ନୂଆଦିଲ୍ଲୀ: ସନାତନ ଧର୍ମରେ ସୂର୍ଯ୍ୟ ପରାଗ ଏବଂ ଚନ୍ଦ୍ର ଗ୍ରହଣ ଖୁବ୍ ଗୁରୁତ୍ୱପୂର୍ଣ୍ଣ । ସୂର୍ଯ୍ୟ ପରାଗ ଅମାବାସ୍ୟା ଦିନ ହୋଇଥାଏ, ଯେତେବେଳେକି ଚନ୍ଦ୍ର ଗ୍ରହଣ ପୂର୍ଣ୍ଣିମା ଦିନ ହୋଇଥାଏ। ୨୦୨୬ର ପ୍ରଥମ ସୂର୍ଯ୍ୟ ପରାଗ ଫାଲଗୁନ ମାସ ଅମାବାସ୍ୟା ଦିନ ଅର୍ଥାତ ଫେବ୍ରୁଆରୀ ୧୭ରେ ହୋଇଥିଲା। ଜ୍ୟୋତିର୍ବିଜ୍ଞାନରେ, ସୂର୍ଯ୍ୟ ଏବଂ ଚନ୍ଦ୍ରଗ୍ରହଣକୁ ମହାଜାଗତିକ ଘଟଣା ଭାବରେ ବିବେଚନା କରାଯାଏ। ସୂର୍ଯ୍ୟ ପରାଗ ସେତେବେଳେ ହୁଏ ଯେତେବେଳେ, ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟ ଦେଇ ଚନ୍ଦ୍ରମା ଅତିକ୍ରମ କରିଥାଏ। ଏହା କିଛି ସମୟ ପାଇଁ ସୂର୍ଯ୍ୟକିରଣକୁ ପୃଥିବୀରେ ପହଞ୍ଚିବାକୁ ବାଧା ଦିଏ। ୨୦୨୬ର ଦ୍ୱିତୀୟ ସୂର୍ଯ୍ୟ ପରାଗ  ଅଗଷ୍ଟ ୧୨ରେ ହେବ ।

ତେବେ ଏବର୍ଷର ସୂର୍ଯ୍ୟ ପରାଗ ଅପେକ୍ଷା ଆସନ୍ତା ବର୍ଷ ଅର୍ଥାତ୍ ୨୦୨୭ରେ ହେବାକୁ ଥିବା ସୂର୍ଯ୍ୟ ପରାଗକୁ ନେଇ ଚର୍ଚ୍ଚା ଅଧିକ। କୁହାଯାଉଛି ୨୦୨୭ରେ ହେବାକୁ ଥିବା ଏହି ସୂର୍ଯ୍ୟ ପରାଗ ଏକବିଂଶ ଶତାବ୍ଦୀର ସବୁଠାରୁ ଦୀର୍ଘ ଏବଂ ବିରଳ ସୂର୍ଯ୍ୟ ପରାଗ ହେବ। ଏହି ଗ୍ରହଣ ସମୟରେ ଆକାଶ ୬ ମିନିଟ୍ ୨୦- ୨୩ ସେକେଣ୍ଟ ପର୍ଯ୍ୟନ୍ତ ଅନ୍ଧାର ରହିବ। ଆଉ ଏହି ଦୀର୍ଘ ସୂର୍ଯ୍ୟ ପରାଗ ଆସନ୍ତା ବର୍ଷ ଅଗଷ୍ଟ ୨ ତାରିଖରେ ହେବ। ସାଧାରଣତଃ, ଏକ ପୂର୍ଣ୍ଣ ସୂର୍ଯ୍ୟ ପରାଗ କେବଳ ୨ରୁ ୩ ମିନିଟ୍ ପର୍ଯ୍ୟନ୍ତ ରହିଥାଏ। କିନ୍ତୁ ଆସନ୍ତା ବର୍ଷ, ଏହି ସମୟ ଦ୍ୱିଗୁଣିତ ହେବ। ଏହି କାରଣରୁ ଏହାକୁ ଶତାବ୍ଦୀର ସବୁଠାରୁ ଦୀର୍ଘ ସୂର୍ଯ୍ୟ ପରାଗ ବୋଲି କୁହାଯାଉଛି।

Also Read: ଗୋଟିଏ ମାସରେ ଦୁଇଟି ପୂର୍ଣ୍ଣିମା, ଆକାଶରେ ନଜର ଆସିବ Blue Moon !

ଏହି ସୂର୍ଯ୍ୟ ପରାଗ ଏତେ ଲମ୍ବା ହେବ କାହିଁକି ?

ତେବେ ଏହି ଦୀର୍ଘ ସୂର୍ଯ୍ୟ ପରାଗ କାରଣ ପଛରେ କାରଣ ଜ୍ୟୋତିର୍ବିଜ୍ଞାନ ସହିତ ଜଡ଼ିତ। ଯେତେବେଳେ ଚନ୍ଦ୍ରମା, ସୂର୍ଯ୍ୟ ଏବଂ ପୃଥିବୀ ମଧ୍ୟରେ ଗତି କରେ ସେତେବେଳେ ଏକ ସୂର୍ଯ୍ୟ ପରାଗ ହୁଏ। ଏସମୟରେ, ଚନ୍ଦ୍ର ସୂର୍ଯ୍ୟର କରୋନାକୁ କିଛି ସମୟ ପାଇଁ ଲୁଚାଇ ଦିଏ। ଯାହା ଦିନବେଳେ ମଦ୍ୟ ସୂର୍ଯ୍ୟକିରଣକୁ ଅବରୋଧ କରେ। ଚନ୍ଦ୍ର ପୃଥିବୀର ଯେତେ ନିକଟତର ହେବ, ଗ୍ରହଣର ଅବଧି ସେତେ ଅଧିକ ହେବ। ୨୦୨୭ ଅଗଷ୍ଟ ୨ରେ ଚନ୍ଦ୍ର ଏହାର ପରିଧି (ପୃଥିବୀର ଚନ୍ଦ୍ରର ନିକଟତମ ବିନ୍ଦୁ) ନିକଟରେ ରହିବ। ଏହା ଯୋଗୁ ଚନ୍ଦ୍ରମା ଏତେ ବଡ଼ ଦେଖାଯିବ ଯେ, ତାହା ସୂର୍ଯ୍ୟଙ୍କୁ ଅସାଧାରଣ ଭାବରେ ଦୀର୍ଘ ସମୟ ପାଇଁ ସମ୍ପୂର୍ଣ୍ଣ ଭାବରେ ଲୁଚାଇ ଦେବ।

ଭାରତରେ ଦେଖାଯିବ ଆଂଶିକ ଗ୍ରହଣ

ଭାରତରେ ଏହି ଘଟଣା କେବଳ ଆଂଶିକ ସୂର୍ଯ୍ୟ ପରାଗ ଭାବରେ ଦୃଶ୍ୟମାନ ହେବ। ତେଣୁ, ଏହି ସୂର୍ଯ୍ୟ ପରାଗ ପାଇଁ ସୂତକ ସମୟ ଭାରତରେ ପାଳନ କରାଯିବ। ସୂର୍ଯ୍ୟ ପରାଗର ୧୨  ଘଣ୍ଟା ପୂର୍ବରୁ ସୂତକ ସମୟ ଆରମ୍ଭ ହୁଏ। ଏହି ସମୟ ମଧ୍ୟରେ ସମସ୍ତ ଗ୍ରହଣ ନିୟମ ପାଳନ କରାଯିବ। ଏହି ସମୟ ମଧ୍ୟରେ ସମସ୍ତ ଦେବ ନୀତି ବନ୍ଦ ରହିବ।

Also Read: Vastu Tips: ଆପଣଙ୍କ ବଡ ଶତ୍ରୁ ଘରର ସିଢି ତଳେ ରଖାଯାଇଥିବା ଜିନିଷ, ତୁରନ୍ତ ହଟାନ୍ତୁ ନଚେତ ମିଳିବନି ସଫଳତା

ଏହି ଦେଶଗୁଡ଼ିକରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବ ସୂର୍ଯ୍ୟ ପରାଗ

ଏହି ପରାଗ ବିଶ୍ୱର ଅନେକ ସ୍ଥାନରେ ସ୍ପଷ୍ଟ ଭାବରେ ଦୃଶ୍ୟମାନ ହେବ। ବିଶେଷକରି ଦକ୍ଷିଣ ୟୁରୋପ (ସ୍ପେନ୍, ପର୍ତ୍ତୁଗାଲ୍), ଉତ୍ତର ଆଫ୍ରିକା (ମିଶର, ଲିବିଆ) ଏବଂ ମଧ୍ୟପ୍ରାଚ୍ୟ (ସାଉଦି ଆରବ, ୟୁଏଇ) ଆଦି ସ୍ଥାନମାନଙ୍କରେ।

ବି.ଦ୍ର: ଏହି ଖବରରେ ଦିଆଯାଇଥିବା ସୂଚନା ଧାର୍ମିକ ମାନ୍ୟତା ଉପରେ ଆଧାରିତ। ପ୍ରମେୟନ୍ୟୁଜ୭ ଏହାର ସତ୍ୟତା ନେଇ କୌଣସି ଦାବି କରୁନାହିଁ।