ଭଦ୍ରକ ୨୪।୦୬ : ଯୋଗାଣ ସାମଗ୍ରୀ ପ୍ରଦାନରେ ଅନିୟମିତତା ଅଭିଯୋଗର ତଦନ୍ତ ବେଳେ ମହାଭାରତ । ଯୋଗାଣ ହେଉଥିବା ସ୍ଥାନରେ ତଦନ୍ତ ବେଳେ ଦୁଇ ପକ୍ଷ ମୁହାଁମୁହିଁ । ଗୋଟିଏ ପକ୍ଷ ଯୋଗାଣ ଦାୟିତ୍ୱରେ ଥିବା ମହିଳା ସଂଘଙ୍କ ସପକ୍ଷରେ ଥିବା ବେଳେ ଅନ୍ୟପଟ ବିରୋଧ କରୁଛି । ଏମିତିକି ତଦନ୍ତ ସମୟରେ ଯୋଗାଣ ବିଭାର ଅଧିକାରୀଙ୍କୁ ଦୀର୍ଘ ସମୟ ଧରି ଅଟକ ମଧ୍ୟ ରଖାଯାଇଥିଲା ।

ଏବେ ବଦଳି ଯାଇଛି ଯୋଗାଣ ସାମଗ୍ରୀର ପରିମାଣ। ହିତାଧିକାରୀଙ୍କ ମୁଣ୍ଡ ପିଛା ୫ କିଲୋ ବଦଳରେ ମିଳୁଛୁ ୧୦ କିଲୋ ଚାଉଳ। ଯୋଗାଣ ସାମଗ୍ରୀ ଯୋଗାଣକୁ ନେଇ ଉତ୍ତେଜନା ଦେଖାଦେଇଛି। ଭଦ୍ରକ ଜିଲ୍ଲା ଅର୍ଣାପାଳ ପଞ୍ଚାୟତରେ ଯୋଗାଣ ସାମଗ୍ରୀ ପ୍ରଦାନରେ ଅନିୟମିତତା ଓ ଯୋଗ୍ୟ ହିତାଧିକାରୀଙ୍କୁ ଚାଉଳ ନ ମିଳିବା ନେଇ ଅଭିଯୋଗ ହୋଇଥିଲା। ଉପରିସ୍ଥ ଅଧିକାରୀଙ୍କ ନିର୍ଦ୍ଦେଶରେ ତଦନ୍ତ ପାଇଁ ଅତିରିକ୍ତ ଯୋଗାଣ ଅଧିକାରୀଙ୍କୁ ଦାୟିତ୍ଵ ଦିଆଯାଇଥିଲା। ହେଲେ ତଦନ୍ତ ବେଳେ ହଠାତ୍ ଆରମ୍ଭ ହୋଇଥିଲା ଉତ୍ତେଜନା । ଝଗଡା ଦେଖି ଯୋଗାଣ ବିଭାଗ ଅଧିକାରୀମାନେ ପଳାଉଥିବା ବେଳେ ଲୋକେ ଗାଡ଼ି ଅଟକ ରଖିଥିଲେ । କିନ୍ତୁ ଘଟଣାକୁ ନେଇ ଦାୟିତ୍ଵରେ ଥିବା ସଂୟ ସହାୟକ ଗୋଷ୍ଠୀର ସଦସ୍ୟା କହିଛନ୍ତି ଯେ, ଅଭିଯୋଗ ଭିତ୍ତିହୀନ। ହିତାଧିକାରୀ କୌଣସି ଅଭିଯୋଗ କରୁନଥିବା ବେଳେ କେତେକ ଲୋକେ ବିନା କାରଣରେ ଅଭିଯୋଗ କରୁଛନ୍ତି ।

Also Read:-Nirav Modi: ନିରବ ମୋଦିଙ୍କୁ ଲଣ୍ଡନ ହାଇକୋର୍ଟଙ୍କ ବଡ଼ ଝଟକା, ବ୍ୟାଙ୍କ ଅଫ୍ ଇଣ୍ଡିଆକୁ ସୁଧ ସହ ଫେରାଇବେ ୧୦୦ କୋଟି

ଉତ୍ତେଜନା ପରେ ଦୀର୍ଘ ସମୟ ଧରି ଯୋଗାଣ ବିଭାଗର ଅଧିକାରୀଙ୍କୁ ଅଟକ ରଖିଥିଲେ। ତଦନ୍ତ ପାଇଁ ଆସିଥିବା ଟିମ୍ ଗ୍ରାଉଣ୍ଡକୁ ନଯାଇ ଯୋଗାଣ ସାମଗ୍ରୀ ବଣ୍ଟନ ହେଉଥିବା ସ୍ଥାନରେ ତଦନ୍ତ କରୁଥିବା କହିଥିଲେ ଅପର ପକ୍ଷ। ଉତ୍ତେଜନା ପାଇଁ ଚାଉଳ ଯୋଗାଣ ମଧ୍ୟ ବନ୍ଦ ରହିଥିଲା। ଉତ୍ତେଜନା ଓ ଝଗଡାର ବେଶ କିଛି ସମୟ ପରେ ପହଞ୍ଚିଥିଲେ ଭଦ୍ରକ ଗୋଷ୍ଠୀ ଉନ୍ନୟନ ଅଧିକାରୀ। ଉଭୟ ପକ୍ଷଙ୍କ ସହ ଆଲୋଚନା କରିଥିଲେ।

ତେବେ ବିଡ଼ିଓ କହିଛନ୍ତି ଯେ, ଭୁଲ ବୁଝାମଣା ଯୋଗୁଁ ଏମିତି ସ୍ଥିତି ଉପୁଜିଛି। ଏହି ସ୍ଥାନରେ ୯୦୦ରୁ ଅଧିକ ହିତାଧିକାରୀ ଥିବା ଯୋଗୁଁ ଭିଡ ହୋଇଥିଲା । ଗୋଟିଏ ଦିନରେ ଚାଉଳ ବଣ୍ଟନ ସହ ଅତିରିକ୍ତ ଯୋଗାଣ ଅଧିକାରୀ ଓ ଏମଆଇ ତଦନ୍ତ ପାଇଁ ଆସିଥିବା ଯୋଗୁଁ ଏମିତି ଅବସ୍ଥା ହୋଇଥିଲା। ଯୋଗାଣ ସାମଗ୍ରୀ ଯୋଗାଣରେ ଥିବା ଅନିୟମିତତା ଅଭିଯୋଗକୁ ଖଣ୍ଡନ କରିଥିଲେ, ତଦନ୍ତ ରିପୋର୍ଟରେ ସବୁ ସାମ୍ନାକୁ ଆସିବା ବୋଲି କହିଛନ୍ତି ।