ନୂଆଦିଲ୍ଲୀ,୧୫/୦୮ଯୁବ ଖେଳାଳିଙ୍କୁ ଫାଇନ୍ । ନିୟମ ମାନିନତିବାରୁ ଫାଇନ୍ ଲଗାଇଲା ବିସିସିଆଇ । ତାମିଲନାଡୁ ପ୍ରିମିୟର ଲିଗ୍ ଚାଲିଥିବା ବେଳେ ବିସିସିଆଇର ଆଣ୍ଟି କରପସନ୍ ଏବଂ ସିକ୍ୟୁରିଟି ୟୁନିଟ୍ ଆଇନ ଭାଙ୍ଗିଥିବାରୁ ଆକ୍ସନ୍ ନେଇଛି । ଖେଳାଳିଜଣଙ୍କ ମ୍ୟାଚ୍ ଅଫିସିଆଲ୍ ଏବଂ ଖେଳାଳିଙ୍କ ପାଇଁ ଉଦ୍ଦିଷ୍ଟ ଜାଗାର ନିୟମକୁ ବେଖାତିର କରିଥିବା ଅଭିଯୋଗ ହୋଇଛି । ଏଥିପାଇଁ ସେ ଏବେ ଲକ୍ଷ ଟଙ୍କାର ତଣ୍ଡ ଗଣିବେ । ତେବେ ସଂପୃକ୍ତ ଖେଳାଳିଙ୍କ ନାଁ ପ୍ରକାଶ କରାଯାଇ ନାହିଁ ।

ଅଧିକାରୀଙ୍କ କହିବାନୁସାରେ, ବାମହାତୀ ଜଣେ ବ୍ୟାଟରଙ୍କ ଉପରେ ଫାଇନ୍ ଲାଗିଛି । ସେ ତାମିଲନାଡୁ ପକ୍ଷରୁ ରଣଜୀ ଟ୍ରଫିରେ ଗତ ଥର ଦୁଇଟି ଅର୍ଧଶତକ ଲଗାଇଥିଲେ । ମ୍ୟାଚ୍ ସମୟରେ ସେ ନିଜ ପ୍ରେମିକାଙ୍କୁ ମେସେଜ୍ କରୁଥିଲେ । ମ୍ୟାଚ୍ ବେଳେ ମୋବାଇଲ୍ ବ୍ୟବହାର କରିବା ନେଇ ବାରଣ କରାଯାଇଛି । ତେବେ ତାଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗର ପ୍ରମାଣ ମିଳିନି ।

Also Read :- Independence Day: ବିଜେପି, ବିଜେଡି ଓ କଂଗ୍ରେସ କାର୍ଯ୍ୟାଳୟରେ ସ୍ୱାଧୀନତା ଦିବସ ପାଳିତ; ଶହୀଦଙ୍କୁ ମନେ ପକାଇଲେ ନେତା

ଦେଖିବାକୁ ଗଲେ ତାଙ୍କର ଆଚରଣ ପାଇଁବର୍ଷର ବ୍ୟାନ୍ ଲଗାଯିବା କଥା । କିନ୍ତୁ ମାତ୍ର ଲକ୍ଷେ ଟଙ୍କାର ଫାଇନରେ ମାମଲାର ରଫାଦଫା କରାଯାଇଛି । ତେବେ ଏହା ନୂଆ ନୁହେଁ । ଆଇପିଏଲରେ ମଧ୍ୟ ମ୍ୟାଚ୍ ବେଳେ ବୈଭବ ସୂର୍ଯ୍ୟବଂଶୀଙ୍କ ଅଭିଭାବକ ଭାବେ କାମ କରୁଥିବା ରୋମି ଭିଣ୍ଡରଙ୍କୁ ମୋବାଇଲ୍ ବ୍ୟବହାର ପାଇଁ ଲକ୍ଷେ ଟଙ୍କାର ଫାଇନ ଲଗାଯାଇଥିଲା ।