ଭୁବନେଶ୍ବର: ବର୍ଷାରେ ଭିଜିଲେ... ଭିଜି ଭିଜି ସରକାରଙ୍କୁ ହକ ମାଗିଲେ... ରାଜଧାନୀ ରାଜ ରାସ୍ତାରେ ଗର୍ଜିଲେ ଗୁରୁ। ଭୁବନେଶ୍ୱରରେ ଶିକ୍ଷକଙ୍କ ବିଶାଳ ସମାବେଶ । ରାଜ୍ୟର ବିଭିନ୍ନ ଜିଲ୍ଲାରୁ ଆସିଥିବା ଓଡ଼ିଶା ସ୍କୁଲ କଲେଜ ଶିକ୍ଷକ ଓ କର୍ମଚାରୀ ସମନ୍ବୟ ସମିତିର ହଜାର ହଜାର ଶିକ୍ଷକ ଓ କର୍ମଚାରୀ ସଦସ୍ୟ ରାଜଧାନୀରେ ବିଶାଳ ସମାବେଶ କରିଛନ୍ତି।

ଅନୁଦାନ ଯୋଗ୍ୟ ବିଦ୍ୟାଳୟ ଗୁଡ଼ିକୁ ଅନୁଦାନ ପ୍ରଦାନ କରିବା, ଅବସର କର୍ମଚାରୀମାନଙ୍କୁ ଚାକିରି ସର୍ତ୍ତାବଳୀ, ଅବସରକାଳୀନ ପେନସନ ସୁବିଧା ପ୍ରଦାନ, ଅନୁଦାନପ୍ରାପ୍ତ ସ୍କୁଲକୁ ସରକାରୀକରଣ, ପୁରୁଣା ପେନସନ ବ୍ୟବସ୍ଥା ଲାଗୁ କରିବା, ୨୦୦୪ରୁ ୨୦୧୩ ମଧ୍ୟରେ ନିଯୁକ୍ତି ପାଇଥିବା ଚୁକ୍ତିଭିତ୍ତିକ ଶିକ୍ଷକଙ୍କୁ ୬ଟି ନୋସନାଲ ଇନକ୍ରିମେଣ୍ଟ ଦେବା, ଗ୍ରେଡ ପେରେ ଅସଙ୍ଗତି ଦୂର କରିବା ଭଳି ବିଭିନ୍ନ ଦାବିରେ ରାଜଧାନୀର ରାଜ ରାସ୍ତାରେ ଏହି ବିଶାଳ ସମାବେଶ କରିଛି ଓଡ଼ିଶା ସ୍କୁଲ୍ କଲେଜ୍ ଶିକ୍ଷକ ଓ କର୍ମଚାରୀ ସମନ୍ଵୟ ସମିତି।

Also Read:- ଦାୟିତ୍ୱ ନେଲେ ଅନ୍ତରୀଣ ଡିଜିପି ବିନୟତୋଷ ମିଶ୍ର, ନାରୀ ସୁରକ୍ଷା ଓ ଡ୍ରଗ୍ସ ନିୟନ୍ତ୍ରଣକୁ ଗୁରୁତ୍ୱ