ଚେନ୍ନାଇ,୨୯ /୦୩: ମଇଦାନକୁ ଓହ୍ଲାଇଲେ ବିଜୟଙ୍କ ପ୍ରାର୍ଥୀ । ତାମିଲନାଡୁ ବିଧାନସଭା ନିର୍ବାଚନ ପାଇଁ ଅଭିନେତା ଟର୍ଣ୍ଣଡ୍ ପଲିଟିସିଆନ୍ ବିଜୟ ନିଜ ଦଳର ପ୍ରାର୍ଥୀ ଘୋଷଣା କରିଛନ୍ତି । ଟିଭିକେ ମୁଖ୍ୟ ବିଜୟ ୨୩୪ ସିଟ୍ ପାଇଁ ପ୍ରାର୍ଥୀ ତାଲିକା ପ୍ରକାଶ କରିଛନ୍ତି । ସବୁଠାରୁ ବଡ କଥା ହେଉଛି ଯେ ସେ ନିଜେ ଦୁଇଟି ଆସନରୁ ନିର୍ବାଚନ ଲଢିବେ ।

ବିଜୟ ତ୍ରିଚି ଇଷ୍ଟ୍ ଏବଂ ଚେନ୍ନାଇ ପରମ୍ବୁରରୁ ମଇଦାନକୁ ଓହ୍ଲାଇବେ । ଉଭୟ ସିଟ୍ ପାଇଁ ତାଙ୍କ ନାଁ ସି ଜୋସେଫ୍ ବିଜୟ ଭାବେ ରହିଛି । ଏହା ପ୍ରଥମ ଥର ପାଇଁ ହୋଇଛି ଯେ ସେ ସିଧାସଳଖ ମଇଦାନକୁ ଓହ୍ଲାଇଛନ୍ତି ।

​​​​​​​Also Read :-Mann Ki Baat : 'ଗୁଜବରେ ବିଶ୍ୱାସ କରନ୍ତୁନି, ୧୪୦ କୋଟି ଭାରତୀୟଙ୍କ ଏକତା ହିଁ ଦେଶର ଶକ୍ତି'- ମୋଦୀ

ଅନ୍ୟ ଦିଗରେ ଦଳର ମହାସଚିବ ଏନ ଆନନ୍ଦ ଟି.ନଗରରୁ, କୋଷାଧ୍ୟକ୍ଷ ଭେଙ୍କଟ ରମଣ ମାୟଲାପୁରରୁ ଏବଂ ଆଧବ ଅର୍ଜୁନ ବିଲ୍ଲିଓ୍ୱାକ୍କମରୁ ନିର୍ବାଚନ ଲଢିବେ । ସେମାନଙ୍କ ବ୍ୟତୀତ ଗୋବିଚେଟ୍ଟିପଲୟମରୁ କେ ସେଙ୍ଗୋଟ୍ଟୟାନ, ତିରୁଚେଗୋଡେରୁ କେଜି ଅରୁଣରାଜ ନିଜର ଭାଗ୍ୟ ପରୀକ୍ଷା କରିବେ । ସେହିପରି କୋଲାଥୁରରୁ ବିଏସ ବାବୁ ଏବଂ ଆରକେ ନଗରରୁ ମାରିୟା ଓ୍ୱିଲସଙ୍କୁ ଟିକେଟ୍ ଦିଆଯାଇଛି ।

ଟାର୍ଗେଟରେ ଯୁବ ଭୋଟ୍

ପ୍ରାର୍ଥୀ ଘୋଷଣା ସହ ବିଜୟ ବଡ ପ୍ରତିଶ୍ରୁତି ଦେଇଛନ୍ତି । ତାଙ୍କ ଦଳସରକାରକୁ ଆସିଲେ ସେମାନେ ୨୯ ବର୍ଷରୁ ଅଧିକ ବୟସର ବେକାରୀ ଯୁବକ-ଯୁବତୀଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିବେ । ସେମାନଙ୍କୁ ମାସିକ ୪ ହଜାର ଟଙ୍କା ମିଳିବ । ସେହିପରି ଡିପ୍ଲୋମାଧାରୀଙ୍କୁ ମାସିକ ୨୫୦୦ଟଙ୍କା ପ୍ରଦାନ କରାଯିବ ।