ବାରଙ୍ଗ ୧୬।୮: ଦାୟିତ୍ବ ଗ୍ରହଣ କଲେ ଅନ୍ତରୀଣ ଡିଜିପି ବିନୟତୋଷ ମିଶ୍ର । କଟକ ସ୍ଥିତ ପୋଲିସ ମୁଖ୍ୟାଳୟ ଆସି ବିଧିବଦ୍ଧ ଭାବେ କାର୍ଯ୍ୟଭାର ଗ୍ରହଣ କରିଛନ୍ତି ଅନ୍ତରୀଣ ପୋଲିସ ଡିଜି ବିନୟତୋଷ ମିଶ୍ର ।

କାର୍ଯ୍ୟରେ ଯୋଗ ଦେବା ପରେ ଅନ୍ତରୀଣ ଡିଜି ବିନୟତୋଷ ମିଶ୍ର କହିଛନ୍ତି, ଏବେ ଗୁରୁତ୍ୱପୂର୍ଣ୍ଣ ଦିଗ ଗୁଡିକ ହେଉଛି ନାରୀ ସୁରକ୍ଷା, ଡ୍ରଗ୍ସ କାରବାର ଉପରେ ପୂର୍ଣ୍ଣ ନିୟନ୍ତ୍ରଣ, ସଙ୍ଗଠିତ ଅପରାଧ ନିୟନ୍ତ୍ରଣ ଓ ସାଇବର ଅପରାଧ । ଆଗକୁ ଯେହେତୁ ପୂଜା ପର୍ବାଣୀର ଋତୁ ଆସୁଥିବାରୁ ଏବେ ପୋଲିସ ପାଇଁ ବଡ ଆହ୍ବାନ ହେଉଛି କିଭଳି ସେହି ପର୍ବପର୍ବାଣୀ ଶାନ୍ତି ଶୃଙ୍ଖଳାର ସହ ପାଳନ ହେବ ।

Also Read:- ଲଗାଣ ବର୍ଷାରେ ଭୁବନ ବ୍ଲକ୍‌ରେ ବନ୍ୟା ସ୍ଥିତି : ୩ ଗାଁ ବାହ୍ୟ ଜଗତରୁ ବିଚ୍ଛିନ୍ନ, ୪୦ ଫୁଟର ଘାଇ

ଏହାସହ ଏବେ ବନ୍ୟା ପ୍ଲାବିତ ଅଞ୍ଚଳରେ ଓଡ୍ରାଫ କିଭଳି ପ୍ରଭାବଶାଳୀ ଢଙ୍ଗରେ ଲୋକଙ୍କ ପାଖରେ ପହଞ୍ଚି ସେବା ଯୋଗାଇବ ସେଥିପ୍ରତି ପୋଲିସ ଗୁରୁତ୍ବ ଦେଉଛି । ଏହାସହ ଓଡ଼ିଶା ପୋଲିସ ପାଇଁ ସବୁବେଳେ ସାଧାରଣ ଜନତା ଗୁରୁତ୍ୱପୂର୍ଣ୍ଣ । ସାଧାରଣ ଜନତା କିଭଳି ସହଜ ସରଳ ଓ ସୁରକ୍ଷିତ ଭାବେ ରହିବେ, ତାହା ପୋଲିସ ପାଇଁ ଗୁରୁତ୍ୱପୂର୍ଣ୍ଣ ବୋଲି ଅନ୍ତରୀଣ ଡିଜି ବିନୟତୋଷ ମିଶ୍ର କହିଛନ୍ତି ।

Watch Video:​​​​​​​​​​​​​​