ଭୁବନେଶ୍ୱର: ଦକ୍ଷିଣ ପୂର୍ବ ବଙ୍ଗୋପସାଗର ଥିବା ଗଭୀର ଅବପାତରେ ପରିଣତ ହୋଇଛି ବାତ୍ୟାରେ ପରଣତ ହୋଇଛି। ଆସନ୍ତାକାଲି ସୁଦ୍ଧା ଏହା ସିଭିଅର ସାଇକ୍ଲୋନିକ ଷ୍ଟର୍ମରେ ପରିଣତ ହେବ। ଆନ୍ଧ୍ର ପ୍ରଦେଶର ନେଲୋର ଓ ନର୍ଶାପୁର ମଝିରେ ୩ ନଭେମ୍ବରରେ ଲ୍ୟାଣ୍ଡଫଲ କରିବ। ୧୦୦-୧୨୦ କିଲୋମିଟର ବେଗରେ ପବନ ବହିବାର ସମ୍ଭାବନା ରହିଛି। ଏହାର ମୁକାବିଲା ପାଇଁ ରାଜସ୍ୱ ମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ବୈଠକ କରି ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ସ୍ଥାନାନ୍ତର ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତାକାଲି ମଧ୍ୟାନ୍ନ ସୁଦ୍ଧା ସରିବ।

ସମ୍ପୃକ୍ତ ଜିଲ୍ଲାର ଜିଲାପାଳମାନଙ୍କୁ ପ୍ରସ୍ତୁତ ରହିବାକୁ ନିର୍ଦ୍ଦେଶ ଦିଆଯାଇଛି। ଗଜପତିରେ ୧୫୦ ଲାଣ୍ଡସ୍ଲାଇଡ ସ୍ପଟ ଚିହ୍ନଟ କରାଯାଇଛି। ଆଜି ସନ୍ଧ୍ୟା ସୁଦ୍ଧା ସ୍ଥାନାନ୍ତରଣ କାମ ଆରମ୍ଭ ହୋଇଯିବ।

also read- ଗଞ୍ଜାମରେ ବାତ୍ୟାର ବଡ଼ କ୍ଷୟକ୍ଷତି, ୧୦୫ ହଜାର ଲୋକ ପ୍ରଭାବିତ; ୧୧ ଜଣଙ୍କ ମିଳୁନି ପତ୍ତା

ଆସୁଥିବା ବାତ୍ୟାକୁ ଦୃଷ୍ଟିରେ ରଖି ରିଲିଫକୁ ଆହୁରି ଅଧିକ ମାତ୍ରାରେ ଷ୍ଟକ୍ କରାଯିବ। ଗଞ୍ଜାମରେ କିଛି ଅପହଞ୍ଚ ଜାଗାରେ ପହଞ୍ଚି ନାହିଁ କିନ୍ତୁ ପ୍ରାୟ ସବୁ ସ୍ଥାନରେ ପହଞ୍ଚାଇ ଦିଆଯାଇଛି। ପୂର୍ବ ଅଭିଜ୍ଞତା ଅନୁଯାୟୀ ସତର୍କତା ମୂଳକ ପଦକ୍ଷେପମାନ ନିଆଯାଉଛି। ଦରଦାମ୍ ବୃଦ୍ଧି ନକରି, ହୋର୍ଡ଼ିଂ ନ କରିବା ଲାଗି ସମ୍ପୃକ୍ତ ବିଭାଗକୁ ନିର୍ଦେଶ ଦିଆଯାଇଛି।