Global Oil Supply Crisis: ଯୁଦ୍ଧ ଯୋଗୁ ସାରା ବିଶ୍ୱରେ ତୈଳ ସଂକଟ ଜାରି ରହିଛି। ଯେଉଁ ଦେଶଗୁଡ଼ିକ ତୈଳ ଉତ୍ପାଦନ କରୁଥିଲେ, ସେମାନେ ବର୍ତ୍ତମାନ ଯୁଦ୍ଧ, କଟକଣା କିମ୍ବା ଅନ୍ୟାନ୍ୟ ଭୂରାଜନୈତିକ ଚାପରେ ସମ୍ମୁଖୀନ ହେଉଛନ୍ତି। ୪୩%ରୁ ଅଧିକ ତେଲ ଏହିସବୁ ଦେଶଗୁଡ଼ିକରୁ ଆସୁଥିଲା। ତେଣୁ ଏକ ବଡ଼ ପରିମାଣରେ ତୈଳ ରପ୍ତାନୀ ବାଧାପ୍ରାପ୍ତ ହୋଇଛି ବୋଲି ରୟଟର୍ସ ରିପୋର୍ଟ ପ୍ରକାଶ କରିଛି।

ରଏଟର୍ସର ହିସାବ ଅନୁଯାୟୀ, ଆନ୍ତର୍ଜାତୀୟ ଶକ୍ତି ଏଜେନ୍ସି (IEA)ର ତଥ୍ୟ ଆଧାରରେ, ଏହି ବାଧାପ୍ରାପ୍ତ ଦେଶଗୁଡ଼ିକ ୨୦୨୫ରେ ଦିନକୁ ପ୍ରାୟ ୪୫ ନିୟୁତ ବ୍ୟାରେଲ୍ ତେଲ ଉତ୍ପାଦନ କରିଥିଲେ। ୨୦୨୫ର ଉତ୍ପାଦନକୁ ଆଧାର କରି ମିଡିଆ ଏଜେନ୍ସି କରିଥିବା ଆକଳନ ଦର୍ଶାଉଛି ଯେ, ଚଳିତ ବର୍ଷର ତେଲ ଯୋଗାଣ ସମସ୍ୟା କେବଳ ଗୋଟିଏ ଅଞ୍ଚଳରେ ସୀମିତ ରହି ନାହିଁ। ବିଭିନ୍ନ ଦେଶରେ ଚାଲିଥିବା ଯୁଦ୍ଧ, ଆକ୍ରମଣ ଓ ରପ୍ତାନି ଆଦି ଏକ ବଡ଼ ତେଲ ସଙ୍କଟ ସୃଷ୍ଟି କରିଛି। ଯାହା ପୂର୍ବରୁ ଦେଖା ଦେଇଥିବା ସମସ୍ତ ସଂକଟ ଠାରୁ ବି ଅଧିକ।

ଆମେରିକା ଓ ଇସ୍ରାଏଲ୍ ପକ୍ଷରୁ ଇରାନ ଉପରେ ଆକ୍ରମଣ ହେବାର ୬ ମାସ ପରେ ମଧ୍ୟ ଏହି ତୈଳ ଯୋଗାଣ ସଙ୍କଟର କୌଣସି ଅନ୍ତ ଦେଖାଯାଉ ନାହିଁ। ଆକ୍ରମଣ ପରେ ସୃଷ୍ଟି ହୋଇଥିବା ସଙ୍କଟକୁ ଏପର୍ଯ୍ୟନ୍ତର ସବୁଠାରୁ ବଡ଼ ତେଲ ଯୋଗାଣ ସଙ୍କଟ ବୋଲି ବର୍ଣ୍ଣନା କରାଯାଉଛି।

Also Read- ସରକାରଙ୍କ ହସ୍ତକ୍ଷେପ ପରେ ୧୮% କମିଲା ଚିନି ଦର; ଖାଦ୍ୟ ସଚିବ କହିଲେ, ଆଗକୁ ଆହୁରି କମିବ

ଏହା ସହିତ ରୁଷ-ୟୁକ୍ରେନ୍ ଯୁଦ୍ଧ ମଧ୍ୟ ତୈଳ ଉତ୍ପାଦନ ଓ ରିଫାଇନିଂ ବ୍ୟବସ୍ଥାକୁ ପ୍ରଭାବିତ କରିଛି। ଚଳିତ ବର୍ଷ ଏହାର ପ୍ରଭାବ ନିକଟବର୍ତ୍ତୀ କଜାଖସ୍ତାନ ପର୍ଯ୍ୟନ୍ତ ମଧ୍ୟ ପହଞ୍ଚିଛି ଏବଂ ସେଠାରେ ମଧ୍ୟ ତେଲ ଯୋଗାଣରେ କଟକଣା ଦେଖାଦେଇଛି। ଅନ୍ୟପଟେ, ଲିବିଆର ଚାଲୁଥିବା ସଂଘର୍ଷ ଏବଂ ବର୍ଷର ଆରମ୍ଭରେ ଭେନେଜୁଏଲାର ତେଲ ରପ୍ତାନି ଉପରେ ଆମେରିକାର କଟକଣା ବିଶ୍ୱ ତେଲ ଯୋଗାଣ ଉପରେ ଅଧିକ ଚାପ ସୃଷ୍ଟି କରିଛି।

ଗଲ୍ଫ ଅଞ୍ଚଳର ବାଧା ସୃଷ୍ଟି ହେବା ପରେ ଲକ୍ଷ ଲକ୍ଷ ବ୍ୟାରେଲ୍ ତେଲ ବିପଦରେ

ଏହି ସମସ୍ତ ସମସ୍ୟା ଏକାସାଙ୍ଗରେ ଘଟି ନାହିଁ। ବରଂ ଗୋଟିଏ ପରେ ଗୋଟିଏ ସମସ୍ୟା ଜଟିଳ ହେବା ପରେ ଆଜି ଏପରି ପରିସ୍ଥିତି ସୃଷ୍ଟି ହୋଇଛି। ଏହି ସମସ୍ତ ବାଧା ଯୋଗୁ ବିଶ୍ୱ ତେଲ ବଜାର ଆମେରିକାର ତେଲ ଯୋଗାଣ ଉପରେ ଆହୁରି ଅଧିକ ନିର୍ଭରଶୀଳ ହୋଇପଡ଼ିଛି। ତେବେ ଗୁରୁତର ପାଣିପାଗ ଯୋଗୁ ଆମେରିକାର ତେଲ ଯୋଗାଣ ମଧ୍ୟ କେତେକ ସମୟରେ ପ୍ରଭାବିତ ହୋଇଛି।

ବର୍ତ୍ତମାନ ଗଲ୍ଫ ଅଞ୍ଚଳର ପ୍ରତିଦିନ ପ୍ରାୟ ୫ ନିୟୁତରୁ ୭ ନିୟୁତ ବ୍ୟାରେଲ୍ ତୈଳ ରପ୍ତାନୀ ବାଧାପ୍ରାପ୍ତ ହେଉଛି ବୋଲି ବିଶ୍ଳେଷକମାନେ କହିଛନ୍ତି। ସାଉଦି ଆରବ ତାହାର କିଛି ତେଲ ଯୋଗାଣକୁ ରେଡ୍ ସି ମାଧ୍ୟମରେ ରପ୍ତାନୀ କରିବାକୁ ଚାହୁଁଛି। ହେଲେ ସେଠାରେ ବି ହୁତି ବିଦ୍ରୋହୀମାନେ ସମସ୍ୟା ସୃଷ୍ଟି କରୁଛନ୍ତି। ଏପଟେ ଗଲ୍ଫ ଅଞ୍ଚଳର ଅନ୍ୟାନ୍ୟ ତେଲ ରପ୍ତାନିକାରୀ ଦେଶଗୁଡ଼ିକ ହର୍ମୁଜ୍ ପ୍ରଣାଳୀ ଦେଇ ଗୁପ୍ତ ଭାବେ ତେଲ ବାହାରକୁ ପଠାଉଥିବା ଜଣାପଡ଼ିଛି।

ତଥାପି ବିଶ୍ୱ ତେଲ ଯୋଗାଣର ପ୍ରମୁଖ ରାସ୍ତାଗୁଡ଼ିକ ନେଇ ବିପଦ ଏବେ ମଧ୍ୟ ଅଧିକ ରହିଛି। ଜୁଲାଇରେ ରେଡ୍ ସି ଏବଂ ଇଜିପ୍ଟର ସୁଏଜ୍ କ୍ୟାନାଲ୍ ନିକଟରେ ହୋଇଥିବା ଆକ୍ରମଣ ଏହି ପ୍ରମୁଖ ତେଲ ପରିବହନ ରୁଟ୍ଗୁଡ଼ିକ କେତେ ଅସୁରକ୍ଷିତ ତାହା ପୁଣିଥରେ ସ୍ପଷ୍ଟ କରିଛି।

ଯୁଦ୍ଧର ପ୍ରଭାବ କେବଳ ଅଶୌଧିତ ତେଲରେ ସୀମିତ ନୁହେଁ

ଏହି ସଙ୍କଟର ପ୍ରଭାବ କେବଳ ଅଶୋଧିତ ତୈଳ ଯୋଗାଣରେ ସୀମିତ ରହି ନାହିଁ। ଗଲ୍ଫ ଅଞ୍ଚଳ ଓ ୟୁକ୍ରେନ୍ରେ ଚାଲିଥିବା ସଂଘର୍ଷ ବିଶ୍ୱର ରିଫାଇନିଂ କ୍ଷମତାକୁ ପ୍ରାୟ ୧୦% କମାଇଦେଇଛି। ୟୁକ୍ରେନ୍ ରୁଷିଆର ବଡ଼ ବଡ଼ ରିଫାଇନେରୀ ଓ ତେଲ ପ୍ରକ୍ରିୟାକରଣ ନେଟୱର୍କକୁ ଟାର୍ଗେଟ୍ କରିଛି। ଏହି ଆକ୍ରମଣ ରୁଷିଆର ଓମାସ୍କ ପର୍ଯ୍ୟନ୍ତ ପହଞ୍ଚିଛି। ଓମାସ୍କ ୟୁକ୍ରେନ୍ ନିୟନ୍ତ୍ରିତ ଅଞ୍ଚଳଠାରୁ ପ୍ରାୟ ୨,୭୦୦ କିଲୋମିଟର (୧,୬୮୦ ମାଇଲ୍) ଦୂରରେ ଅବସ୍ଥିତ।

ଏହାର ପ୍ରଭାବରେ ରୁଷିଆ ଏବେ ଇନ୍ଧନ ଅଭାବର ସମ୍ମୁଖୀନ ହେଉଥିବା ବେଳେ ନିଜେ ପେଟ୍ରୋଲ୍ ଓ ଡିଜେଲ୍ ରପ୍ତାନିକୁ ବ୍ୟାନ୍ କରିଦେଇଛି। ଯାହା ଫଳରେ ବିଶ୍ୱ ଇନ୍ଧନ ବଜାର ଉପରେ ଆହୁରି ଚାପ ସୃଷ୍ଟି ହେଉଛି।

ବଢ଼ୁଛି ଇନ୍ଧନ ମୂଲ୍ୟ, ମୁଦ୍ରାସ୍ଫୀତି, ଓ ଧାର ଖର୍ଚ୍ଚ

ଉଚ୍ଚ ଇନ୍ଧନ ମୂଲ୍ୟ ଏବେ ମହଙ୍ଗା ମାର୍କେଟର ଏକ ପ୍ରମୁଖ କାରଣ ଭାବେ ଉଭା ହୋଇଛି। ଏହା ଋଣ ନେବାର ଖର୍ଚ୍ଚ ବଢ଼ାଇବାରେ ମଧ୍ୟ ଭୂମିକା ନେଉଛି। ଏହା ସହିତ ଆମେରିକାର ସରକାରୀ ଋଣ ରେକର୍ଡ ୪୦ ଟ୍ରିଲିୟନ୍ ଡଲାରରେ ପହଞ୍ଚିବାରେ ମଧ୍ୟ ଉଚ୍ଚ ଇନ୍ଧନ ମୂଲ୍ୟ ଏକ ଅବଦାନକାରୀ କାରଣ ହୋଇଛି। ଆମେରିକାରେ ରିଫାଇନେରୀଗୁଡ଼ିକ ପ୍ରାୟ ସର୍ବାଧିକ କ୍ଷମତାରେ କାମ କରୁଥିଲେ ମଧ୍ୟ ଡିଜେଲ୍ ମୂଲ୍ୟ ରେକର୍ଡ ସ୍ତରକୁ ବଢ଼ିଛି।

Also Read-କେବଳ ଆଇଫୋନ ନୁହେଁ ଅନ୍ୟ ପ୍ରଡକ୍ଟ ବି ତିଆରି କରିବ ଆପଲ, ଚୀନରୁ ପଳେଇ ଆସି ଭାରତରେ ସ୍ମାର୍ଟଫୋନ ପ୍ରଡକ୍ସନ କରିବ ଗୁଗଲ !

IEA ଜରୁରୀ ତେଲ ମଜୁତରୁ ବଡ଼ ପରିମାଣରେ ତେଲ ଛାଡ଼ିଛି

ବିଶ୍ୱ ତେଲ ଯୋଗାଣ ଉପରେ ଚାପ କମାଇବା ପାଇଁ ଆନ୍ତର୍ଜାତୀୟ ଶକ୍ତି ଏଜେନ୍ସି (IEA) ତାହାର ଜରୁରୀକାଳୀନ ତେଲ ମଜୁତରୁ ରେକର୍ଡ ପରିମାଣର ତେଲ ବଜାରକୁ ଛାଡ଼ିଛି। ଏହି ପଦକ୍ଷେପର ଉଦ୍ଦେଶ୍ୟ ଥିଲା ବିଶ୍ୱ ତେଲ ଯୋଗାଣରେ ସୃଷ୍ଟି ହୋଇଥିବା ଆଘାତକୁ କିଛି ମାତ୍ରାରେ ସମ୍ଭାଳିବା।

ତେବେ ଏହି ଜରୁରୀକାଳୀନ ଷ୍ଟକ୍ରୁ ତେଲ ଛାଡ଼ିବା ପ୍ରକ୍ରିୟା ଏବେ ପ୍ରାୟ ସମ୍ପୂର୍ଣ୍ଣ ହୋଇଯାଇଛି। ଏହି ସମୟରେ ବିଶ୍ୱର ତେଲ ଷ୍ଟକ୍ ପରିମାଣ ମଧ୍ୟ କ୍ରମାଗତ ଭାବେ ହ୍ରାସ ପାଉଛି। ସମଗ୍ର ପରିସ୍ଥିତି ଦର୍ଶାଉଛି ଯେ, ଯୁଦ୍ଧ, ଭୂ-ରାଜନୈତିକ ଆକ୍ରମଣ, ରପ୍ତାନି କଟକଣା ଏବଂ ପ୍ରମୁଖ ସମୁଦ୍ର ପରିବହନ ମାର୍ଗରେ ବିପଦ ଯୋଗୁଁ ବିଶ୍ୱ ତେଲ ବଜାର ଏକାଧିକ ଦିଗରୁ ଚାପରେ ରହିଛି। ତେଲ ଷ୍ଟକ୍ ହ୍ରାସ ପାଇବା ସହିତ ଏହି ସଙ୍କଟ କେତେ ଦିନ ଚାଲିବ ଏବଂ ଏହାର ପ୍ରଭାବ ବିଶ୍ୱ ଇନ୍ଧନ ମୂଲ୍ୟ ଓ ମହଙ୍ଗାଇ ଉପରେ କେତେ ଦୂର ପଡ଼ିବ, ସେନେଇ ନେଇ ଅନିଶ୍ଚିତତା ଜାରି ରହିଛି।