ଭୁବନେଶ୍ୱର ୦୪।୦୫ : ଉଭେଇ ଗଲା ତାତି । ଆଗକୁ ତିନି ଦିନ ଯାଏ ତାତି କମ୍ ରହିବ। ଅଧିକାଂଶ ସ୍ଥାନରେ ୪୦ ଡିଗ୍ରୀ ତଳେ ରହିବ। ପଶ୍ଚିମ ଓଡ଼ିଶା ବହୁ ସ୍ଥାନରେ ତାପମାତ୍ରା ୩୫ରୁ ୩୭ଡିଗ୍ରୀ ପାଖାପାଖି ରହିବ। ଉତ୍ତର, ଦକ୍ଷିଣ ଓ ଉପକୂଳରେ ୩୦ଡିଗ୍ରୀରୁ ୩୩ ଡିଗ୍ରୀ ପାଖାପାଖି ରହି ପାରେ। ପାଣିପାଗ ବିଭାଗ ଏଭଳି ପୂର୍ବାନୁମାନ କରିଛି।

Also Read:-Horoscope Today : ମେ'୦୪ ତାରିଖ, ସୋମବାର ; ଜାଣନ୍ତୁ କେଉଁ ରାଶି ପାଇଁ କେମିତି ରହିବ ଆଜିର ଦିନ

ରବିବାର ରାଜ୍ୟର ସବୁଠି ପାଗ ଥଣ୍ଡା ଥଣ୍ଡା ରହିଥିଲା। କେବଳ ବୌଦ୍ଧରେ ୪୧.୭ ଡିଗ୍ରୀ ତାତି ରହିଥିଲା। ଝାରସୁଗୁଡ଼ା ଓ ବଲାଙ୍ଗୀରରେ ୪୦.୨ ଓ ତାଳଚେରରେ ୪୦ ଡିଗ୍ରୀ ରହିଥିଲା। ପଶ୍ଚିମ ଓଡ଼ିଶାର ବହୁ ସ୍ଥାନରେ ୩୫ରୁ ୩୭ ଡିଗ୍ରୀ ପାଖାପାଖି ରହିଥିଲା। ଦେବଗଡ଼ରେ ୩୬, ବାରିପଦାରେ ୩୬.୮ଡିଗ୍ରୀ, ସୋନପୁରରେ ୩୭.୮, ବରଗଡ଼ରେ ୩୭.୯, ସମ୍ବଲପୁରରେ ୩୮.୨, ନୂଆପଡ଼ାରେ ୩୮.୫ ଓ ସୁନ୍ଦରଗଡ଼ରେ ୩୮.୮ ଡିଗ୍ରୀ ରେକର୍ଡ ହୋଇଥିଲା। ଉତ୍ତର ଓଡ଼ିଶା ଓ ଉପକୂଳ ଓଡ଼ିଶାର ବହୁ ସ୍ଥାନରେ ତାତି ୩୦-୩୨ଡିଗ୍ରୀ ପାଖକୁ ଖସି ଆସିଥିଲା। କଟକ ଓ ଭୁବନେଶ୍ୱର ଓ ଗୋପାଳପୁରରେ ଦିନତମାମ ପାଗ ମେଘୁ ଆ ରହିଥିଲା । ଗୋପାଳପୁରରେ ୨୯.୬, ଭୁବନେଶ୍ଵରରେ ୩୦.୨ ଓ କଟକରେ ୩୦.୪ ଡିଗ୍ରୀ ରେକର୍ଡ ହୋଇଥିଲା।