ଭୁବନେଶ୍ୱର: ରାଜ୍ୟରେ ବର୍ତ୍ତମାନ ୪୦ ଡିଗ୍ରୀ ଉପରେ ତାପମାତ୍ରା ରହୁଥିବା ବେଳେ ଅସହ୍ୟ ଗରମ ଓ ଗୁଳୁଗୁଳି ଅନୁଭୂତ ହେଉଛି। ପ୍ରବଳ ଖରା ହେଉଥିବା ବେଳେ ଅପରାହ୍ନରେ କାଳବୈଶାଖୀର ସମ୍ଭାବନାକୁ ନେଇ ଏଥିରୁ ମିଳିପାରେ ସାମାନ୍ୟ ଆଶ୍ବସ୍ତି। ଉପକୂଳରେ ବିଶେଷ ଭାବେ ଗରମ ସହ ଗୁଳୁଗୁଳି ଲାଗିରହୁଥିବା ବେଳେ ଆସନ୍ତା ୨୪ ଘଂଟାରେ ୧୧ ଜିଲ୍ଲାରେ ଉଷ୍ମ ଆଦ୍ରତା ସ୍ଥିତି ଉପୁଜିବ । ଗଂଜାମ,ଗଜପତି ନୟାଗଡ, ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱରକୁ ଉଷ୍ମ ଓ ଆଦ୍ର ସ୍ଥିତି ପାଇଁ ୟେଲୋ ଓ୍ୱାର୍ଣ୍ଣିଂ ଦେଇଛି ପାଣିପାଗ ବିଭାଗ।

ବୈଜ୍ଞାନିକଙ୍କ ଚାଞ୍ଚଲ୍ୟକର ଦାବି ! ବାସ ଅନୁପଯୋଗୀ ହେବ ପୃଥିବୀ, ଗୋଟିଏ ଦେଶରେ ତିଷ୍ଠିବ ଜୀବଜଗତ

ସେହିପରି ମାଲକାନଗିରି, କୋରାପୁଟ,ରାୟଗଡା, କନ୍ଧମାଳ, ନୟାଗଡ, ଗଂଜାମ,ଗଜପତି, ମୟୁରଭଞ୍ଜ କେନ୍ଦୁଝର,ଯାଜପୁର , ସୁନ୍ଦରଗଡ,ଖୋର୍ଦ୍ଧା, ଜଗତସିଂହପୁର, କେନ୍ଦ୍ରାପଡା, ପୁରୀ, କଟକ, ଯାଜପୁର, ଭଦ୍ରକ ଓ ବାଲେଶ୍ୱର ଏହି ୧୮ ଜିଲ୍ଲାରେ ବିଜୁଳି ଘଡଘଡି ସହ ୩୦ ରୁ ୫୦ କିମି ପବନ ବହିବାର ସମ୍ଭାବନା ରହିଥିବା ବେଳେ ୟେଲୋ ବର୍ଣ୍ଣିଙ୍ଗ ଜାରି କରିଛି ପାଣିପାଗ ବିଭାଗ । ସେହିପରି ଆସନ୍ତାକାଲି ମଧ୍ୟ କାଳବୈଶାଖୀର ପ୍ରଭାବ ରହିବା ସହ ଗରମ ଓ ଗୁଳୁଗୁଳି ଲାଗିରହିବ ।

ପ୍ରବଳ ଖରା ଓ ଗରମ ଗୁଳୁଗୁଳି କୁ ନେଇ ଆସନ୍ତାକାଲି ସମାନ ଜିଲ୍ଲାକୁ ଉଷ୍ମ ଓ ଆଦ୍ର ପାଇଁ ମଧ୍ୟ ୟେଲୋ ଓ୍ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୧୧ ଜିଲ୍ଲାରେ ଉଷ୍ମ ଓ ଆଦର ସ୍ଥିତି ପାଇଁ ଚେତାବନୀ ସହ ୪ ଜିଲ୍ଲାରେ କାଳବୈଶାଖୀ ବର୍ଷା ରହିଛି।୨୨ ତାରିଖ ଯାଏ ଖରା, ଗରମ ଓ ଅସହ୍ୟ ଗୁଳୁଗୁଳି ସହ ବର୍ଷା ରହିବାର ପୂର୍ବାନୁମାନ କରିଛି। ସେପଟେ ଦିନର ତାପମାତ୍ରା ୨ ଦିନ ଭିତରେ ୨ ରୁ ୩ ଡିଗ୍ରୀ ବଢିବା ସହ ତାପମାତ୍ରା ୪୩ ରୁ ୪୪ ଡିଗ୍ରୀ ଛୁଇଁପାରେ ବୋଲି ଆକଳନ କରିଛି ପାଣିପାଗ ବିଭାଗ।

Also Read...Monsoon ୨୦୨୬: ଏଲ୍ ନିନୋ କଣ ? ମୌସୁମୀ ବର୍ଷା ଉପରେ କଣ ପକାଏ ପ୍ରଭାବ ?

ଏହାସହ ରାୟଗଡାରେ ଆଗାମୀ ୨ ଘଣ୍ଟା ଯାଏ ବିଜୁଳି ଘଡଘଡି ସହ ବର୍ଷା ର ସମ୍ଭାବନାକୁ ନେଇ ଚେତାବନୀ ଜାରି କରିଛି ବିଭାଗ। ସେପଟେ ପାଣିପାଗ ବିଶେଷଜ୍ଞ କହିଛନ୍ତି ଦକ୍ଷିଣ ପଶ୍ଚିମ ଦିଗରୁ ଜଳୀୟ ବାଷ୍ପ ପ୍ରବାହିତ ହେଉଛି , ପ୍ରଭାବରେ ଆଭ୍ୟନ୍ତରୀଣ ଜିଲ୍ଲାରେ ଅଧିକ ଗରମ ଅନୁଭୂତ ହେବ । ଉପକୂଳର ଗୋଟେ ଦୁଇଟି ସ୍ଥାନରେ କାଳବୈଶାଖୀ ବର୍ଷା ହେବାର ସମ୍ଭାବନା ରହିଛି । ଏଭଳି ପାଗ ମାସ ଶେଷ ପର୍ୟ୍ୟନ୍ତ ରହିବ ।