ଚଣ୍ଡିଖୋଲ ୮।୮: ଗାଁରେ ବାଘ ଆତଙ୍କ, ଲୋକେ ଛାନିଆ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବଣିଆରି ଗ୍ରାମରେ ବାଘ ଆତଙ୍କ ଦେଖିବାକୁ ମିଳିଛି । ସ୍ଥାନୀୟ ଅଞ୍ଚଳର ଜଣେ ଯୁବକ ବିଲରେ ବାଘଟିଏ ଦେଖିବାକୁ ପାଇଥିଲେ । ବାଘର ଉଠା ଯାଇଥିବା ସେହି ଫଟୋଟି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି ।

ଏମିତି କି ବିଭିନ୍ନ ସ୍ଥାନରେ ବାଘର ପାଦ ଚିହ୍ନ ମଧ୍ୟ ଦେଖିବାକୁ ମିଳିଛି । ଘଟଣାସ୍ଥଳରେ ରେଞ୍ଜର, ଚଣ୍ଡିଖୋଲ ଫରେଷ୍ଟର, ବାଲିଚନ୍ଦ୍ରପୁର ପୋଲିସ ଗାଁରେ ପହଞ୍ଚି ବାଘକୁ ବିଭିନ୍ନ ସ୍ଥାନରେ ଖୋଜାଖୋଜି କରୁଛନ୍ତି । ବର୍ତ୍ତମାନ ସୁଦ୍ଧା ବାଘ କେଉଁଠାରେ ଅଛି ସେ ନେଇ କୌଣସି ସ୍ପଷ୍ଟ ଚିତ୍ର ମିଳିପାରି ନାହିଁ ।

Also Read:- ରବିବାରଠୁ ଘରେ ଘରେ ତ୍ରିରଙ୍ଗା ଅଭିଯାନ ଆରମ୍ଭ, ରାଜ୍ୟବ୍ୟାପୀ ହେବ ତ୍ରିରଙ୍ଗା ରାଲି ଓ ବିଭିନ୍ନ କାର୍ଯ୍ୟକ୍ରମ

ବନ ବିଭାଗ ଟିମ୍ ବାଘର ଗତିବିଧି ଉପରେ ନଜର ରଖିଛନ୍ତି । ବାଘକୁ ଦେଖିବା ପାଇଁ ସ୍ଥାନୀୟ ଅଞ୍ଚଳରେ ବହୁ ସଂଖ୍ୟାରେ ଲୋକଙ୍କ ଭିଡ ଦେଖିବାକୁ ମିଳୁଛି । ବାଘର ଉଠା ଯାଇଥିବା ଫଟୋର କେତେ ସତ୍ୟତା ଅଛି ସେ ନେଇ ବନ ବିଭାଗ ପକ୍ଷରୁ ତନାଘନା ଜାରି ରହିଛି ।