ନୂଆଦିଲ୍ଲୀ: ଆସନ୍ତା ୪ରୁ ୬ ମାସ ମଧ୍ୟରେ ଭାରତରେ ଟେଲିକମ୍ ଟାରିଫ୍‌ରେ ପ୍ରାୟ ୧୨%ର ବ୍ୟାପକ ବୃଦ୍ଧି ହୋଇପାରେ। ଏହା ନଭେମ୍ବର-ଡିସେମ୍ବର ସମୟରେ ହେବାର ସମ୍ଭାବନା ରହିଛି ବୋଲି ସେଣ୍ଟ୍ରମ ଇଣ୍ଡିଆର (Centrum India)ର ସିନିୟର ଭାଇସ୍ ପ୍ରେସିଡେଣ୍ଟ ପୀୟୂଷ ପାଣ୍ଡେ କହିଛନ୍ତି।

ପାଣ୍ଡେଙ୍କ କହିବା ଅନୁସାରେ, ଟେଲିକମ୍ କମ୍ପାନୀଗୁଡ଼ିକ ସାଧାରଣତଃ ପ୍ରତି ଦୁଇରୁ ଅଢ଼େଇ ବର୍ଷରେ ଥରେ ଟାରିଫ୍ ବଢ଼ାଇଥାନ୍ତି। ଶେଷ ଥର ପାଇଁ ୨୦୨୪ ଜୁଲାଇରେ ଟାରିଫ୍ ବୃଦ୍ଧି ହୋଇଥିଲା। ତେଣୁ ଆସନ୍ତା କିଛି ମାସରେ ପୁଣି ଟାରିଫ୍ ବଢ଼ିବାର ସମ୍ଭାବନା ରହିଛି। ଆସନ୍ତା ୪ରୁ ୬ ମାସ ମଧ୍ୟରେ ପ୍ରାୟ ୧୨% ଟାରିଫ୍ ବୃଦ୍ଧି ଆଶା କରାଯାଉଛି ବୋଲି ପାଣ୍ଡେ କହିଛନ୍ତି। ଟାରିଫ୍ ବୃଦ୍ଧି ହେଲେ ଟେଲିକମ୍ ଅପରେଟରମାନଙ୍କ ଆୟ ଓ ଲାଭରେ ସକାରାତ୍ମକ ପ୍ରଭାବ ପଡ଼ିପାରେ ବୋଲି ସେ କହିଛନ୍ତି।

Also Read- Global Oil Supply Crisis: ତୈଳ ସଂକଟ ଦୂର ହେବାର ଚିହ୍ନବର୍ଣ୍ଣ ଦେଖାଯାଉ ନାହିଁ, ବିଶ୍ୱରେ ୪୩%ରୁ ଅଧିକ ତୈଳ ରପ୍ତାନୀ ବାଧାପ୍ରାପ୍ତ !

Vodafone Idea ପାଇଁ ଫଣ୍ଡିଂ ହେଉଛି ମୁଖ୍ୟ ପ୍ରସଙ୍ଗ

ଟେଲିକମ ସେକ୍ଟରର ଉପରେ ଅଧିକ ସୂଚନା ଦେଇ ଶ୍ରୀ ପାଣ୍ଡେ କହିଛନ୍ତି Vodafone Ideaର ଫଣ୍ଡିଂ ଯୋଜନା ଟେଲିକମ୍ ସେକ୍ଟର ପାଇଁ ଏକ ବଡ଼ ଡେଭଲପ ହୋଇପାରେ। ପାଣ୍ଡେଙ୍କ ଅନୁସାରେ, କମ୍ପାନୀର ଅପରେଟିଂ ପରଫର୍ମାନ୍ସରେ ସୁଧାର ଦେଖାଯାଇଛି। କମ୍ପାନୀରେ ନୂଆ ଗ୍ରାହକ ଯୋଡ଼ିବା, ଅଧିକ ARPU (ପ୍ରତି ଗ୍ରାହକ ହାରାହାରି ଆୟ), 4G ଓ ପୋଷ୍ଟପେଡ୍ ଗ୍ରାହକ ସଂଖ୍ୟାରେ ବୃଦ୍ଧି ଏବଂ ଅପରେଟିଂ ମାର୍ଜିନ୍ରେ ସ୍ଥିରତା ଦେଖାଯାଇଛି। ତେବେ ନେଟୱର୍କ ବିସ୍ତାର ପାଇଁ ଆବଶ୍ୟକ ଫଣ୍ଡିଂ ହିଁ କମ୍ପାନୀ ପାଇଁ ମୁଖ୍ୟ ସମସ୍ୟା ହୋଇରହିଛି ବୋଲି ସେ କହିଛନ୍ତି।

୩ ବର୍ଷରେ ₹୪୫,୦୦୦ କୋଟି ଖର୍ଚ୍ଚ କରିବ Vodafone Idea

ଭୋଡ଼ାପୋନ ଆଇଡିଆ ଆସନ୍ତା ତିନି ବର୍ଷରେ ପ୍ରାୟ ₹୪୫,୦୦୦ କୋଟି ଖର୍ଚ୍ଚ କରିବାର ଯୋଜନା ରଖିଛି। ତେଣୁ କମ୍ପାନୀକୁ ପ୍ରାୟ ₹୩୫,୦୦୦ରୁ ₹୪୦,୦୦୦ କୋଟି ବାହ୍ୟ ଫଣ୍ଡିଂ ଆବଶ୍ୟକ ହେବ ବୋଲି ପାଣ୍ଡେ ଆକଳନ କରିଛନ୍ତି। ଯଦି ରିପୋର୍ଟ ହୋଇଥିବା ବ୍ୟାଙ୍କ ଫଣ୍ଡିଂ ମିଳିଯାଏ, ତେବେ Vodafone Idea ତାହାର 4G ଓ 5G ନେଟୱର୍କକୁ ବିସ୍ତାର କରିପାରିବ। ବିଶେଷକରି କମ୍ପାନୀ ଚିହ୍ନଟ କରିଥିବା ୧୭ଟି ଫୋକସ୍ ସର୍କଲ୍‌ରେ ନେଟୱର୍କ ବିସ୍ତାର ହୋଇପାରେ।

4G କଭରେଜ୍‌ରେ ଏୟାରଟେଲ୍ ଓ ଜିଓ ଠାରୁ ପଛରେ ଭୋଡ଼ାଫୋନ ଆଇଡିଆ

ବର୍ତ୍ତମାନ ଭୋଡ଼ାଫଉୋନ ଆଇଡିଆର 4G କଭରେଜ୍ ପ୍ରାୟ ୮୬% ରହିଛି। ଏହା ତୁଳନାରେ ଏୟାରଟେଲ୍ ଓ ଜିଓର 4G କଭରେଜ୍ ୯୦%ରୁ ଅଧିକ। ପାଣ୍ଡେ କହିଛନ୍ତି ଯେ, ଭୋଡ଼ାଫୋନ ଆଇଡିଆର ବର୍ତ୍ତମାନର ମୁଖ୍ୟ ଲକ୍ଷ୍ୟ ହେଉଛି ବ୍ୟାଙ୍କଗୁଡ଼ିକଠାରୁ ଫଣ୍ଡ ଉଠାଇବା। ଆଦିତ୍ୟ ବିର୍ଲା ପ୍ରମୋଟର ଗ୍ରୁପ୍ ଏବଂ Vodafone Plcଠାରୁ ପୂର୍ବରୁ ଫଣ୍ଡିଂ ପାଇଥିବାରୁ କମ୍ପାନୀ ବର୍ତ୍ତମାନ ନୂଆ ଇକ୍ୱିଟି ଜାରି କରି ଟଙ୍କା ଉଠାଇବାକୁ ଚାହୁଁ ନାହିଁ।