପରେ ପ୍ରବଳ ଜ୍ବରରେ ପୀଡ଼ିତ ଥିବା ମହାପ୍ରଭୁ ସୁସ୍ଥ ହୋଇଥାନ୍ତି। ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ପରାମର୍ଶ କ୍ରମେ ପ୍ରଭୁଙ୍କ ଆୟୁର୍ବେଦ ପଦ୍ଧତିରେ ଚିକିତ୍ସା କରାଯାଇଥାଏ। ଘନ ଅନ୍ଧକାର ମଧ୍ୟରେ ମହାପ୍ରଭୁଙ୍କ ଏହି ଅଣସରର ଗୁପ୍ତ ଚିକିତ୍ସା କରାଯାଇଥାଏ।

ସେପଟେ ରଥଯାତ୍ରା ଆଉ ମାତ୍ର ୧୦ ଦିନ ଥିବାରୁ ତିନି ରଥର ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ତିନି ରଥର ଚାରି ପାର୍ଶ୍ବରେ କଣି ଫାଉଡି ସଂଯୋଗ ସହ ମଣ୍ଡଣି ବତା କାର୍ଯ୍ୟ ସମ୍ପନ୍ନ କରିବେ। ଚିତ୍ରକର ସେବକ ମାନେ ସାରଥୀ, ଘୋଡ଼ା ସହିତ ପ୍ରଭାରେ ରଙ୍ଗ କାର୍ଯ୍ୟ ଏବଂ ତିନି ରଥର ବାହ୍ୟ ଅଂଶ ଗୁଡ଼ିକରେ ରଙ୍ଗ ଦେଉଛନ୍ତି।

Also Read:-ଇସ୍ରାଏଲ-ଆମେରିକା ସମ୍ପର୍କରେ ଫାଟ ! ନିଜକୁ ନେତନ୍ୟାହୁଙ୍କ 'ବସ୍' କହିଲେ ଟ୍ରମ୍ପ୍