ନୂଆଦିଲ୍ଲୀ: ବାସ ଅନୁପଯୋଗୀ ହେବ ପୃଥିବୀ। ଗୋଟିଏ ଦେଶରେ ତିଷ୍ଠିବ ଜୀବଜଗତ। ୨୫ କୋଟି ବର୍ଷ ପରେ ସୃଷ୍ଟି ହେବ ନୂଆ ମହାଦେଶ। ପୃଥିବୀର ପରବର୍ତ୍ତୀ ସୁପର୍କଣ୍ଟିନେଣ୍ଟ ବା ଶ୍ରେଷ୍ଠ-ମହାଦେଶ ପନ୍ଳିୟା ଅକ୍ତିମାରେ କିଛି ବାସଯୋଗ୍ୟ ଦ୍ଵୀପ ମଧ୍ୟରେ ସ୍ପେନ୍ ହେବ ଅନ୍ୟତମ। ୨୫ କୋଟି ବର୍ଷ ପରେ ଏହି ମହାଦେଶର ଉତ୍ପତ୍ତି ହୋଇପାରେ ବୋଲି ଅନୁମାନ କରୁଛନ୍ତି ବ୍ରିଷ୍ଟଲ ବିଶ୍ଵବିଦ୍ୟାଳୟର ବୈଜ୍ଞାନିକ।

ନେଚର କିଓସାଇନ୍ସରେ ପ୍ରକାଶିତ ଅଧ୍ୟୟନ ଅନୁସାରେ, ବୈଜ୍ଞାନିକମାନେ ‘ଟ୍ରିପଲ୍ ହ୍ରାମି’ ବା ୩ ଝଟକା ବିଷୟରେ କହିଛନ୍ତି । ତାହା ହେଉଛି ଆଗ୍ନେୟଗିରି ଅଙ୍ଗାରକାମ୍ଳ ବୃଦ୍ଧି, ଅପେକ୍ଷାକୃତ ଉତ୍ତପ୍ତ ସୂର୍ଯ୍ୟ ଓ ଚରମ ମହାଦେଶୀୟ ସ୍ଥିତି। ଏହି ଟ୍ରିପଲ୍ ହ୍ରାମି ପୃଥିବୀର ପ୍ରାୟ ୯୨ ପ୍ରତିଶତ କ୍ଷେତ୍ରର ସ୍ତନ୍ୟପାୟୀ ପ୍ରାଣୀଙ୍କ ପାଇଁ ଆଉ ବାସଯୋଗ୍ୟ ହୋଇ ରହିବ ନାହିଁ ।

ଭବିଷ୍ୟତର ଏହି ସୁପରକଣ୍ଟିନେଣ୍ଟ ବା ଶ୍ରେଷ୍ଠ-ମହାଦେଶରେ ତାପମାତ୍ରା ୫୦ ଡିଗ୍ରୀ ସେଲ୍ସିୟସରୁ ଟପିଯିବ। କିନ୍ତୁ ସେନ୍ର ଉତ୍ତର ଦିଗକୁ ଆନୁମାନିକ ପରିବର୍ତ୍ତନ ଏହାକୁ ଏକ ବିରଳ ଓ ସମଶୀତୋଷ କ୍ଷେତ୍ରରେ ରୂପାନ୍ତରିତ କରିବ। ଏହି ଭୌଗୋଳିକ ଲାଭର ଅର୍ଥ ଏହି ଆଇବେରିଆନ୍ ଉପଦ୍ୱୀପ ଏକ ପ୍ରତିକୂଳ ବୈଶ୍ୱିକ ପରିବେଶରେ ଜୀବନ ସମର୍ଥନରେ ସକ୍ଷମ କିଛି ତଟୀୟ କ୍ଷେତ୍ର ମଧ୍ୟରେ ଅନ୍ୟତମ ହେବ।

ସ୍ପେନ୍କୁ ଭବିଷ୍ୟତର ‘ବାସଯୋଗ୍ୟ କ୍ଷେତ୍ର’ ରୂପେ ବୈଜ୍ଞାନିକଙ୍କ ଆକଳନ ଏକ ସୂକ୍ଷ୍ମ ବିଷୟ। ଟେକ୍ଟ୍ରୋନିକ୍ ପ୍ଲେଟ୍ ଗତିବିଧି ଯୋଗୁ ପୃଥିବୀର ମହାଦେଶଗୁଡ଼ିକ ନିରନ୍ତର ଗତି କରୁଛି I କୋଟି କୋଟି ବର୍ଷ ଧରି ଏହି ଧୀମା ପରିବର୍ତ୍ତନ ଯୋଗୁ ଭୂଭାଗ ପରସ୍ପରଠୁ ଅଲଗା ହେଉଛି ଏବଂ ପରେ ପରସ୍ପର ସହ ପୁଣି ଧକ୍କା ହେଉଛି । ବୈଜ୍ଞାନିକଙ୍କ ବିଶ୍ଵାସ, ଏହି ପ୍ରକ୍ରିୟା ଧୀରେ ଧୀରେ ଏକ ନୂଆ ଶ୍ରେଷ୍ଠ-ମହାଦେଶ ସୃଷ୍ଟି କରିବ, ଯାହାକୁ ସେମାନେ ପନଜିୟା ଅଲ୍ଲ୍ଟିମା ନାମ ଦେଇଛନ୍ତି।

ଏହି ପରିସ୍ଥିତିରେ ଆଟ୍ଲାଣ୍ଟିକ ମହାସାଗର ଅନ୍ତତଃ ନିକଟତର ହେବ ଏବଂ ୟୁରୋପ, ଆଫ୍ରିକା ଓ ଆମେରିକାକୁ ଗୋଟିଏ ବିଶାଳ ଭୂଭାଗକୁ ଆଣିବ । କିନ୍ତୁ ଏହି ସ୍ଥିତିର ବାସ୍ତବ କାହାଣୀ କେବଳ ଭୂଗୋଳ ନୁହେଁ, ବରଂ ଜଳବାୟୁ । ଜଳବାୟୁ ମତେଲ ଅନୁସାରେ, ଭବିଷ୍ୟତର ଏହି ଶ୍ରେଷ୍ଠ- ମହାଦେଶ ଚରମ ପରିବେଶ ସ୍ଥିତି ଉତ୍ପନ୍ନ କରିବ । ଆଗ୍ନେୟଗିରି ଗତିବିଧି ବୃଦ୍ଧି, ଉଚ୍ଚତର ଅଙ୍ଗାରକାମ୍ଳ ସ୍ତର ଓ ଅପେକ୍ଷାକୃତ ଉତ୍କଳ ସୂର୍ଯ୍ୟ ଯୋଗୁ ପୃଥିବୀର ସର୍ବାଧିକ କ୍ଷେତ୍ରର ତାପମାତ୍ରା ୪୦ ଡିଗ୍ରୀ ସେଲସିୟସକୁ ଟପିଯିବ।

ଏହି ସ୍ଥିତିରେ ସ୍ତନ୍ୟପାୟୀଙ୍କ ପାଇଁ ପୃଥିବୀର ହାରାହାରି ୯୨ ପ୍ରତିଶତ ଭୂଭାଗ ବାସ ଅନୁପଯୋଗୀ ହୋଇଯିବ। ଏହାର କାରଣ ସରଳ । ମହାଦେଶଗୁଡ଼ିକ ଯେତେବେଳେ ଗୋଟିଏ ବିଶାଳ ଭୂଭାଗରେ ମିଶିଯାଏ, ଆଭ୍ୟନ୍ତରଣ କ୍ଷେତ୍ର ମହାସାଗରଗୁଡ଼ିକର ସନ୍ତୁଳିତ ପ୍ରଭାବକୁ ହରାଇଦିଏ। ଏହା ଭାଷଣ ଉତ୍ତାପ, ଶୁଷ୍ଠତା ଓ ସୀମିତ ବର୍ଷାର କାରଣ ହୁଏ, ଯାହା ଫଳରେ ବିଶାନ ଭୂଭାଗକୁ ବାସଅଯୋଗ୍ୟ ପରିବେଶରେ ରୂପାନ୍ତରିତ କରେ।

ଏହି ଅନୁମାନରେ ଆଇବେରିଆନ୍ ଉପଦ୍ୱୀପ ନୂଆ ଶ୍ରେଷ୍ଠ-ମହାଦେଶ ମଧ୍ୟରେ ସୁବୁର ଉତ୍ତରକୁ ଅବସ୍ଥାନ କରୁଛି । ତେଣୁ ସେହି ସ୍ଥାନ ଗୁରୁତ୍ବପୂର୍ଣ ହୋଇଛି। ମେରୁ ନିକଟବର୍ତ୍ତୀ କ୍ଷେତ୍ରରେ ଅତ୍ୟନ୍ତ ଉତ୍ତପ୍ତ ଆଭ୍ୟନ୍ତର ତୂଳନାରେ ଅପେକ୍ଷାକୃତ ଅଧିକ ହାଲୁକା ପରିସ୍ଥିତି ରହିବାର ଅନୁମାନ କରାଯାଉଛି। ତଥାପି ଆରାମଦାୟକ ସ୍ଥିତିଠୁ ଏହା ବହୁ ଦୂରରେ। ଏହି କ୍ଷେତ୍ର ଏଭଳି ପରିବେଶ ପ୍ରଦାନ କରିପାରେ, ଯେଉଁଠି ଜୀବଜଗତ ତିଷ୍ଠିବା ସମ୍ଭବ ହୋଇପାରେ।

ସ୍ପେନ୍ ସମେତ ପର୍ତ୍ତୁଗାଲ, ଫ୍ରାନ୍ସ, ଏପରିକି ବ୍ରିଟେନର କେତେକାଂଶ ଏହି ବାସଯୋଗ୍ୟ କ୍ଷେତ୍ରରେ ଆସିପାରନ୍ତି। ଭବିଷ୍ୟତରେ ଏଗୁଡ଼ିକର ଅକ୍ଷାଂଶ ସ୍ଥିତି ଓ ମହାସାଗରୀୟ ପ୍ରଭାବ ଯୋଗୁ ଉକ୍ତ କ୍ଷେତ୍ରଗୁଡ଼ିକୁ ବାସଯୋଗ୍ୟ କରିପାରେ। ଏହାର ଅର୍ଥ ନୁହେଁ ଯେ ସ୍ପେନ୍ ସମ୍ପୂର୍ଣ୍ଣ ରୂପେ ସୁରକ୍ଷିତ। ଏହା କେବଳ ପୃଥିବୀର ଅନ୍ୟ ଯେକୌଣସି ସ୍ଥାନର ତାପମାତ୍ରା ତୁଳନାରେ ଚରମ ତାପମାତ୍ରାଠୁ ଦୂରରେ ରହିପାରେ।