ନିଆଳି ୧୦।୭:ପ୍ରାଚୀ କ୍ଷେତ୍ରରୁ ଶ୍ରୀକ୍ଷେତ୍ର ଗଲା ଅଣସର ଭାର । ଜ୍ଵରରେ ପୀଡ଼ିତ ତିନି ଠାକୁର ଧୀରେ ଧୀରେ ସୁସ୍ଥ ହେଉଛନ୍ତି । ଏଥିପାଇଁ ମାମୁଁ ଘର ନିଆଳି ମାଧବ ମାଧବାନନ୍ଦଜୀଉ ମନ୍ଦିରରୁ ଭଣଜା ଘରକୁ ଗଲା ଅଣସର ଭାର । ଆମ୍ବ, ପଣସ, ସେଓ, ଅଙ୍ଗୁର ବିଭିନ୍ନ ପ୍ରକାର ଫଳମୂଳ ସହ ଘିଅ, ଝୁଣା, ଚନ୍ଦନ କାଠ ଦିବ୍ୟ ସାମଗ୍ରୀ ଅଣସର ଭାରରେ ଶ୍ରୀମନ୍ଦିର ଅଭିମୁଖେ ଯାଇଛି ।

ଦୀର୍ଘ ୭ ବର୍ଷ ହେଲାଣି ଫଳ ଭାର ଯାଉଛି । ପ୍ରତିବର୍ଷ ଯେଉଁଭଳି ଭାବେ ପ୍ରଥମା ଅଷ୍ଟମୀ ଭାର ମହାପ୍ରଭୁଙ୍କୁ ପୋଢୁଆଁ କରିବାକୁ ଯାଇଥାଏ ସେହିଭଳି ଭଣଜାର ଅସୁସ୍ଥତା ସମୟରେ ପ୍ରାଚୀ କ୍ଷେତ୍ରରୁ ଭାର ଯାଉଛି ।

Also Read:- ଅଦିନିଆ ରଥଯାତ୍ରା ବନ୍ଦ ନିର୍ଦ୍ଦେଶ, ସନାତନ ଧର୍ମ ଓ ପରମ୍ପରା ଅନୁଯାୟୀ ପାଳନ କରିବାକୁ ଅନୁରୋଧ

ଏହି ସମୟରେ ସଙ୍କୀର୍ତ୍ତନ ମଣ୍ଡଳୀ ମାନେ ସଙ୍କୀର୍ତ୍ତନ କରିବା ସହ ନୃତ୍ୟ ଶିଳ୍ପୀ ମାନେ ପାରମ୍ପରିକ କଳାକୃତି ପ୍ରଦର୍ଶନ କରିଛନ୍ତି । ଏଣୁ ଉତ୍ସବ ମୁଖର ହୋଇ ଉଠିଛି ସମଗ୍ର ନିଆଳି ଅଞ୍ଚଳ । ବହୁ ଶ୍ରଦ୍ଧାଳୁ ଏହି ଶୋଭାଯାତ୍ରାରେ ସାମିଲ ହୋଇଛନ୍ତି । ଭାରୁଆ ମାନେ ଭାର କାନ୍ଧେଇ ପବିତ୍ରତା ସହ ନେଉଛନ୍ତି ।