ମୁମ୍ଵାଇ ୧୨।୧୦; ବଲିଉଡର ବହୁଚର୍ଚ୍ଚିତ ତଥା ସୁପରହିଟ୍ ଫିଲ୍ମ 'ଦ ଡର୍ଟି ପିକ୍ଚର୍'। ଏବେ ଏହାର ସିକ୍ୱେଲକୁ ନେଇ ଆସିଛି ଏକ ବଡ଼ ଖବର। ୨୦୧୧ରେ ମୁକ୍ତିଲାଭ କରିଥିବା ଏହି ଫିଲ୍ମର ସଫଳତା ପରେ, ବର୍ତ୍ତମାନ ପ୍ରଯୋଜିକା ଏକତା କପୁର ଏହାର ଦ୍ୱିତୀୟ ଭାଗ ଅର୍ଥାତ୍ 'ଦ ଡର୍ଟି ପିକ୍ଚର୍ ୨' ନିର୍ମାଣ କରିବାକୁ ଘୋଷଣା କରିଛନ୍ତି।

କ’ଣ କହିଲେଏକତା କପୁର?

ୟୁଟ୍ୟୁବର୍ ରଣବୀର ଆଲ୍ଲାହାବାଦିଆଙ୍କ ସହ ଏକ ସାକ୍ଷାତକାରରେ ଏକତା କପୁର କହିଛନ୍ତି ଯେ ପ୍ରଥମ ଭାଗ ମୁକ୍ତିଲାଭର ୧୫ ବର୍ଷ ପରେ ସେ ଏହି ବଡ଼ ପ୍ରୋଜେକ୍ଟ ଆଣୁଛନ୍ତି। ତେବେ ଏଥର କାହାଣୀ ସମ୍ପୂର୍ଣ୍ଣ ଅଲଗା ହେବ। ସିଲ୍କ ସ୍ମିଥାଙ୍କ ଜୀବନୀ ଉପରେ ଆଧାରିତ ମୂଳ ଫିଲ୍ମରେ ବିଦ୍ୟା ବାଲନ୍ ମୁଖ୍ୟ ଭୂମିକାରେ ଅଭିନୟ କରି ବକ୍ସ ଅଫିସରେ ଧମାକା କରିଥିଲେ। ୨୮ କୋଟି ବଜେଟରେ ପ୍ରସ୍ତୁତ ଏହି ଫିଲ୍ମଟି ବିଶ୍ୱସ୍ତରୀୟ ବକ୍ସ ଅଫିସରେ ୧୧୬ କୋଟିରୁ ଅଧିକ ଆୟ କରିଥିଲା।

ତାଙ୍କର ପ୍ରଥମ ଚଳଚ୍ଚିତ୍ରକୁ ମନେ ପକାଇ ଏକତା କହିଥିଲେ ଯେ ସେ କେବେ ସିଲ୍କଙ୍କୁ ଜଣେ ପୀଡିତା ଭାବରେ ଦେଖିନଥିଲେ। ବରଂ, ସେ ତାଙ୍କୁ ଜଣେ ମହିଳା ଭାବରେ ଦେଖିଥିଲେ ଯିଏ ତାଙ୍କର ସେକ୍ସୁଆଲିଟିକୁ ଗ୍ରହଣ କରିଥିଲେ ଏବଂ ସେଲିବ୍ରେଟ କରିଥିଲେ, କିନ୍ତୁ ଲୋକେ ଏହାକୁ ଜଜ କରୁନ୍ତୁ ନା କାହିଁକି । ସେ ଆହୁରି ମଧ୍ୟ କହିଥିଲେ ଯେ, ଏହି ସିକ୍ୱେଲ୍ଟି ପୁଣିଥରେ ସିଲକ୍ ସ୍ମିଥାଙ୍କ ଭଳି ଜଣେ ମହିଳାଙ୍କ କାହାଣୀ ଉପରେ ଆଧାରିତ ହେବ, କିନ୍ତୁ ଏହି ଚଳଚ୍ଚିତ୍ରଟି କାହା କାହାଣୀ ଉପରେ ଆଧାରିତ ହେବ ସେ ସମ୍ପର୍କରେ ସେ କିଛି ପ୍ରକାଶ କରିନଥିଲେ।

ସୂଚନା ଦେଇଥିଲେ ଯେ ପରବର୍ତ୍ତୀ ସମୟରେ ଏକ ବଡ଼ ଘୋଷଣା କରାଯିବ। କିନ୍ତୁ ସିକ୍ୱେଲ୍ ପାଇଁ ଏକତା ଏପର୍ଯ୍ୟନ୍ତ କଳାକାର, ନିର୍ଦ୍ଦେଶକ କିମ୍ବା କାହା ସହ ଜଡ଼ିତ କାହାଣୀ ହେବ ସେ ନେଇ କୌଣସି ଖୁଲାସା କରିନାହାନ୍ତି। ଅନ୍ୟପଟେ 'ଦ ଡର୍ଟି ପିକ୍ଚର୍ ୨'ରେ କେଉଁ ନୂା ଚେହେରା ନଜର ଆସିବ ଏବଂ କାହାର ଅସଲ କାହାଣୀ ପରଦାକୁ ଆସିବ, ତାହା ଉପରେ ସମସ୍ତଙ୍କର ନଜର ରହିଛି।